ଆମେରିକା ଦେଲା ଚେତାବନୀ: ବାଗ୍ରାମ ଏୟାରବେସକୁ ଅକ୍ତିଆର କରିବାକୁ ଚାହୁଁଛି ଚୀନ, ଭାରତ ବିରୋଧରେ ପାକିସ୍ତାନ କରିବ ବ୍ୟବହାର
Advertisement
Article Detail0/zeeodisha/odisha978639

ଆମେରିକା ଦେଲା ଚେତାବନୀ: ବାଗ୍ରାମ ଏୟାରବେସକୁ ଅକ୍ତିଆର କରିବାକୁ ଚାହୁଁଛି ଚୀନ, ଭାରତ ବିରୋଧରେ ପାକିସ୍ତାନ କରିବ ବ୍ୟବହାର

ଆଫଗାନିସ୍ତାନରୁ ଆମେରିକାର ସୈନ୍ୟ ପ୍ରତ୍ୟାହାର ପାଇଁ ହେଲି (Nikki Haley) ବାଇଡେନ (Joe Biden) ଙ୍କୁ ନିନ୍ଦା କରିଛନ୍ତି । 

ଆମେରିକା ଦେଲା ଚେତାବନୀ: ବାଗ୍ରାମ ଏୟାରବେସକୁ ଅକ୍ତିଆର କରିବାକୁ ଚାହୁଁଛି ଚୀନ, ଭାରତ ବିରୋଧରେ ପାକିସ୍ତାନ କରିବ ବ୍ୟବହାର

ନୂଆଦିଲ୍ଲୀ: ଦୀର୍ଘ ୨୦ ବର୍ଷ ପରେ ଆଫଗାନିସ୍ତାନ (Afghanistan) ରେ ତାଲିବାନ (Taliban) ପୁନର୍ବାର କ୍ଷମତା ହାସଲ କରିଛି । ଏହାସହ ଆମେରିକା (America) ଆଫଗାନିସ୍ତାନରୁ ନିଜ ସୈନ୍ୟକୁ ଫେରାଇ ନେଇଛି । ଯାହା ପରେ ଆଫଗାନିସ୍ତାନକୁ ନେଇ ଦୁନିଆର ବିଭିନ୍ନ ରାଷ୍ଟ୍ର ପ୍ରମୁଖ ତଥା ବିଶିଷ୍ଟ ବ୍ୟକ୍ତିମାନେ ଚିନ୍ତା ପ୍ରକଟ କରୁଛନ୍ତି । ଏହି କ୍ରମରେ ଆମେରିକାର ପୂର୍ବତନ ବରିଷ୍ଠ କୂଟନୀତିଜ୍ଞ କହିଛନ୍ତି (Nikki Haley) ଯେ ଚୀନ୍ (China) ଉପରେ ନଜର ରଖିବାର ଆବଶ୍ୟକତା ରହିଛି । ପ୍ରାୟ ଦୁଇ ଦଶନ୍ଧି ଧରି ଆମେରିକା ଦ୍ୱାରା ନିୟନ୍ତ୍ରିତ ବାଗ୍ରାମ ଏୟାରବେସକୁ ନିଜ ଅକ୍ତିଆରେ ନେବା ପାଇଁ ଚୀନ ପଦକ୍ଷେପ ନେଉଛନ୍ତି ।

ମିଳିତ ଜାତିସଂଘ (UN) ରେ ଆମେରିକାର ପୂର୍ବତନ ରାଷ୍ଟ୍ରଦୂତ ନିକ୍କି ହେଲି (Nikki Haley) ବୁଧବାର ଫକ୍ସ ନ୍ୟୁଜକୁ କହିଛନ୍ତି ଯେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନ ଭାରତ, ଜାପାନ ଓ ଅଷ୍ଟ୍ରେଲିଆ ଭଳି ପ୍ରମୁଖ ବନ୍ଧୁ ତଥା ସହଯୋଗୀମାନଙ୍କ ନିକଟରେ ପହଞ୍ଚିବାର ସମୟ ଆସିଛି ଓ ସେମାନଙ୍କୁ ନିଶ୍ଚିତ କରନ୍ତୁ ଯେ ଆମେରିକା ସେମାନଙ୍କ ସହ ଛିଡ଼ା ଅଛି ।

ହେଲି କହିଛନ୍ତି, "ଆପଣଙ୍କୁ ପ୍ରଥମେ ତୁରନ୍ତ ଆମର ସହଯୋଗୀମାନଙ୍କ ସହ ସମ୍ପର୍କ ଯୋଡ଼ିବା ଆରମ୍ଭ କରିବା ଉଚିତ । ସେ ତାଇୱାନ ହେଉ, ଅବା ୟୁକ୍ରେନ, ଇସ୍ରାଏଲ, ଭାରତ, ଅଷ୍ଟ୍ରେଲିଆ କିମ୍ବା ଜାପାନ ହେଉ, ସେମାନଙ୍କୁ ଆଶ୍ୱାସନା ଦିଅନ୍ତୁ ଯେ ଆମେ ସେମାନଙ୍କ ସହ ଛିଡା ହୋଇଛୁ ।" ସେ ଆହୁରି ମଧ୍ୟ କହିଛନ୍ତି, "ଦ୍ୱିତୀୟତଃ ଆମକୁ ନିଶ୍ଚିତ କରିବାକୁ ପଡିବ ଯେ ଆମେ ସାରା ବିଶ୍ୱରେ ଆତଙ୍କବାଦ ବିରୋଧୀ ପ୍ରୟାସ କରୁଛୁ । ଜିହାଦୀମାନଙ୍କର ଏହି ନୈତିକ ବିଜୟ ସହିତ ଆପଣ ଚାରିଆଡେ ବ୍ୟାପକ ନିଯୁକ୍ତି ଅଭିଯାନ ଦେଖିବାକୁ ଯାଉଛନ୍ତି ।"

