ଯେଉଁ ଭ୍ୟାକ୍ସିନ ଉପରେ ରହିଛି ସାରା ଦୁନିଆର ଆଶା, ସେହି ଟିକାକୁ ନେଇ ଏପରି କହିଲେ WHO ର ବୈଜ୍ଞାନିକ
Advertisement
Article Detail0/zeeodisha/odisha796102

ଯେଉଁ ଭ୍ୟାକ୍ସିନ ଉପରେ ରହିଛି ସାରା ଦୁନିଆର ଆଶା, ସେହି ଟିକାକୁ ନେଇ ଏପରି କହିଲେ WHO ର ବୈଜ୍ଞାନିକ

WHO ର ପ୍ରତିରୋପଣ, ଭ୍ୟାକ୍ସିନ୍ ଏବଂ ବାୟୋଲୋଜିକାଲ୍ ନିର୍ଦ୍ଦେଶକ କେଟ୍ ଓ’ବ୍ରାଇନ୍ (Kate O'Brien) ମଧ୍ୟ ବେଲ୍ ସହିତ ସହମତ ହୋଇଛନ୍ତି । କେଟ୍ କହିଛନ୍ତି ଯେ ଏକ ପ୍ରେସ ବିଜ୍ଞପ୍ତିରେ କେବଳ ସୀମିତ ସୂଚନା ଦିଆଯାଇପାରିବ ଏବଂ ଟିକା କିପରି ପ୍ରତିରକ୍ଷା ପ୍ରତିକ୍ରିୟା ସୃଷ୍ଟି କରିବ ସେ ସମ୍ବନ୍ଧରେ ଅଧିକ ସୂଚନା ଆବଶ୍ୟକ । 

ଯେଉଁ ଭ୍ୟାକ୍ସିନ ଉପରେ ରହିଛି ସାରା ଦୁନିଆର ଆଶା, ସେହି ଟିକାକୁ ନେଇ ଏପରି କହିଲେ WHO ର ବୈଜ୍ଞାନିକ

ନୂଆଦିଲ୍ଲୀ: ସାରା ବିଶ୍ୱରେ କୋରୋନା (Coronavirus) ସଙ୍କଟ ଜାରି ରହିଛି । ଏହି ସମୟରେ କୋରୋନା ଭ୍ୟାକ୍ସିନ ବା ଟିକା (COVID-19 Vaccine) ର ଅପେକ୍ଷାରେ ସମସ୍ତ ବିଶ୍ୱବାସୀ । ଏହା ମଧ୍ୟରେ ଅକ୍ସଫୋର୍ଡ-ଆଷ୍ଟ୍ରା ଜେନେକାରାର କୋରୋନା ଭୂତାଣୁ ଟିକା (AstraZeneca-Oxford Vaccine) ମାରାତ୍ମକ ମହାମାରୀରୁ ବଞ୍ଚିବା ପାଇଁ ସବୁଠାରୁ ପ୍ରଭାବଶାଳୀ ଅସ୍ତ୍ର ଭାବରେ ବିବେଚନା କରାଯାଉଥିଲା । ବର୍ତ୍ତମାନ ଆମେରିକାର ବିଶେଷଜ୍ଞଙ୍କ ଏହି ଟିକାକୁ ନେଇ ଉଦ୍ୱେଗ ପ୍ରକାଶ କରିବା ପରେ ଅକ୍ସଫୋର୍ଡ ୟୁନିଭର୍ସିଟି ସହ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ବୈଜ୍ଞାନିକମାନେ ଏହାର ନିରାପତ୍ତା ଏବଂ କାର୍ଯ୍ୟକାରିତାକୁ ଆକଳନ କରିବା ପାଇଁ ଅଧିକ ତଥ୍ୟର ଆବଶ୍ୟକତା ରହିଛି ବୋଲି କହିଛନ୍ତି ।

ଅଧିକ ପଢ଼ନ୍ତୁ:-ଶୀଘ୍ର ଶେଷ ହୋଇଯାଉଛି କି ଆପଣଙ୍କ ଫୋନର ଇଣ୍ଟରନେଟ୍ ଡାଟା? ତ ଆଜି ହିଁ ବଦଳାଇ ନିଅନ୍ତୁ ଏସବୁ ସେଟିଂ

