ଆମେରିକା ଉପରେ ପରମାଣୁ ବୋମା ପକାଇବ କି ଋଷ? ସର୍ଭେରେ ହେଲା ଆଶ୍ଚର୍ଯ୍ୟଜନକ ଖୁଲାସା
Advertisement
Article Detail0/zeeodisha/odisha1136812

ଆମେରିକା ଉପରେ ପରମାଣୁ ବୋମା ପକାଇବ କି ଋଷ? ସର୍ଭେରେ ହେଲା ଆଶ୍ଚର୍ଯ୍ୟଜନକ ଖୁଲାସା

Can Russia drop Atomic Bomb on America: ଏହି ସର୍ଭେ ଶୁକ୍ରବାର ଉତ୍ତର କୋରିଆ (North Korea) ଦ୍ୱାରା ନିଜର ବୃହତ୍ତମ ଅନ୍ତରମହାଦ୍ୱୀପ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର (intercontinental ballistic missile) ର ପରୀକ୍ଷଣ ପୂର୍ବରୁ କରାଯାଇଥିଲା । ସର୍ଭେରୁ ଏହା ମଧ୍ୟ ଦର୍ଶାଯାଇଛି ଯେ ୫୧ ପ୍ରତିଶତ ଆମେରିକୀୟ କହିଛନ୍ତି ଯେ ସେମାନେ ଉତ୍ତର କୋରିଆର ଆଣବିକ କାର୍ଯ୍ୟକ୍ରମକୁ ନେଇ ଆମେରିକା ପ୍ରତି ବିପଦକୁ ନେଇ ବହୁତ ଚିନ୍ତିତ ଅଛନ୍ତି ।

ପ୍ରତୀକାତ୍ମକ ଫଟୋ

ୱାଶିଂଟନ୍: Can Russia drop Atomic Bomb on America: ୟୁକ୍ରେନ (Ukraine) ଉପରେ ଋଷ (Russia) ର ଆକ୍ରମଣ ପରେ ଅଧିକାଂଶ ଆମେରିକୀୟଙ୍କୁ ଅନ୍ତତଃ ପକ୍ଷେ କିଛି ମାତ୍ରାରେ ଚିନ୍ତାରେ ପକାଇଛି ଯେ ଆମେରିକା (America) ଏହି ବିବାଦରେ ସିଧାସଳଖ ସାମିଲ ହୋଇଯିବ ଓ ପରମାଣୁ ଅସ୍ତ୍ର (nuclear weapons) ସାହାଯ୍ୟରେ ଟାର୍ଗେଟ କରାଯାଇପାରେ । ଏକ ନୂତନ ସର୍ଭେରେ ଚିନ୍ତା ସ୍ତର ଦର୍ଶାଯାଇଛି, ଯାହା ଶୀତଳ ଯୁଦ୍ଧ (Cold War) ସମୟରେ ଦେଖାଦେଇଥିଲା ।

ନୂତନ ସର୍ଭେରେ ଆମେରିକୀୟମାନଙ୍କୁ ପରମାଣୁ ଆକ୍ରମଣର ଭୟ 

ଆସୋସିଏଟେଡ୍ ପ୍ରେସ-ଏନଆରସି ସେଣ୍ଟର ଫର ପବ୍ଲିକ ଆଫେୟାର୍ସ ରିସର୍ଚ୍ଚର ଏକ ନୂତନ ସର୍ଭେ ଅନୁଯାୟୀ, ପ୍ରାୟ ଅଧାରୁ ଅଧିକ ଆମେରିକାର ଜନତା କହିଛନ୍ତି ଯେ ସେମାନେ ବହୁତ ଚିନ୍ତିତ ଅଛନ୍ତି, କାରଣ ଋଷ (Russia) ଆମେରିକା (US) ଉପରେ ପରମାଣୁ ଅସ୍ତ୍ର (nuclear weapons) ସାହାଯ୍ୟରେ ସିଧାସଳଖ ଟାର୍ଗେଟ କରିପାରେ ।

