ଯଦି ଆପଣ Paytm ରୁ LPG ସିଲିଣ୍ଡର ବୁକ୍ କରନ୍ତି, ତେବେ ଆପଣ ୨,୭୦୦ ଟଙ୍କାର ସିଧାସଳଖ ଲାଭ ପାଇବେ ।
Trending Photos
ନୂଆଦିଲ୍ଲୀ: LPG Booking Offer: ଏଲପିଜି (LPG) ମୂଲ୍ୟ ବୃଦ୍ଧିରୁ ତୈଳ କମ୍ପାନୀଗୁଡିକ ଆପଣଙ୍କୁ ରିହାତି ପ୍ରଦାନ କରିବେ କି ନାହିଁ ତାହା ଜଣା ନାହିଁ, କିନ୍ତୁ ଆପଣ ତଥାପି ମଧ୍ୟ LPG Cylinder କୁ ଶସ୍ତାରେ ବୁକ୍ କରିପାରିବେ । ଏଥିପାଇଁ ଆପଣଙ୍କୁ କେବଳ ପେଟିଏମ୍ (Paytm) ମାଧ୍ୟମରେ ଗ୍ୟାସ୍ ବୁକ୍ କରିବାକୁ ପଡିବ । ତେବେ ଆସନ୍ତୁ ଜାଣିବା ଏହି ଅଫରର ଲାଭ ଉଠାଇବା ପାଇଁ ଆପଣଙ୍କୁ କ'ଣ କରିବାକୁ ପଡିବ ।
ଅଧିକ ପଢ଼ନ୍ତୁ:-ଦେଶରେ ଲଗାତର ବଢ଼ୁଛି କୋରୋନା ମାମଲା: ଦିନକରେ ୪୪ ହଜାରରୁ ଉର୍ଦ୍ଧ୍ୱ ମାମଲା ଚିହ୍ନଟ, ଆଖି ବୁଜିଲେ ଏତିକି ସଂକ୍ରମିତ
Paytm ରୁ LPG ବୁକିଂ ଉପରେ କ୍ୟାସବ୍ୟାକ୍
ଯଦି ଆପଣ Paytm ରୁ LPG ସିଲିଣ୍ଡର ବୁକ୍ କରନ୍ତି, ତେବେ ଆପଣ ୨,୭୦୦ ଟଙ୍କାର ସିଧାସଳଖ ଲାଭ ପାଇବେ । ପ୍ରକୃତରେ ପେଟିଏମ୍ ଏଲପିଜି ସିଲିଣ୍ଡର ବୁକିଂ ଉପରେ କ୍ୟାସବ୍ୟାକ୍ ଏବଂ ଅନ୍ୟାନ୍ୟ ପୁରସ୍କାର ଘୋଷଣା କରିଛି । ପେଟିଏମ୍ 3 Pay 2700 Cashback Offer ନାମକ ଏକ ସ୍କିମ୍ ଆରମ୍ଭ କରିଛି । ନୂତନ ଉପଭୋକ୍ତାମାନେ ଏହି ଅଫରର ଲାଭ ଉଠାଇପାରିବେ । ଯେଉଁଥିରେ ସେମାନଙ୍କୁ କ୍ରମାଗତ ତିନି ମାସର ପ୍ରଥମ ବୁକିଂରେ ୯୦୦ ଟଙ୍କା ପର୍ଯ୍ୟନ୍ତ ଏକ ନିଶ୍ଚିତ କ୍ୟାସବ୍ୟାକ୍ ମିଳିବ ।
ଏହି ଅଫରର ସର୍ତ୍ତ ହେଉଛି ଯେ ଏହି କ୍ୟାସବ୍ୟାକ୍ କେବଳ ସେହି ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ ଯେଉଁମାନେ ପ୍ରଥମ ଥର ପାଇଁ LPG ସିଲିଣ୍ଡର ବୁକ୍ କରୁଛନ୍ତି । ପ୍ରତି ମାସରେ ତିନୋଟି ଗ୍ୟାସ୍ ସିଲିଣ୍ଡର ବୁକିଂ କରିବା ସମୟରେ ଆପଣ ପ୍ରଥମ ବୁକିଂରେ ୯୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ପାଇବେ । ଏହି କ୍ୟାସବ୍ୟାକ୍ ତିନି ମାସ ପାଇଁ ଉପଲବ୍ଧ ହେବ । ଏହି କ୍ୟାସବ୍ୟାକ୍ ୧୦ରୁ ୯୦୦ ଟଙ୍କା ପର୍ଯ୍ୟନ୍ତ ହୋଇପାରେ ।
