ଏହି ଛୋଟ ଦେଶ ସହ ଚୁକ୍ତି କଲା ଚୀନ, ହଜିଲା ଆମେରିକା, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡର ନିଦ
Advertisement
Article Detail0/zeeodisha/odisha1166994

ଏହି ଛୋଟ ଦେଶ ସହ ଚୁକ୍ତି କଲା ଚୀନ, ହଜିଲା ଆମେରିକା, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡର ନିଦ

China-Solomon Islands Deal: ଗତ ମାସରେ ସୋଲୋମାନ ଆଇସଲ୍ୟାଣ୍ଡ ନିଶ୍ଚିତ କରିଥିଲା ​​ଯେ ସେ ଚୀନ (China) ସହିତ ଏକ ସୁରକ୍ଷା ଚୁକ୍ତି କରିବାକୁ ଯାଉଛି । ଏହା ବିଶେଷ କରି ଅଷ୍ଟ୍ରେଲିଆର ଅସୁବିଧାକୁ ବଢ଼ାଇ ଦେଇଛି, ଯାହା ସୋଲୋମାନ ଆଇସଲ୍ୟାଣ୍ଡଠାରୁ ମାତ୍ର ଦୁଇ ହଜାର କିଲୋମିଟର ଦୂରରେ ଅବସ୍ଥିତ । ଆଗାମୀ ଦିନରେ ଆମେରିକାର ଜାତୀୟ ସୁରକ୍ଷା ପରିଷଦର ଅଧିକାରୀମାନେ ମଧ୍ୟ ଉଚ୍ଚ ସ୍ତରୀୟ ଆଲୋଚନା ପାଇଁ ସୋଲୋମୋନ ଆଇସଲ୍ୟାଣ୍ଡରେ ପହଞ୍ଚିବାକୁ ଯାଉଛନ୍ତି ।

ଏହି ଛୋଟ ଦେଶ ସହ ଚୁକ୍ତି କଲା ଚୀନ, ହଜିଲା ଆମେରିକା, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡର ନିଦ

ନୂଆଦିଲ୍ଲୀ: China-Solomon Islands Deal: ଦିନକୁ ଦିନ ଚୀନ ସାରା ଦୁନିଆରେ ନିଜର ଆଧିପତ୍ୟ ବିସ୍ତାର କରିବାରେ ଲାଗିଛି । ଏହି କ୍ରମରେ ଚୀନ (China) ସୋଲୋମୋନ ଆଇସଲ୍ୟାଣ୍ଡ (Solomon Islands) ସହିତ ଏକ ସୁରକ୍ଷା ଚୁକ୍ତି ସ୍ୱାକ୍ଷର କରିଛି । ଯାହାକୁ ନେଇ ଅଷ୍ଟ୍ରେଲିଆ (Australia), ନ୍ୟୁଜିଲ୍ୟାଣ୍ଡ (New Zealand) ଏବଂ ଆମେରିକା (US) ଚିନ୍ତା ପ୍ରକଟ କରିଛନ୍ତି । ଏହି ଚୁକ୍ତିନାମା ଗତ ସପ୍ତାହରେ କରାଯାଇଛି, ଯାହା ପରେ ଏହି ଦେଶଗୁଡିକରେ ଭୟ ବୃଦ୍ଧି ପାଇଛି ଯେ ପ୍ରଶାନ୍ତ ମହାସାଗର (Pacific Sea) ରେ ଅବସ୍ଥିତ ଏହି ଦେଶରେ ଚୀନ ଏକ ନୌସେନାର ବେସ୍ ନିର୍ମାଣ କରିପାରେ ।

ସୋଲୋମୋନ ଆଇସଲ୍ୟାଣ୍ଡ (Solomon Islands) ର ସବୁଠାରୁ ବଡ଼ ସହାୟକ ହୋଇଥିବା ଅଷ୍ଟ୍ରେଲିଆ ଏହି ଚୁକ୍ତିନାମାକୁ ଶେଷ ପର୍ଯ୍ୟନ୍ତ ରୋକିବାକୁ ଚେଷ୍ଟା କରିଥିଲା, କିନ୍ତୁ ସୋଲୋମୋନ ଆଇସଲ୍ୟାଣ୍ଡ (Solomon Islands) ଏଥିରେ ସହମତ ହୋଇନଥିଲେ । ସୋଲୋମୋନ ଆଇସଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ମାନସ୍ସେ ସୋଗୋୱାରେ (Solomon Islands Prime Minister Manasseh Sogoware) ରେ କହିଛନ୍ତି ଯେ, ଏହି ଚୁକ୍ତି ଯୋଗୁଁ ଏହି ଅଞ୍ଚଳରେ ଶାନ୍ତି ଓ ସୌହାର୍ଦ୍ଦ୍ୟରେ କୌଣସି ବାଧା ଉତ୍ପନ୍ନ ହେବ ନାହିଁ । ଚୁକ୍ତିନାମାର ସର୍ତ୍ତାବଳୀ ସେ ପ୍ରକାଶ କରିବେ ନାହିଁ । ରାଷ୍ଟ୍ରର ସ୍ୱାର୍ଥରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି ।