ସେ କହିଛନ୍ତି, "ଆମେ ସୁନିଶ୍ଚିତ ହେବା ଦରକାର ଯେ ଆମେ ସୁରକ୍ଷିତ ଅଛୁ । ଆମର ସାଇବର ସୁରକ୍ଷା ଦୃଢ଼ ହେବା ଦରକାର, କାରଣ ଋଷ ଭଳି ଦେଶ ଆମକୁ ହ୍ୟାକ୍ କରିବା ଜାରି ରଖିବେ କାରଣ ଆମେ ପୁଣିଥରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେବାର କୌଣସି ସଙ୍କେତ ଦେଖାଉ ନାହୁଁ । ଆମେ ଚୀନ୍ ଉପରେ ନଜର ରଖିବା ଆବଶ୍ୟକ, କାରଣ ମୁଁ ଭାବୁଛି ଆପଣ ଚୀନ୍ ବାଗ୍ରାମ ବାୟୁସେନା ବେସକୁ ଅକ୍ତିଆର ପାଇଁ ଯୋଜନା କରୁଛି ।"

ଏକ ପ୍ରଶ୍ନର ଉତ୍ତରରେ ହେଲୀ କହିଛନ୍ତି, "ମୁଁ ଭାବୁଛି ସେ (ଚୀନ) ମଧ୍ୟ ଆଫଗାନିସ୍ତାନରେ ପଦକ୍ଷେପ ନେଉଛି ଓ ପାକିସ୍ତାନକୁ ଭାରତ ବିରୁଦ୍ଧରେ ଯିବାକୁ ଅଧିକ ଶକ୍ତିଶାଳୀ କରିବାକୁ ଚେଷ୍ଟା କରୁଛି । ଆମ ପାଖରେ ଅନେକ ବିଷୟ ରହିଛି । ତାଙ୍କୁ ସବୁଠାରୁ ବଡ଼ ଯେଉଁ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି, ତାହା ହେଉଛି ଆମର ସହଯୋଗୀଙ୍କୁ ମଜଭୁତ କରିବା । ଆମର ସମ୍ପର୍କ ମଜବୁତ ହେବା ଆବଶ୍ୟକ । ଆମର ସୈନ୍ୟବାହିନୀକୁ ଆଧୁନିକୀକରଣ କରିବା ଓ ସାଇବର ଅପରାଧ ତଥା ଆତଙ୍କବାଦୀଙ୍କ ବିରୁଦ୍ଧରେ କାର୍ଯ୍ୟ କରିବାକୁ ଆମେ ପ୍ରସ୍ତୁତ ବୋଲି ନିଶ୍ଚିତ କରିବା ।"

ଆଫଗାନିସ୍ତାନରୁ ଆମେରିକାର ସୈନ୍ୟ ପ୍ରତ୍ୟାହାର ପାଇଁ ହେଲି (Nikki Haley) ବାଇଡେନ (Joe Biden) ଙ୍କୁ ନିନ୍ଦା କରିଛନ୍ତି । ସେ କହିଛନ୍ତି, "ବାଇଡେନ ସେନା ଓ ସୈନ୍ୟ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ବିଶ୍ୱାସ ହରାଇଛନ୍ତି ଯାହାର ମୁଁ ଏକ ଅଂଶ ହୋଇଥିବାରୁ ମୁଁ ଗର୍ବିତ । ସେ ଆମର ସହଯୋଗୀମାନଙ୍କ ବିଶ୍ୱାସ ହରାଇଛନ୍ତି ଯେଉଁମାନେ ବର୍ତ୍ତମାନ ଆମ ବିନା ଆଲୋଚନା କରୁଛନ୍ତି କାରଣ ସେମାନେ ଜାଣନ୍ତି ନାହିଁ ଆମେ ଯାହା କରୁଛୁ ତାହା କାହିଁକି କରୁଛୁ ।"

ଅଧିକ ପଢ଼ନ୍ତୁ:-ଜାଣନ୍ତୁ ତାଲିବାନର ନେତୃତ୍ୱ ବିଷୟରେ, ବର୍ତ୍ତମାନ କାହା ପାଖରେ ରହିଛି କେଉଁ ଦାୟିତ୍ୱ...

ଅଧିକ ପଢ଼ନ୍ତୁ:-ଦେଶରେ ହୋଇସାରିଛି ତୃତୀୟ ଲହରର ଏଣ୍ଟ୍ରି? ପୁଣି ଦିନକରେ ଚିହ୍ନଟ ହେଲା ୪୫ ହଜାରରୁ ଅଧିକ ମାମଲା, ମୃତ୍ୟୁ ବରଣ କଲେ ଏତିକି ସଂକ୍ରମିତ

ଅଧିକ ପଢ଼ନ୍ତୁ:-କିଏ ହେବ ତାଲିବାନ ସରକାରର ମୁଖ୍ୟ? ରେସରେ ସବୁଠାରୁ ଆଗରେ ରହିଛି ଏହି ନାଁ

ଅଧିକ ପଢ଼ନ୍ତୁ:-ତାଲିବାନକୁ ଠକି ଦେଲା ଆମେରିକା!

ଅଧିକ ପଢ଼ନ୍ତୁ:-ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ନୂଆ ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