ଅକ୍ସଫୋର୍ଡ ୟୁନିଭର୍ସିଟିର ପ୍ରଫେସର ସାର୍ ଜନ ବେଲ (Professor John Bell) CNBC କୁ କହିଛନ୍ତି ଯେ,  "ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ବୈଜ୍ଞାନିକ ଫଳାଫଳ ଘୋଷଣା କରିବାରେ ସମସ୍ୟା ରହିଥାଏ । ଆଉ ସେହି ସମସ୍ୟା ହେଉଛି ଯେ ଆପଣଙ୍କ ପାଖରେ ସମସ୍ତ ତଥ୍ୟ ରହି ନଥାଏ ଏବଂ ଲୋକମାନେ ସଠିକ୍ ଭାବେ ଡାଟାକୁ ଦେଖି କିମ୍ୱା ବୁଝି ପାରନ୍ତି ନାହିଁ ।"

ଅଧିକ ପଢ଼ନ୍ତୁ:-ଡିସେମ୍ବର ୧ରୁ ହେବାକୁ ଯାଉଛି ଏହି ଚାରୋଟି ବଡ଼ ପରିବର୍ତ୍ତନ, ଜାଣନ୍ତୁ କିପରି ପ୍ରଭାବିତ ହେବେ ଆପଣ

WHO ର ପ୍ରତିରୋପଣ, ଭ୍ୟାକ୍ସିନ୍ ଏବଂ ବାୟୋଲୋଜିକାଲ୍ ନିର୍ଦ୍ଦେଶକ କେଟ୍ ଓ’ବ୍ରାଇନ୍ (Kate O'Brien) ମଧ୍ୟ ବେଲ୍ ସହିତ ସହମତ ହୋଇଛନ୍ତି । କେଟ୍ କହିଛନ୍ତି ଯେ ଏକ ପ୍ରେସ ବିଜ୍ଞପ୍ତିରେ କେବଳ ସୀମିତ ସୂଚନା ଦିଆଯାଇପାରିବ ଏବଂ ଟିକା କିପରି ପ୍ରତିରକ୍ଷା ପ୍ରତିକ୍ରିୟା ସୃଷ୍ଟି କରିବ ସେ ସମ୍ବନ୍ଧରେ ଅଧିକ ସୂଚନା ଆବଶ୍ୟକ । ଜେନେଭା ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କେଟ୍ କହିଥିଲେ ଯେ ପ୍ରେସ ବିଜ୍ଞପ୍ତି ବିଷୟରେ ଯାହା ବୁଝାଯାଉଛି ତାହା ଅତ୍ୟନ୍ତ କୌତୁହଳପୂର୍ଣ୍ଣ ବୋଲି ଜଣାପଡିଛି କିନ୍ତୁ ଦେଖାଯାଇଥିବା ପାର୍ଥକ୍ୟ ପଛରେ ଅନେକ କାରଣ ଥାଇପାରେ ।

ଅଧିକ ପଢ଼ନ୍ତୁ:-'ଯେକୌଣସି ସମୟରେ ହୋଇପାରେ ବିହାର ବିଧାନସଭା ନିର୍ବାଚନ, କର ପ୍ରସ୍ତୁତି'

ଏଥି ସହିତ WHO ମୁଖ୍ୟ ବୈଜ୍ଞାନିକ ଡକ୍ଟର ସୌମ୍ୟା ସ୍ୱାମୀନାଥନ (WHO Chief Scientist Dr. Soumya Swaminathan) କହିଛନ୍ତି ଯେ, "କୌଣସି ସିଦ୍ଧାନ୍ତରେ ପହଞ୍ଚିବା ପାଇଁ ଆଷ୍ଟ୍ରାଜେନେକାର ଟ୍ରାୟଲ ସଂଖ୍ୟା ବହୁତ କମ୍ ଅଟେ ।" ଏଠାରେ କହି ରଖୁଛୁ ଯେ ଟୀକାକରଣର ନିମ୍ନ ମାତ୍ରାରେ ୩୦୦୦ରୁ କମ୍ ଅଂଶଗ୍ରହଣକାରୀ ସାମିଲ ଥିବାବେଳେ ବୃହତ ପରୀକ୍ଷଣରେ ୮୦୦୦ରୁ ଅଧିକ ଅଂଶଗ୍ରହଣକାରୀ ଥିଲେ । ସ୍ୱାମୀନାଥନଙ୍କ ଅନୁଯାୟୀ, କମ୍ ମାତ୍ରାରେ ଭଲ ପ୍ରଭାବ ପାଇଁ  ପରୀକ୍ଷାର ଆବଶ୍ୟକ ହେବ ।