ସାବଧାନ! ସକାଳେ ଉଠିବା ପରେ କରନ୍ତୁନି ଏହି ୭ଟି ଭୁଲ, ନଚେତ୍ ଦେଖାଦେବ ଗମ୍ଭୀର ଶାରୀରିକ ସମସ୍ୟା
Advertisement
Article Detail0/zeeodisha/odisha1166974

ସାବଧାନ! ସକାଳେ ଉଠିବା ପରେ କରନ୍ତୁନି ଏହି ୭ଟି ଭୁଲ, ନଚେତ୍ ଦେଖାଦେବ ଗମ୍ଭୀର ଶାରୀରିକ ସମସ୍ୟା

ସକାଳେ ଉଠିବା ପରେ ତୁରନ୍ତ ଧୂମ୍ରପାନ କରିବା ଉଚିତ୍ ନୁହେଁ । ଖାଲି ପେଟରେ ସିଗାରେଟ୍ ଟାଣିବା ସାଧାରଣ ତୁଳନାରେ କର୍କଟ (Cancer) ରୋଗର ଆଶଙ୍କା ବୃଦ୍ଧି କରିଥାଏ ।

ସାବଧାନ! ସକାଳେ ଉଠିବା ପରେ କରନ୍ତୁନି ଏହି ୭ଟି ଭୁଲ, ନଚେତ୍ ଦେଖାଦେବ ଗମ୍ଭୀର ଶାରୀରିକ ସମସ୍ୟା

ଆମେ ସମସ୍ତେ ସକାଳୁ (Morning) ଉଠିବା ମାତ୍ରେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁ ଯେ ମୋ ପାଇଁ ଦିନଟି ଭଲ ଯାଉ । କିନ୍ତୁ ଆପଣଙ୍କ ଦିନ ସେତେବେଳେ ଭଲ ହେବ ଯେତେବେଳେ ଆପଣଙ୍କ ସକାଳର ଆରମ୍ଭ ସଠିକ୍ ଭାବରେ ହେବ । କିନ୍ତୁ ପ୍ରାୟତଃ କିଛି ଲୋକ ସକାଳୁ ଉଠିବା ମାତ୍ରେ କିଛି ଛୋଟ ଛୋଟ ଭୁଲ କରନ୍ତି, ଯେଉଁ କାରଣରୁ ଆମର ଦିନ ଖରାପ ହୋଇଯାଏ ଏବଂ ସେହି ସମୟରେ ଏହା ଆମ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଏଠାରେ ଆମେ ଆପଣଙ୍କୁ ଏପରି ୭ଟି ଭୁଲ୍ ବିଷୟରେ କହୁଛୁ ଯାହା ସକାଳେ ଭୁଲରେ ମଧ୍ୟ କରିବା ଉଚିତ ନୁହଁ ।

୧. ଧୂମପାନ (Smoking): ସକାଳେ ଉଠିବା ପରେ ତୁରନ୍ତ ଧୂମ୍ରପାନ କରିବା ଉଚିତ୍ ନୁହେଁ । ଖାଲି ପେଟରେ ସିଗାରେଟ୍ ଟାଣିବା ସାଧାରଣ ତୁଳନାରେ କର୍କଟ (Cancer) ରୋଗର ଆଶଙ୍କା ବୃଦ୍ଧି କରିଥାଏ ।

୨. ଜଳଖିଆ ନ ଖାଇବା (Breakfast): ସକାଳୁ ଉଠିବାର 1 ଘଣ୍ଟା ମଧ୍ୟରେ ଜଳଖିଆ (Breakfast) ନ ଖାଇଲେ ଏସିଡିଟିର ସମସ୍ୟା ବଢ଼ିପାରେ । ଜଳଖିଆ ନ କରିବାରୁ ଶରୀରରେ ଶକ୍ତି ଅଭାବ ମଧ୍ୟ ଦେଖାଦିଏ, ଯାହା ଏକ ଦିନସାରା ଦୁର୍ବଳତା ଅନୁଭବ କରାଇଥାଏ ।

୩. କଫି ପିଇବା (Drink Coffee): ସକାଳେ ଉଠିବା ମାତ୍ରେ କଫି ପିଇବା କାର୍ଟିସୋଲ ହରମୋନର ସ୍ତରକୁ ବୃଦ୍ଧି କରିଥାଏ | ଏହାଦ୍ୱାରା ଆପଣଙ୍କ ଷ୍ଟ୍ରେସ ବା ମାନସିକ ଚାପ (Stress) ବଢ଼ିଥାଏ । ଯଦି ଆପଣଙ୍କୁ କଫି ପିଇବାକୁ ଇଚ୍ଛା, ତେବେ ହାଲୁକା କିଛି ଖାଇ ଏବଂ ପିଅନ୍ତୁ ।

୪. କିଛି ମସଲାଯୁକ୍ତ ଖାଦ୍ୟ (Spicy Food): ରାତିରେ ଆମ ପେଟ ଭିତରେ ଏସିଡ୍ ପରିମାଣ ବଢ଼ିଯାଏ, ତେଣୁ ସକାଳେ ତେଲ ମସଲା ସହିତ ଜଳଖିଆ ଖାଇବା (Breakfast) ଦ୍ୱାରା ଇନଡାଇଜେଶନ ସମସ୍ୟା ସୃଷ୍ଟି ହୋଇପାରେ ।

୫. ପାଣି ନ ପିଇବା (Drink Water): ସକାଳୁ ଉଠିବା ମାତ୍ରେ ଅତି କମରେ ଏକ ଗ୍ଲାସ୍ ପାଣି (Water) ନ ପିଇଲେ, ଶରୀରର ବର୍ଜ୍ୟବସ୍ତୁ ସଠିକ୍ ଭାବରେ ବାହାରକୁ ଆସେ ନାହିଁ । ଏହା ଡିହାଇଡ୍ରେସନ୍, କିଡନୀ ଏବଂ ଯକୃତ ସମସ୍ୟା ସୃଷ୍ଟି କରିପାରେ ।

ଏହା ବି ପଢ଼ନ୍ତୁ:-ଏଲୋନ୍ ମସ୍କଙ୍କ ହାତକୁ ଟ୍ୱିଟର ଆସିବା ପରେ ବୈଠକରେ କାନ୍ଦିବାକୁ ଲାଗିଲେ କମ୍ପାନୀର ପଲିସି ହେଡ୍

ଏହା ବି ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କୁ ବ୍ଲାକମେଲ ଅଭିଯୋଗରେ ୱେବ୍ ମିଡିଆ ପ୍ରତିନିଧି ଗିରଫ

୬. ବ୍ୟାୟାମ ନ କରିବା (No Exercise): ସକାଳେ ବ୍ୟାୟାମ (Exercise) ନକରିବା କାରଣରୁ ଶରୀର ଫିଟ୍ ରୁହେ ନାହିଁ । ଏହା ମେଦବହୁଳତା, ଇନଡାଇଜେଶନ, ଅମ୍ଳତା ଏବଂ କୋଷ୍ଠକାଠିନ୍ୟର ସମସ୍ୟା ସୃଷ୍ଟି କରେ ।

୭. ମଦ୍ୟପାନ (Drinking Alcohol): ସକାଳୁ ଉଠିବା ମାତ୍ରେ ଖାଲି ପେଟରେ ମଦ୍ୟପାନ (Alcohol) କରିବା ଦ୍ୱାରା ଯକୃତ (Liver) ନଷ୍ଟ ହେବାର ସମ୍ଭାବନା ଦ୍ୱିଗୁଣିତ ହୋଇଯାଏ ।