ଅଧିକ ପଢ଼ନ୍ତୁ:-ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍
ଏହି ଅଫର ମଧ୍ୟ ମିଳିବ
ଏହା ବ୍ୟତୀତ Paytm ବର୍ତ୍ତମାନର ୟୁଜର୍ସଙ୍କୁ ପ୍ରତ୍ୟେକ ବୁକିଂରେ ସୁନିଶ୍ଚିତ ପୁରସ୍କାର ଓ ୫୦୦୦ ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ପଏଣ୍ଟ ମଧ୍ୟ ଦେବ । ଯାହା ଟପ୍ ବ୍ରାଣ୍ଡର ମହତ୍ୱପୂର୍ଣ୍ଣ ଡିଲ୍ସ ଓ ଗିଫ୍ଟ ଭାଉଚର୍ ପାଇଁ ପୈଠ ହୋଇପାରିବ । ପେଟିଏମ୍ ମଧ୍ୟ କିଛି ସମୟ ପୂର୍ବରୁ ଏହାର ଆପରେ ଏକ ନୂତନ ଫିଚର ଯୋଡିଛି । ଯେଉଁଥିରେ ଉପଭୋକ୍ତାମାନେ ସିଲିଣ୍ଡର ବୁକିଂ କରିବା ପରେ ଏହାର ଡେଲିଭରୀକୁ ମଧ୍ୟ ଟ୍ରାକ୍ କରିପାରିବେ । ଏହା ବ୍ୟତୀତ ଫୋନରେ ସିଲିଣ୍ଡର ଭରିବା ପାଇଁ ଏକ ରିମାଣ୍ଡର ମଧ୍ୟ ଆସିବ ।
ଏହି '3 Pay 2700 Cashback Offer' ସମସ୍ତ ୩ ପ୍ରମୁଖ ଏଲପିଜି କମ୍ପାନୀ ଇଣ୍ଡେନ (Indane), ଏଚପି ଗ୍ୟାସ (HP Gas) ଓ ଭାରତ ଗ୍ୟାସ (BharatGas) ର ସିଲିଣ୍ଡର ବୁକିଂ ଉପରେ ଲାଗୁ ରହିଛି । ଗ୍ରାହକମାନେ 'ପେଟିଏମ୍ ପୋଷ୍ଟ ପେଡ୍' ନାମରେ ଜଣାଶୁଣା 'Paytm Now Pay Later' ପ୍ରୋଗାମରେ ରେଜିଷ୍ଟର କରି ସିଲିଣ୍ଡର ବୁକିଂର ପେମେଣ୍ଟ ଆସନ୍ତା ମାସରେ କରିବାର ସୁଯୋଗ ପାଇପାରିବେ ।
ଅଧିକ ପଢ଼ନ୍ତୁ:-ରେଳ ଯାତ୍ରୀଙ୍କୁ ବଡ଼ ଝଟକା! ବର୍ତ୍ତମାନ ଟ୍ରେନରେ ମିଳିବ ନାହିଁ ଏହି ସ୍ୱତନ୍ତ୍ର ସୁବିଧା
କ୍ୟାସବ୍ୟାକ୍ କିପରି ପାଇବେ?
ପ୍ରଥମେ ପେଟିଏମ୍ ଆପ୍ ଡାଉନଲୋଡ୍ କରନ୍ତୁ ।
ଏହା ପରେ ସିଲିଣ୍ଡର ବୁକିଂକୁ ଯାଆନ୍ତୁ ।
ତା’ପରେ ଆପଣଙ୍କର ଗ୍ୟାସ ଏଜେନ୍ସି ବାଛନ୍ତୁ । ଏଥିରେ, ଆପଣ ତିନୋଟି ବିକଳ୍ପ ଦେଖିବେ - ଭାରତ ଗ୍ୟାସ୍, ଇଣ୍ଡେନ୍ ଗ୍ୟାସ୍ ଏବଂ ଏଚପି ଗ୍ୟାସ୍ ।
ଏହା ପରେ ଆପଣଙ୍କର ପଞ୍ଜୀକୃତ ନମ୍ବର କିମ୍ବା LPG ID କିମ୍ବା ଗ୍ରାହକ ନମ୍ବର ଭରନ୍ତୁ ।
ଏହି ସୂଚନା ଭରିବା ପରେ ଆପଣ Proceed ବଟନ୍ ଦବାଇ ପେମେଣ୍ଟ କରିପାରିବେ ।