ଖୁସି ଖବର: ଏହି ରାଜ୍ୟରେ ବିନା ସୁଧରେ ଚାଷୀଙ୍କୁ ମିଳିବ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ
Advertisement

ଖୁସି ଖବର: ଏହି ରାଜ୍ୟରେ ବିନା ସୁଧରେ ଚାଷୀଙ୍କୁ ମିଳିବ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ

ସେହିଭଳି ନିକଟରେ ଘୋଷିତ ଆତ୍ମନିର୍ଭରଶୀଳ ଭାରତର ୨୦ ଲକ୍ଷ କୋଟି ଟଙ୍କାର ଅର୍ଥନୈତିକ ପ୍ୟାକେଜରେ କୃଷି ଭିତ୍ତିଭୂମି ପାଇଁ ୧ ଲକ୍ଷ କୋଟି ଟଙ୍କା ରଖାଯାଇଛି । ସେଥିମଧ୍ୟରୁ ୩,୯୦୦ କୋଟି ଟଙ୍କା ହରିୟାଣା ପାଇଁ ନିର୍ଦ୍ଧାରିତ କରାଯାଇଛି ।

ଖୁସି ଖବର: ଏହି ରାଜ୍ୟରେ ବିନା ସୁଧରେ ଚାଷୀଙ୍କୁ ମିଳିବ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ

ନୂଆଦିଲ୍ଲୀ: କୃଷକ(Farmers)ଙ୍କୁ ଆତ୍ମନିର୍ଭରଶୀଳ କରିବା ଓ ୨୦୨୨ ସୁଦ୍ଧା ସେମାନଙ୍କର ଆୟକୁ ଦ୍ୱିଗୁଣ କରିବାର ଲକ୍ଷ୍ୟ ରଖିଛନ୍ତି ସରକାର ।  ଏହା ଅନ୍ତର୍ଗତ ବର୍ତ୍ତମାନ ହରିୟାଣା ସରକାର(Haryana Government) ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧ ମୁକ୍ତ ଋଣ ଦେବାକୁ ଯୋଜନା କରିଛନ୍ତି । ଯାହା ଦ୍ୱାରା କୃଷକଙ୍କୁ ସୁଧ ଭାରରୁ ମୁକ୍ତି ମିଳିବ । କୌଣସି ରାଜ୍ୟରେ ସମ୍ଭବତଃ ଏହା ପ୍ରଥମ ଯୋଜନା ଲାଗୁ ହେବ । ହରିୟାଣା ରାଜ୍ୟ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଜେପି ଦଲାଲ କହିଛନ୍ତି ଯେ, ବ୍ୟାଙ୍କଗୁଡିକ କୃଷି ଋଣ(Agricultural Loan) ଉପରେ ୭ ପ୍ରତିଶତ ସୁଧ ହାର ନେଉଛନ୍ତି । କିନ୍ତୁ ସରକାର କୃଷକଙ୍କ ପାଇଁ ଶୂନ୍ୟ ପ୍ରତିଶତ ହାରରେ ଋଣ ଉପଲବ୍ଧ କରାଇବେ । କୃଷକମାନେ ସିଧାସଳଖ ବ୍ୟାଙ୍କରୁ କୃଷି ଋଣ ନେବା ଉଚିତ, ଏହା ବଦଳରେ ବିପର୍ଯ୍ୟୟ ପାଣ୍ଠି ଯୋଜନା ପ୍ରସ୍ତୁତ କରିବାର ଚିନ୍ତାଧାରା ଚାଲିଛି ।

