Bullet Train in India: ଦୌଡିବା ପୂର୍ବରୁ ମହଙ୍ଗା ହୋଇଉଠିଲା ବୁଲେଟ ଟ୍ରେନ
Advertisement
Article Detail0/zeeodisha/odisha1288487

Bullet Train in India: ଦୌଡିବା ପୂର୍ବରୁ ମହଙ୍ଗା ହୋଇଉଠିଲା ବୁଲେଟ ଟ୍ରେନ

Bullet Train Project in India: ମାତ୍ର ଦେଶର ପ୍ରଥମ ବୁଲେଟ ଟ୍ରେନ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାରେ ବିଳମ୍ବ ହେବାରୁ ଏହାର ଆନୁମାନିକ ମୂଲ୍ୟ ୧.୬ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଯାଇଛି। ଯାହା ମଧ୍ୟରେ ଦ୍ରବ୍ୟ ଓ ସେବା କର ସାମିଲ ହୋଇନାହିଁ।

Bullet Train in India: ଦୌଡିବା ପୂର୍ବରୁ ମହଙ୍ଗା ହୋଇଉଠିଲା ବୁଲେଟ ଟ୍ରେନ

Bullet Train Project: ଆଗେଇ ଚାଲିଛି ମୁମ୍ବାଇ-ଅହମ୍ମଦାବାଦ ହାଇସ୍ପୀଡ୍ ରେଳ ପ୍ରକଳ୍ପ କାର୍ଯ୍ୟ। ଗତ ସପ୍ତାହରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିର୍ମାଣସ୍ଥଳ ପରିଦର୍ଶନ କରି ଏହାର ନିର୍ମାଣ କାର୍ଯ୍ୟ ବାବଦରେ ସମୀକ୍ଷା କରିଥିଲେ। ଦେଶର ପ୍ରଥମ ବୁଲେଟ୍ ଟ୍ରେନ୍ ଆସନ୍ତା ୨୦୨୬ ବର୍ଷରୁ ରେଳଧାରଣାରେ ଗଡ଼ିବା ଆରମ୍ଭ କରିବ ବୋଲି ରେଳମନ୍ତ୍ରୀ ଜୁନ୍ ମାସରେ ଘୋଷଣା କରିଥିଲେ। ସେତେବେଳେ ମନ୍ତ୍ରୀ କହିଥିଲେ ଯେ ଏହାର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। 

ମାତ୍ର ଦେଶର ପ୍ରଥମ ବୁଲେଟ ଟ୍ରେନ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାରେ ବିଳମ୍ବ ହେବାରୁ ଏହାର ଆନୁମାନିକ ମୂଲ୍ୟ ୧.୬ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଯାଇଛି। ଯାହା ମଧ୍ୟରେ ଦ୍ରବ୍ୟ ଓ ସେବା କର ସାମିଲ ହୋଇନାହିଁ। ଏହି ପ୍ରକଳ୍ପ ବିଳମ୍ବ ହେବା ପଛରେ ଏକ ମୁଖ୍ୟ କାରଣ ହେଉଛି କୋରୋନା ମହାମାରୀ। ଏକ ରିପୋର୍ଟ ଅନୁଯାୟୀ ଏହି ପ୍ରକଳ୍ପର ମୋଟ ଆନୁମାନିକ ମୂଲ୍ୟ ୧.୧ ଲକ୍ଷ କୋଟି ରହିଥିଲା ଯାହା ବର୍ତ୍ତମାନ ୧.୬ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। 

ଏନେଇ ନ୍ୟାସନାଲ ହାଇସ୍ପୀଡ୍ ରେଳ ନିଗମ ଲିମିଟେଡ୍ (National High Speed Rail Corporation Limited) ଏନଏଚଏସଆରସିଏଲ (NHSRCL) ପକ୍ଷରୁ କୁହାଯାଇଛି ଯେ ଜମି ଅଧିଗ୍ରହଣ ସମାପ୍ତ ହେବା ପରେ ସଂଶୋଧିତ ମୂଲ୍ୟ ଆସିପାରିବ। ଜମି ଅଧିଗ୍ରହଣ, ସିମେଣ୍ଟ, ଇସ୍ପାତ ଏବଂ ଅନ୍ୟାନ୍ୟ କଞ୍ଚାମାଲ ମୂଲ୍ୟ ବୃଦ୍ଧିରେ ମୂଲ୍ୟ ବୃଦ୍ଧି ହେତୁ ଏହି ପ୍ରକଳ୍ପର ମୂଲ୍ୟ ବୃଦ୍ଧି ପାଇଛି। ସରକାରୀ ଆକଳନରୁ ଜଣାପଡିଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଦାଦ୍ରା ଏବଂ ନାଗର ହାଭେଳୀରେ (Dadra and Nagar Haveli) ଶତପ୍ରତିଶତ ଜମି ଅଧିଗ୍ରହଣ ହୋଇଥିବାବେଳେ ଗୁଜୁରାଟରେ (Gujarat) ୯୮.୯ ଏବଂ ମହାରାଷ୍ଟ୍ରରେ (Maharashtra) ମାତ୍ର ୭୩% ଜମି ଅଧିଗ୍ରହଣ ହୋଇଛି। 

