କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଉପରୋକ୍ତ ନିଷ୍ପତ୍ତି ନେଇଛନ୍ତି ।
Trending Photos
ନୂଆଦିଲ୍ଲୀ: 7th Pay Commission Latest News in Odia: ଡ୍ୟୁଟି ସମୟରେ କୋରୋନାରେ ମୃତ୍ୟୁବରଣ କରୁଥିବା କର୍ମଚାରୀଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ସହ ବିଶେଷ ପେନସନ ଦିଆଯିବ । ବିଶେଷ ପେନସନ୍ ଅଧୀନରେ ମୃତକଙ୍କ ଉତ୍ତରାଧିକାରୀଙ୍କୁ ତାଙ୍କର ଦରମା ଦିଆଯିବ । ଏହି ପେନସନ୍ ମୃତ ବ୍ୟକ୍ତିଙ୍କ ଅବସର ବୟସ ପର୍ଯ୍ୟନ୍ତ ମିଳିବା ଜାରି ରହିବ । ଅର୍ଥାତ୍ ଯଦି ମୃତ ବ୍ୟକ୍ତିଙ୍କୁ ୨୦୩୦ରେ ଅବସର ନେବାର ଥିଲା, ତେବେ ତାଙ୍କ ଉତ୍ତରାଧିକାରୀଙ୍କୁ ୨୦୩୦ ପର୍ଯ୍ୟନ୍ତ ସେହି ଦରମା ମିଳିବା ଜାରି ରହିବ । କେବଳ ତାଙ୍କ ନାମରେ ପେନସନ୍ ହେବ ।
ଅଧିକ ପଢ଼ନ୍ତୁ:-ଏହି ରାଜ୍ୟରେ ଲାଗିଲା ଲକଡାଉନ୍
କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଉପରୋକ୍ତ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ବାସ୍ତବରେ ଗତ ବର୍ଷ ନିଆଯାଇଥିବା ନିଷ୍ପତ୍ତିର ଏକ ବିସ୍ତାର ଅଟେ । ଗତ ବର୍ଷର ନିଷ୍ପତ୍ତି ଅନୁଯାୟୀ ଡାକ୍ତର ଏବଂ ଅନ୍ୟାନ୍ୟ ଡାକ୍ତରୀ କର୍ମଚାରୀଙ୍କୁ ଏଥିରେ ରଖାଯାଇଥିଲା । ବର୍ତ୍ତମାନ ଏହି ପରିସରରେ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ସାମିଲ କରାଯାଇଛି ।
ଅଧିକ ପଢ଼ନ୍ତୁ:-ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆଜିର ରେଟ୍
କ୍ୟାବିନେଟର ଏହି ବୈଠକ ଅନଲାଇନରେ ହୋଇଥିଲା । ଉପରୋକ୍ତ ନିଷ୍ପତ୍ତି ସହିତ ଆହୁରି ୧୦ଟି ନିଷ୍ପତ୍ତି ନିଆଯାଇଛି । କୋଭିଡ କାରଣରୁ ବିହାରରେ ଅମ୍ଳଜାନର ଅଭାବକୁ ମୁକାବିଲା କରିବା ପାଇଁ କ୍ୟାବିନେଟ ବୈଠକରେ ଅମ୍ଳଜାନର ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ ଏକ ନୂତନ ନୀତି ଘୋଷଣା କରାଯାଇଥିଲା । ଏହା ଅଧୀନରେ ସରକାର ଅମ୍ଳଜାନ ପ୍ଲାଣ୍ଟ ସ୍ଥାପନ, ସିଲିଣ୍ଡର ତିଆରି କିମ୍ବା ଅମ୍ଳଜାନ ଉତ୍ପାଦନ ସହିତ ସଂଯୁକ୍ତ ଯେକୌଣସି ୟୁନିଟକୁ ୩୦ ପ୍ରତିଶତ ସବସିଡି ପ୍ରଦାନ କରିବେ ।