India Railway: ସାମ୍ନାକୁ ଆସିଲା ଦେଶର ପ୍ରଥମ ବୁଲେଟ୍ ଟ୍ରେନ ଟ୍ରାକ, କ'ଣ ରହିଛି ଏହାର ବିଶେଷତ୍ୱ?
Advertisement
Article Detail0/zeeodisha/odisha1411926

India Railway: ସାମ୍ନାକୁ ଆସିଲା ଦେଶର ପ୍ରଥମ ବୁଲେଟ୍ ଟ୍ରେନ ଟ୍ରାକ, କ'ଣ ରହିଛି ଏହାର ବିଶେଷତ୍ୱ?

Bullet Train Project: ଦେଶର ପ୍ରଥମ ବୁଲେଟ୍ ଟ୍ରେନ୍ ଟ୍ରାକ୍ ବିଛାଇବା ପାଇଁ ଫୁଲ ସ୍ପାନ ଗାର୍ଡ ଲଞ୍ଚର୍ ଭଳି ଉନ୍ନତ ଜ୍ଞାନକୌଶଳ ବ୍ୟବହାର କରାଯାଇଛି। ଏନଏଚଏସଆରସିଏଳ ଏହାର ଏକ ଭିଡିଓ ଟ୍ୱିଟର ଯଗେ ସେୟାର କରିଛି। 

India Railway: ସାମ୍ନାକୁ ଆସିଲା ଦେଶର ପ୍ରଥମ ବୁଲେଟ୍ ଟ୍ରେନ ଟ୍ରାକ, କ'ଣ ରହିଛି ଏହାର ବିଶେଷତ୍ୱ?

Bullet Train Track: ଦେଶର ବୁଲେଟ ଟ୍ରେନ ଚଲାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଭାରତୀୟ ରେଳବାଇ। ଏହି କ୍ରମରେ ଦେଶର ପ୍ରଥମ ବୁଲେଟ୍ ଟ୍ରେନ୍ ଟ୍ରାକ ଫଟୋ ସେୟାର କରିଛି ନ୍ୟାସନାଲ ହାଇ ସ୍ପିଡ୍ ରେଳ ନିଗମ ଲିମିଟେଡ୍। ଏହି ରେଳ ଧାରଣକୁ ଗୁଜୁରାଟର ସୁରଟ ଏବଂ ନଭସାରୀ ମଧ୍ୟରେ ଧୋଣାପିପଲା ନିକଟସ୍ଥ ଆମୋଟ ଗ୍ରାମରେ ବିଛାଯାଇଛି। 

ରେଳ ଧାରଣାର ଉଭୟ ପାର୍ଶ୍ୱରେ ଗଛ ଲଗାଯାଇଛି। ପ୍ରାୟ ୫ କିଲୋମିଟର ପର୍ଯ୍ୟନ୍ତ ଧାରଣାରେ ଗ୍ରୀର୍ଡର (Railway Girders) ମଧ୍ୟ ସ୍ଥାପନ କରାଯାଇଛି। ବର୍ତ୍ତମାନ ଏହା ଉପରେ ଏକ ସ୍ୱତନ୍ତ୍ର ଲୁହା ଟ୍ରାକ ରଖାଯିବ। ଗତ ୨୦୧୭ ସେପ୍ଟେମ୍ବରରେ ଦେଶର ପ୍ରଥମ ଅହମ୍ମଦାବାଦ-ମୁମ୍ବାଇ ବୁଲେଟ୍ ଟ୍ରେନ୍ ପ୍ରକଳ୍ପର (Ahmedabad Mumbai Bullet Train Project) ମୂଳଦୁଆ ପକାଯାଇଥିଲା। ଏହି ପ୍ରକଳ୍ପ ଆସନ୍ତା  ୨୦୨୩ ବର୍ଷ ସୁଦ୍ଧା ଶେଷ ହେବ। ହେଲେ ଜମି ଅଧିଗ୍ରହଣ ଭଳି କେତେକ ସମସ୍ୟା ପାଇଁ ଏହି ପ୍ରକଳ୍ପ କାମ ଆରମ୍ଭ କରିବାରେ ବିଳମ୍ବ ହୋଇଛି।