Also Read: ଦେଶର ୭ଟି ନୂଆ ରୁଟରେ ଦୌଡିବ ହାଇସ୍ପିଡ ବୁଲେଟ ଟ୍ରେନ, ଓଡ଼ିଶା ଭାଗରେ ଶୂନ

ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ମହାରାଷ୍ଟ୍ରରେ ଜମି ଅଧିଗ୍ରହଣରେ ବିଳମ୍ବ ହେତୁ ଏହି ପ୍ରକଳ୍ପ ଶେଷ ହେବାକୁ ଆହୁରି ସମୟ ଲାଗିବ। ମୋଟ ୫୦୮ କିଲୋମିଟର ଦୂରତା ବିଶିଷ୍ଟ ଅହମ୍ମଦାବାଦ-ମୁମ୍ବାଇ ହାଇସ୍ପୀଡ୍ ରେଳ ପ୍ରକଳ୍ପ (Ahmedabad-Mumbai High Speed Rail Project) ପ୍ରଧାନମନ୍ତ୍ରୀ ମୋଦୀ (PM Modi) ଏବଂ ତାଙ୍କର ପୂର୍ବତନ ଜାପାନ ପ୍ରତିପକ୍ଷ ସିଞ୍ଜୋ ଆବେଙ୍କ (Former Japanese Prime Minister Shinzo Abe) ଦ୍ୱାରା ୨୦୧୭ ସେପ୍ଟେମ୍ବର ୧୪ ତାରିଖରେ ଆରମ୍ଭ କରାଯାଇଥିଲା।

ବୁଲେଟ୍ ଟ୍ରେନ୍ ପ୍ରକଳ୍ପ (Bullet Train Project) ବାବଦରେ କେନ୍ଦ୍ର ସରକାର ଦାବି କରିଛନ୍ତି ଯେ ଏହା ଲୋକଙ୍କ ପାଇଁ ଉପଲବ୍ଧ ହେବ। ବୁଲେଟ୍ ଟ୍ରେନ ଭଡା (Bullet train Fare) ବିମାନ ଠାରୁ କମ୍ ଏବଂ ପ୍ରଥମ ଏସି ସହିତ ସମାନ ରଖାଯିବ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ (Railway Minister Ashwini Vaishnaw) ଅତୀତରେ କହିଥିଲେ ଯେ ୨୦୦୬ ମସିହାରେ ଗୁଜୁରାଟର ସୁରଟ-ବିଲିମୋରା (Surat-Bilimora) ମଧ୍ୟରେ ଦେଶର ପ୍ରଥମ ବୁଲେଟ୍ ଟ୍ରେନ୍ ଚଳାଇବା ଲକ୍ଷ୍ୟ ହାସଲ ହେବ କାରଣ ଏହି ଦିଗରେ ଭଲ ଅଗ୍ରଗତି ହେଉଛି। ମୁମ୍ବାଇ-ଅହମ୍ମଦାବାଦ ମଧ୍ୟରେ ୩୨୦ କିଲୋମିଟର ବେଗରେ ବୁଲେଟ୍ ଟ୍ରେନ୍ ଚଳାଇବାକୁ ପ୍ରସ୍ତାବ ରହିଛି। ଦୁଇ ସହର ମଧ୍ୟରେ ମୋଟ ଦୂରତା ହେଉଛି ୫୦୮ କିଲୋମିଟର। ଏହା ମଧ୍ୟରେ ୧୨ ଷ୍ଟେସନ ରହିବ। ଏହି ଟ୍ରେନ୍ ଦୁଇ ସହର ମଧ୍ୟରେ ଯାତ୍ରା ସମୟକୁ ତିନି ଘଣ୍ଟାକୁ ହ୍ରାସ କରିବ। ବର୍ତ୍ତମାନ ଏହା ଛଅ ଘଣ୍ଟା ଲାଗୁଛି। ଜାପାନ ଆନ୍ତର୍ଜାତୀୟ ସହଯୋଗ ଏଜେନ୍ସି ଦ୍ୱାରା ୮୧ ପ୍ରତିଶତ ଅର୍ଥ ପ୍ରଦାନ କରାଯାଇଛି।