ଦେଶର ୭ଟି ନୂଆ ରୁଟରେ ଦୌଡିବ ହାଇସ୍ପିଡ ବୁଲେଟ ଟ୍ରେନ, ଓଡ଼ିଶା ଭାଗରେ ଶୂନ
Advertisement

ଦେଶର ୭ଟି ନୂଆ ରୁଟରେ ଦୌଡିବ ହାଇସ୍ପିଡ ବୁଲେଟ ଟ୍ରେନ, ଓଡ଼ିଶା ଭାଗରେ ଶୂନ

ଦେଶର ୭ଟି ନୂତନ ରୁଟରେ ଦୌଡିବ ହାଇସ୍ପୀଡ ବୁଲେଟ ଟ୍ରେନ। 

ଦେଶର ୭ଟି ନୂଆ ରୁଟରେ ଦୌଡିବ ହାଇସ୍ପିଡ ବୁଲେଟ ଟ୍ରେନ, ଓଡ଼ିଶା ଭାଗରେ ଶୂନ

ନୂଆଦିଲ୍ଲୀ: ଦେଶର ୭ଟି ନୂଆ ରୁଟରେ ଦୌଡିବ ହାଇସ୍ପୀଡ ବୁଲେଟ ଟ୍ରେନ। ଏଥିଲାଗି ଏକ ବିଶାଳ ନେଟୱାର୍କ ରହିବ ଏବଂ ଏହି ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ଲାଗି ଭାରତୀୟ ରେଳବାଇ, ଜାତୀୟ ରାଜପଥ ପ୍ରାଧିକରଣ-ଏନଏଚଏଆଇ ସହଯୋଗରେ ଅତିରିକ୍ତ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରିବ।

ଏ ସମ୍ପର୍କିତ ରିପୋର୍ଟ ଅନୁସାର, ଦେଶରେ ରେଳ ପରିବହନ ନେଟୱାର୍କର ସମନ୍ୱିତ ବିକାଶ ପାଇଁ ଗ୍ରୀନଫିଲ୍ଡ ଏକ୍ସପ୍ରେସୱେ ମାଧ୍ୟରେ ହାଇ ସ୍ପିଡ୍ ଟ୍ରେନ ସେବା ଲାଗି ଏନଏଚଏଆଇ ଆବଶ୍ୟକୀୟ ଜମି ଅଧିଗ୍ରହଣ କରିବ। କେନ୍ଦ୍ର ପରିବହନ ନୀତିନ ଗଜକରୀ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବ ଏକ ବୈଠକରେ ଅତିରିକ୍ତ ଜମି ଅଧିଗ୍ରହଣ କରିବା ନେଇ ନିଷ୍ପତ୍ତି ନିଆଯାଇଛି।

ଇନଫ୍ରା ସେକ୍ଟର ଗୋଷ୍ଠୀ ବୈଠକରେ ଏନଏଚଆଇକୁ ଜମି ଅଧିଗ୍ରହଣ ଦାୟିତ୍ୱ ମିଳିଛି। ଏହି ପ୍ରକ୍ରିୟାକୁ ଆଗକୁ ନେବା ଲାଗି ୪ ଜଣିଆ କମିଟି ଗଠନ କରାଯାଇଛି। ଚାରି ସଦସ୍ୟ ବିଶିଷ୍ଟ ଟାସ୍କଫୋର୍ସ କମିଟି ଜମି ଅଧିଗ୍ରହଣ ଏବଂ ବ୍ୟୟ ଅଟ୍ଟକଳ ସମ୍ପର୍କିତ କାର୍ଯ୍ୟର ତଦାରଖ କରିବ। ଭାରତୀୟ ରେଳବାଇ ଦେଶରେ ୭ଟି ହାଇସ୍ପିଡ୍ ରେଳ ମାର୍ଗର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ପ୍ରକ୍ରିୟା କାର୍ଯ୍ୟକାରୀ କରିବାକୁ ଯାଉଛି।

ଏହି ୭ଟି ହାଇସ୍ପିଡ୍ ରେଲୱେ କରିଡର ହେଉଛି ଦିଲ୍ଲୀ-ବାରଣାସୀ ଭାୟା ନୋଏଡା, ଆଗ୍ରା-ଲକ୍ଷ୍ନୌ, ବାରାଣାସୀ-ହାୱାଡା ଭାୟା ପାଟନା, ଦିଲ୍ଲୀ-ଅହମ୍ମଦବାଦ ଭାୟା ଜୟପୁର ଏବଂ ଉଦୟପୁର, ଦିଲ୍ଲୀ-ଅମ୍ରିତସର ଭାୟା ଚଣ୍ଡିଗଡ, ଲୁଧିଆନା ଏବଂ ଜଳନ୍ଧର, 
ମୁମ୍ବାଇ-ନାଗପୁର ଭାୟା ନାସିକ, ମୁମ୍ବାଇ-ହାଇଦ୍ରାବାଦ ଭାୟା ପୁନେ, ଚୀନ-ମହୀଶୂର ଭାୟା ବେଙ୍ଗାଲୁରୁ । ଏହି ସୁପରଫାଷ୍ଟ ରୁଟରେ ଓଡିଶାର କୌଣସି ସ୍ଥାନକୁ ସଂଯୁକ୍ତ କରାଯାଇନାହିଁ।
 

ଏନେଇ ମତ ରଖି ରେଲୱେ ବୋର୍ଡର ଚେୟାରମ୍ୟାନ ଭି.କେ ଯାଦବ କହିଛନ୍ତି, ଦେଶରେ ବଡ ବଡ ରେଳବାଇ ପ୍ରକଳ୍ପ ଯଥା ମାଲ ପରିବହନ କରିଡର ଏବଂ ବୁଲେଟ୍ ଟ୍ରେନ୍ ପ୍ରକଳ୍ପର କାର୍ଯ୍ୟକାରିତା କରୋନା ସଙ୍କଟ ସତ୍ତ୍ୱେ ବିଳମ୍ବ ହେବ ନାହିଁ।
ସଦ୍ୟ ଦେଶର ଅଧିକାଂଶ ରେଳବାଇ ଭିତ୍ତିଭୂମି ବିକାଶ ଜନିତ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଲକ ଡାଉନ କାରଣରୁ ବିଳମ୍ବିତ ହେଉଛି।

ପ୍ରାୟ ୮୧୦୦୦ କୋଟି ଟଙ୍କାର ଏହି ମାଲ ପରିବହନ କରିଡର, ଯାହା ବର୍ତ୍ତମାନ ଚାଲିଥିବା ରେଳବାଇର ଏକକ ବୃହତ୍ତମ ବିକାଶମୂଳକ ପ୍ରକଳ୍ପ, ପଞ୍ଜାବର ଲୁଧିଆନା ଠାରୁ ପଶ୍ଚିମବଙ୍ଗର କୋଲକାତା ନିକଟ ଡାନକୁନି ପର୍ଯ୍ୟନ୍ତ ୧୮୩୯ କିଲୋମିଟର ମାଲବାହି ଲାଇନ ଇଷ୍ଟର୍ଣ୍ଣକୁ ନେଇ ଗଠିତ। ଦେଶର ପଶ୍ଚିମ ଭାଗରେ ହେଉଥିବା ଏପରି ଧରଣର ଅନ୍ୟ ଏକ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀକୁ ଦେଶର ଅର୍ଥନୈତିକ ରାଜଧାନୀ ମୁମ୍ବାଇ ସହ ଯୋଡିବ।