Also Read: Bullet Train in India: ଦୌଡିବା ପୂର୍ବରୁ ମହଙ୍ଗା ହୋଇଉଠିଲା ବୁଲେଟ ଟ୍ରେନ

ଭାରତରେ ଅବସ୍ଥିତ ଜାପାନୀ ରାଜଦୂତ ସତୋଶୀ ସୁଜୁକି ଗତ ଅପ୍ରେଲ ୧୨ ତାରିଖରେ ଗୁଜୁରାଟର ବିଭିନ୍ନ ମୁମ୍ବାଇ-ଅହମ୍ମଦାବାଦ ହାଇ ସ୍ପିଡ୍ ରେଳ କରିଡର (Mumbai Ahmedabad High Speed Rail Corridor) ଏମଏଏସଏଚଆର (MASHR) ନିର୍ମାଣସ୍ଥଳ ପରିଦର୍ଶନ କରିଥିଲେ। ସେହିପରି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ (Railway Minister Ashwini Vaishnaw) ଗତ ଜୁନ ୬ ତାରିଖରେ ଏମଏଏସଏଚଆର ନିର୍ମାଣସ୍ଥଳ ପରିଦର୍ଶନ କରିସାରିଛନ୍ତି। ଗତ ଅଗଷ୍ଟ ୧୯ ତାରିଖରେ ଗୁଜୁରାଟ ନଭସାରୀ ଠାରେ ଏମଏଏସଏଚଆର ପାଇଁ ପ୍ରଥମ ୧ କିଲୋମିଟର ଲମ୍ବା ରେଳ ଧାରଣାକୁ (Bullet Train Track) ଫୁଲ ସ୍ପାନ ଗାର୍ଡ ଲଞ୍ଚର୍ (Full Span Girder Launcher) ମାଧ୍ୟମରେ ରଖାଯାଇଛି। 

Also Read: ଦେଶର ୭ଟି ନୂଆ ରୁଟରେ ଦୌଡିବ ହାଇସ୍ପିଡ ବୁଲେଟ ଟ୍ରେନ, ଓଡ଼ିଶା ଭାଗରେ ଶୂନ

ଦେଶର ପ୍ରଥମ ବୁଲେଟ୍ ଟ୍ରେନ୍ ଟ୍ରାକ୍ ବିଛାଇବା ପାଇଁ ଫୁଲ ସ୍ପାନ ଗାର୍ଡ ଲଞ୍ଚର୍ ଭଳି ଉନ୍ନତ ଜ୍ଞାନକୌଶଳ ବ୍ୟବହାର କରାଯାଇଛି। ନ୍ୟାସନାଲ ହାଇ ସ୍ପିଡ୍ ରେଳ କର୍ପୋରେସନ୍ ଲିମିଟେଡ୍ (National High Speed Rail Corporation Limited) ଏନଏଚଏସଆରସିଏଳ (NHSRCL) ମଧ୍ୟ ଏହାର ଏକ ଭିଡିଓ ଟ୍ୱିଟର ଯଗେ ସେୟାର କରିଛି। 

Also Read: Indian Railway: ବନ୍ଦେ ଭାରତ ବନାମ ବୁଲେଟ୍ ଟ୍ରେନ ମଧ୍ୟରେ କିଏ ଅଧିକ ଶକ୍ତିଶାଳୀ?

ଶୁକ୍ରବାର ଅହମ୍ମଦାବାଦ ଗସ୍ତ କରିବା ସମୟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି। ଏନେଇ ରେଳମନ୍ତ୍ରୀ କହିଛନ୍ତି ଯେ ଦେଶର ପ୍ରଥମ ବୁଲେଟ୍ ଟ୍ରେନ୍ ଆସନ୍ତା ୨୦୨୬ ବର୍ଷରେ କାର୍ଯ୍ୟକ୍ଷମ ହେବ। ବର୍ତ୍ତମାନ ବୁଲେଟ୍ ଟ୍ରେନ ପ୍ରକଳ୍ପ କାମ ଜୋରସୋରରେ ଚାଲିଛି। ଦେଶର ୧୯୯ ରେଳ ଷ୍ଟେସନକୁ ବିଶ୍ୱ ସ୍ତରୀୟ କରିବା ପାଇଁ ମାଷ୍ଟରପ୍ଲାନ ଆଧାରରେ କାର୍ଯ୍ୟ କରାଯାଉଛି। ଯାହା ଅଧୀନରେ ଅହମ୍ମଦାବାଦ ରେଳ ଷ୍ଟେସନକୁ ମଧ୍ୟ ବିଶ୍ୱସ୍ତରୀୟ କରାଯିବ।