ଚୁକ୍ତିନାମାର ଏକ ଲିକ୍ ହୋଇଥିବା ଡ୍ରାଫ୍ଟ ଅନୁଯାୟୀ, ଚୀନ (China) ର ଯୁଦ୍ଧ ଜାହାଜକୁ ସୋଲୋମୋନ ଆଇସଲ୍ୟାଣ୍ଡରେ ରହିବାକୁ ଅନୁମତି ଦିଆଯିବ ଓ ଉତ୍ତେଜନା ପରିସ୍ଥିତିରେ ସାମାଜିକ ଶୃଙ୍ଖଳା ବଜାୟ ରଖିବା ପାଇଁ ବେଜିଂ ସୁରକ୍ଷା ବାହିନୀ ପଠାଇପାରିବ । ଏହି ଡ୍ରାଫ୍ଟକୁ ଅଷ୍ଟ୍ରେଲିଆ ସରକାର ପୃଷ୍ଟି କରିଛନ୍ତି । ଏଠାରେ କହି ରଖୁଛୁ ଯେ, ପ୍ରାୟ ୭ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସୋଲୋମୋନ ଆଇସଲ୍ୟାଣ୍ଡ ଅନେକ ଦ୍ୱୀପକୁ ନେଇ ଗଠିତ ହୋଇଥିବା ଏକ ଛୋଟ ଦେଶ । ଏଠାରେ ଅନେକ ଦ୍ୱୀପପୁଞ୍ଜରେ ବିଶାଳ ଆଗ୍ନେୟଗିରି ଅଛି ।

ନିକଟ ଅତୀତରେ ପ୍ରଧାନମନ୍ତ୍ରୀ ସୋଗୋୱାରେଙ୍କ ବିରୋଧରେ ଏଠାରେ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଗତ ବର୍ଷ ନଭେମ୍ବରରେ ଅଷ୍ଟ୍ରେଲିଆ ମଧ୍ୟ ରାଜଧାନୀ ହୋନିଆରାରେ ଦଙ୍ଗା ବନ୍ଦ କରିବାକୁ ସୁରକ୍ଷା ବାହିନୀ ପଠାଇଥିଲା । ବର୍ତ୍ତମାନ ସେହିଭଳି ଚୀନ ମଧ୍ୟ ସୋଲୋମୋନ ଆଇସଲ୍ୟାଣ୍ଡକୁ ସୁରକ୍ଷା ବାହିନୀ ପଠାଇପାରିବ । ସୋଲୋମୋନ ଆଇସଲ୍ୟାଣ୍ଡ ସରକାର ୨୦୧୯ରେ ତାଇୱାନ ସହିତ କୂଟନୈତିକ ସମ୍ପର୍କ ଭାଙ୍ଗି ଚୀନ ସହ ହାତ ମିଶାଇଥିଲେ ।

ସୂଚନାଯୋଗ୍ୟ, ସୋଲୋମୋନ ଆଇସଲ୍ୟାଣ୍ଡ ଓ ତାଇୱାନ (Taiwan) ମଧ୍ୟରେ ସମ୍ପର୍କ ୩୬ ବର୍ଷ ପୁରୁଣା ଥିଲା । କିନ୍ତୁ ଚୀନ୍ କହିଛି ଯେ, ଯଦି କୌଣସି ଦେଶ ତା' ସହ କୂଟନୈତିକ ସମ୍ପର୍କ ରଖିବାକୁ ଚାହାଁନ୍ତି, ତେବେ ତାଇୱାନକୁ ଔପଚାରିକ ଭାବେ ମାନ୍ୟତା ଦେବା ବନ୍ଦ କରିବାକୁ ପଡ଼ିବ । ଗତ ବର୍ଷ ନଭେମ୍ବରରେ ସୋଲୋମାନ ଆଇସଲ୍ୟାଣ୍ଡରେ ବଡ଼ ଧରଣର ବିରୋଧ ପ୍ରଦର୍ଶନ ହୋଇଥିଲା ଓ ସଂସଦ ଘେରାଉ କରି ପ୍ରଧାନମନ୍ତ୍ରୀଙ୍କୁ ହଟାଇବା ପାଇଁ ବିରୋଧକାରୀମାନେ ପ୍ରୟାସ କରିଥିଲେ । ତିନି ଦିନ ଧରି ଉତ୍ତେଜନା ଜାରି ରହିଥିଲା ।