ଅଧିକ ପଢ଼ନ୍ତୁ:-LIC ଅଛି ତ ହୋଇଯାଆନ୍ତୁ ସାବଧାନ ! ନ ହେଲେ ବୁଡ଼ି ଯାଇପାରେ ଆପଣଙ୍କ ଟଙ୍କା

ଦଲାଲ ଆହୁରି କହିଛନ୍ତି ଯେ କୃଷି ଋଣର ୭ ପ୍ରତିଶତ ସୁଧରୁ ମୋଦି ସରକାର(Modi Govt) ୩ ପ୍ରତିଶତ ଏବଂ ୪ ପ୍ରତିଶତ ମନୋହର ଲାଲ ସରକାର ବହନ କରିବେ । ଏହିପରି କୃଷି ଋଣ ଚାଷୀଙ୍କୁ କେବଳ ଶୂନ ପ୍ରତିଶତରେ ଦିଆଯିବ । ଦେଶର କୌଣସି ରାଜ୍ୟରେ କୃଷି ଋଣ ୪ ପ୍ରତିଶତରୁ କମ୍ ନୁହେଁ । ଚାଷୀଙ୍କୁ ସେମାନଙ୍କ ଜମିର ଉପଯୋଗିତା ଏବଂ ଆୟ ଅନୁଯାୟୀ କିପରି ଅର୍ଥ ପ୍ରଦାନ କରାଯିବ ସେଥିପାଇଁ ହରିୟାଣା ସରକାର ୧୭,୦୦୦ କିସାନ ମିତ୍ର ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯାହା କୃଷକମାନଙ୍କୁ ସ୍ୱେଚ୍ଛାସେବୀ ଭାବରେ ପରାମର୍ଶ ଦେବ ।

ଅଧିକ ପଢ଼ନ୍ତୁ:-ମଧ୍ୟବିତ୍ତଙ୍କ ପାଇଁ ଖୁସି ଖବର, ଖୁବ୍ ଶୀଘ୍ର ଏହି ଉପହାର ଦେବାକୁ ଯାଉଛନ୍ତି ମୋଦି ସରକାର

ସେହିଭଳି ନିକଟରେ ଘୋଷିତ ଆତ୍ମନିର୍ଭରଶୀଳ ଭାରତର ୨୦ ଲକ୍ଷ କୋଟି ଟଙ୍କାର ଅର୍ଥନୈତିକ ପ୍ୟାକେଜରେ କୃଷି ଭିତ୍ତିଭୂମି ପାଇଁ ୧ ଲକ୍ଷ କୋଟି ଟଙ୍କା ରଖାଯାଇଛି । ସେଥିମଧ୍ୟରୁ ୩,୯୦୦ କୋଟି ଟଙ୍କା ହରିୟାଣା ପାଇଁ ନିର୍ଦ୍ଧାରିତ କରାଯାଇଛି । ଏହି ଅର୍ଥ ଗୋଦାମ, କୃଷି ଭିତ୍ତିକ ଶିଳ୍ପ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ବିକାଶରେ ସାହାଯ୍ୟ କରିବ । ଏଥିପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି ।

ଅଧିକ ପଢ଼ନ୍ତୁ:-ରାଜସ୍ଥାନରୁ ଆସିଲା ବଡ଼ ଖବର, ରାଜ୍ୟ କଂଗ୍ରେସରେ ବଡ଼

କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ କହିଛନ୍ତି ଯେ ଗତ ୬ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ନେଇଥିବା ସମସ୍ତ ନୂତନ ପଦକ୍ଷେପ କୃଷକଙ୍କ ସ୍ୱାର୍ଥ ପାଇଁ ନିଆଯାଇଛି । ଗତ ଦୁଇ ବର୍ଷ ଧରି ଫସଲ ବୁଣିବା ଆରମ୍ଭ ହେବା ପୂର୍ବରୁ ସର୍ବନିମ୍ନ ସହାୟତା ମୂଲ୍ୟ(MSP) ଘୋଷଣା କରାଯାଇଥିଲା । ଏହା ସହିତ କୃଷକ ନିଜ ଇଚ୍ଛା ଅନୁଯାୟୀ ଫସଲ ବୁଣିବା ପାଇଁ ନିଷ୍ପତ୍ତି ନେଇପାରେ ।