ପୁଟିନ ନିଜ ଦେଶର ପରମାଣୁ ବଳକୁ ହାଇ ଆଲର୍ଟରେ ରଖିଛନ୍ତି

ଏଜେନ୍ସିର ଖବର ଅନୁଯାୟୀ, ଫେବୃଆରୀ ୨୪ ଆକ୍ରମଣ ପରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିଜ ଦେଶର ପରମାଣୁ ବଳକୁ ହାଇ ଆଲର୍ଟରେ ରଖିଛନ୍ତି । ୧୦ ଜଣ ଆମେରିକୀୟଙ୍କ ମଧ୍ୟରୁ ପ୍ରାୟ ୯ ଜଣ ଅନ୍ତତଃ ପକ୍ଷେ ଚିନ୍ତିତ ଅଛନ୍ତି ଯେ ପୁଟିନ (Putin) ୟୁକ୍ରେନ (Ukraine) ବିରୁଦ୍ଧରେ ପରମାଣୁ ଅସ୍ତ୍ର (nuclear weapons) ବ୍ୟବହାର କରିପାରନ୍ତି ।

ଅନୁସନ୍ଧାନକାରୀମାନେ ଏହା ମନେ କରନ୍ତି

ମାସାଚୁସେଟ୍ସର ଆମ୍ହେର୍ଷ୍ଟର ଅବସରପ୍ରାପ୍ତ ଅନୁସନ୍ଧାନକାରୀ ରବିନ୍ ଥମ୍ପସନ୍ କହିଛନ୍ତି ଯେ, "ଋଷ (Russia) ନିୟନ୍ତ୍ରଣ ବାହାରେ ଓ ମୋତେ ଲାଗୁ ନାହିଁ ତାଙ୍କୁ ପ୍ରକୃତରେ କୌଣସି ବିଷୟରେ ଚିନ୍ତା ଅଛି । ତା' ପାଖରେ ପରମାଣୁ ଅସ୍ତ୍ର (nuclear weapons) ଅଛି ।" ୭୧ ପ୍ରତିଶତ ଆମେରିକୀୟ କହିଛନ୍ତି ଯେ, ଋଷ (Russia) ର ୟୁକ୍ରେନ (Ukraine) ଉପରେ ଆକ୍ରମଣ ବିଶ୍ୱର ଯେକୌଣସି ସ୍ଥାନରେ ପରମାଣୁ ଅସ୍ତ୍ର (nuclear weapons) ବ୍ୟବହାର କରିବାର ସମ୍ଭାବନାକୁ ବଢ଼ାଇ ଦେଇଛି ।

ଏହା ବି ପଢ଼ନ୍ତୁ:-IPL ର ଏହି ୫ଟି ରେକର୍ଡ ଭାଙ୍ଗିବା ଅସମ୍ଭବ! କାରନାମା ଜାଣି ଚକିତ ହେବେ ଆପଣ

ଏହା ବି ପଢ଼ନ୍ତୁ:-ପୁଟିନଙ୍କୁ ଖୋଲା ଧମକ ଦେଲେ ବାଇଡେନ, କହିଲେ-ଋଷ ଯଦି ଏହା କରିବ ତ ଛାଡ଼ିବୁ ନାହିଁ

ଏହା ବି ପଢ଼ନ୍ତୁ:-ପୁଣି ବଢ଼ିଲା ତୈଳ ଦର, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ପେଟ୍ରୋଲ-ଡିଜେଲର ନୂଆ ରେଟ୍

 

ଉତ୍ତର କୋରିଆର ପରମାଣୁ କାର୍ଯ୍ୟକ୍ରମକୁ ନେଇ ଚିନ୍ତାରେ ଆମେରିକାର ଜନତା

ଏହି ସର୍ଭେ ଶୁକ୍ରବାର ଉତ୍ତର କୋରିଆ (North Korea) ଦ୍ୱାରା ନିଜର ବୃହତ୍ତମ ଅନ୍ତରମହାଦ୍ୱୀପ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର (intercontinental ballistic missile) ର ପରୀକ୍ଷଣ ପୂର୍ବରୁ କରାଯାଇଥିଲା । ସର୍ଭେରୁ ଏହା ମଧ୍ୟ ଦର୍ଶାଯାଇଛି ଯେ ୫୧ ପ୍ରତିଶତ ଆମେରିକୀୟ କହିଛନ୍ତି ଯେ ସେମାନେ ଉତ୍ତର କୋରିଆର ଆଣବିକ କାର୍ଯ୍ୟକ୍ରମକୁ ନେଇ ଆମେରିକା ପ୍ରତି ବିପଦକୁ ନେଇ ବହୁତ ଚିନ୍ତିତ ଅଛନ୍ତି ।