ଏହା ପରେ ବିରୋଧୀଦଳ ଅଭିଯୋଗ କରିଥିଲେ ଯେ ପ୍ରଧାନମନ୍ତ୍ରୀ ତାଙ୍କ ରାଜନୀତିକୁ ମଜବୁତ କରିବା ପାଇଁ ଚୀନଠାରୁ ଟଙ୍କା ନେଉଛନ୍ତି ଓ ସେ  ବିଦେଶୀ ଶକ୍ତି ପାଇଁ କାମ କରୁଛନ୍ତି । ସେପଟେ ପ୍ରଧାନମନ୍ତ୍ରୀ ସୋଗୋୱାରେ କହିଛନ୍ତି ଯେ ଚୀନ ଏକ ଆର୍ଥିକ ମହାଶକ୍ତି ହୋଇଥିବାରୁ ସେ ଚୀନ ସହିତ କୂଟନୈତିକ ସମ୍ପର୍କ ସ୍ଥାପନ କରିଛନ୍ତି ।

ଏହା ବି ପଢ଼ନ୍ତୁ:-ସାବଧାନ! ସକାଳେ ଉଠିବା ପରେ କରନ୍ତୁନି ଏହି ୭ଟି ଭୁଲ, ନଚେତ୍ ଦେଖାଦେବ ଗମ୍ଭୀର ଶାରୀରିକ ସମସ୍ୟା

ଏହା ବି ପଢ଼ନ୍ତୁ:-ଏଲୋନ୍ ମସ୍କଙ୍କ ହାତକୁ ଟ୍ୱିଟର ଆସିବା ପରେ ବୈଠକରେ କାନ୍ଦିବାକୁ ଲାଗିଲେ କମ୍ପାନୀର ପଲିସି ହେଡ୍

ଏହା ବି ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କୁ ବ୍ଲାକମେଲ ଅଭିଯୋଗରେ ୱେବ୍ ମିଡିଆ ପ୍ରତିନିଧି ଗିରଫ

 

ଗତ ମାସରେ ସୋଲୋମାନ ଆଇସଲ୍ୟାଣ୍ଡ ନିଶ୍ଚିତ କରିଥିଲା ​​ଯେ ସେ ଚୀନ (China) ସହିତ ଏକ ସୁରକ୍ଷା ଚୁକ୍ତି କରିବାକୁ ଯାଉଛି । ଏହା ବିଶେଷ କରି ଅଷ୍ଟ୍ରେଲିଆର ଅସୁବିଧାକୁ ବଢ଼ାଇ ଦେଇଛି, ଯାହା ସୋଲୋମାନ ଆଇସଲ୍ୟାଣ୍ଡଠାରୁ ମାତ୍ର ଦୁଇ ହଜାର କିଲୋମିଟର ଦୂରରେ ଅବସ୍ଥିତ । ଆଗାମୀ ଦିନରେ ଆମେରିକାର ଜାତୀୟ ସୁରକ୍ଷା ପରିଷଦର ଅଧିକାରୀମାନେ ମଧ୍ୟ ଉଚ୍ଚ ସ୍ତରୀୟ ଆଲୋଚନା ପାଇଁ ସୋଲୋମୋନ ଆଇସଲ୍ୟାଣ୍ଡରେ ପହଞ୍ଚିବାକୁ ଯାଉଛନ୍ତି । ସୋଲେମାନରେ ଚୀନର ହସ୍ତକ୍ଷେପ ପରେ ଆମେରିକା (America) ମଧ୍ୟ ଏଠାରେ ନିଜର ଦୂତାବାସ ଖୋଲିବାକୁ ନିଷ୍ପତ୍ତି ନେଇଥିଲା । ୧୯୯୩ରୁ ଏହି ଦୂତାବାସ ବନ୍ଦ ରହିଥିଲା ​​।