କୋରୋନାର ଦ୍ୱିତୀୟ ଲହରୀ ଭାଙ୍ଗିଲା ସମସ୍ତ ରେକର୍ଡ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୪୫ ହଜାର ନୂତନ ସଂକ୍ରମିତ ଚିହ୍ନଟ, ୧୦ ଲକ୍ଷ ପାର କଲା ସକ୍ରିୟ ମାମଲା
Advertisement
Article Detail0/zeeodisha/odisha881687

କୋରୋନାର ଦ୍ୱିତୀୟ ଲହରୀ ଭାଙ୍ଗିଲା ସମସ୍ତ ରେକର୍ଡ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୪୫ ହଜାର ନୂତନ ସଂକ୍ରମିତ ଚିହ୍ନଟ, ୧୦ ଲକ୍ଷ ପାର କଲା ସକ୍ରିୟ ମାମଲା

Coronavirus in India: ସୂଚନାଯୋଗ୍ୟ, ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୧ କୋଟି ୩୨ ଲକ୍ଷ ୫ ହଜାର ୯୨୬ ସଂକ୍ରମିତ ଚିହ୍ନଟ ହୋଇସାରିଛି । ଏହା ବ୍ୟତୀତ ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୧ କୋଟି ୧୯ ଲକ୍ଷ ୯୦ ହଜାର ୮୫୯ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

କୋରୋନାର ଦ୍ୱିତୀୟ ଲହରୀ ଭାଙ୍ଗିଲା ସମସ୍ତ ରେକର୍ଡ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୪୫ ହଜାର ନୂତନ ସଂକ୍ରମିତ ଚିହ୍ନଟ, ୧୦ ଲକ୍ଷ ପାର କଲା ସକ୍ରିୟ ମାମଲା

ନୂଆଦିଲ୍ଲୀ: Coronavirus in India: ଦେଶରେ କୋରୋନା ଭୂତାଣୁର ପ୍ରକୋପ ଜାରି ରହିଛି । କୋରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ଅନିୟନ୍ତ୍ରିତ ହୋଇପଡିଛି । ନୂତନ ସଂକ୍ରମଣ ମାମଲା ପ୍ରତିଦିନ ରେକର୍ଡ ଭାଙ୍ଗୁଛି । ପଞ୍ଚମ ଥର ପାଇଁ ଦେଶରେ ୧ ଲକ୍ଷରୁ ଅଧିକ କୋରୋନା ମାମଲା ସାମ୍ନାକୁ ଆସିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୧,୪୫,୩୮୪ ନୂଆ କୋରୋନା ମାମଲା ଚିହ୍ନଟ ହୋଇଛି ଏବଂ ୭୯୪ ଜଣ ସଂକ୍ରମିତ ପ୍ରାଣ ହରାଇଛନ୍ତି । ତେବେ ଭଲ ଖବର ଏହା ଯେ ୭୭,୫୬୭  ସଂକ୍ରମିତ ସୁସ୍ଥ ମଧ୍ୟ ହୋଇଛନ୍ତି । ଏହାପୂର୍ବରୁ ଏପ୍ରିଲ ୪, ୬, ୭ ଏବଂ ୮ରେ ୧ ଲକ୍ଷରୁ ଅଧିକ ମାମଲା ଚିହ୍ନଟ ହୋଇଥିଲା ।

ଅଧିକ ପଢ଼ନ୍ତୁ:-ରେଲୱେ ଦେଲା ଆଉ ଏକ ଖୁସି ଖବର: ଘୋଷଣା କଲା ଅନେକ ସ୍ୱତନ୍ତ୍ର ଟ୍ରେନ୍, ଦେଖନ୍ତୁ ପୁରା ଲିଷ୍ଟ୍

ସୂଚନାଯୋଗ୍ୟ, ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୧ କୋଟି ୩୨ ଲକ୍ଷ ୫ ହଜାର ୯୨୬ ସଂକ୍ରମିତ ଚିହ୍ନଟ ହୋଇସାରିଛି । ଏହା ବ୍ୟତୀତ ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୧ କୋଟି ୧୯ ଲକ୍ଷ ୯୦ ହଜାର ୮୫୯ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ  ୧୦ ଲକ୍ଷ ୪୬ ହଜାର ୬୩୧ ସକ୍ରିୟ ମାମଲା ରହିଛି । ଦେଶରେ ବର୍ତ୍ତମାନ ଯାଏ ୧ ଲକ୍ଷ ୬୮ ହଜାର ୪୩୬ ସଂକ୍ରମିତ ମୃତ୍ୟୁ ବରଣ କରିଛନ୍ତି । ଦେଶରେ ବର୍ତ୍ତମାନ ସୁଦ୍ଧା ୯ କୋଟି ୮୦ ଲକ୍ଷ ୭୫ ହଜାର ୧୬୦ କୋରୋନା ଟିକାର ଡୋଜ ଲଗାଯାଇଛି ।

ଅଧିକ ପଢ଼ନ୍ତୁ:-ସରକାର ବଦଳାଇଲେ ପେନସନର ନିୟମ, ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ହେବ ବଡ଼ ଲାଭ

ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୫୮,୯୯୩ ନୂଆ କୋରୋନା ଭୂତାଣୁ ମାମଲା ଚିହ୍ନଟ ହୋଇଛି । ଏହା ପରେ ରାଜ୍ୟରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୩୨,୮୮,୫୪୦କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୦୧ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଯାହା ପରେ ରାଜ୍ୟରେ ୫୭,୩୨୯ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଗତ କିଛି ଦିନ ହେବ ରାଜ୍ୟରେ ୫୫,୦୦୦ରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଚଳିତ ବର୍ଷ ଏପ୍ରିଲ ୭ରେ ଗୋଟିଏ ଦିନରେ ସର୍ବାଧିକ ୫୯,୯୦୭ ସଂକ୍ରମିତ ଚିହ୍ନଟ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ୨୬,୯୫,୧୪୮ ସଂକ୍ରମିତ ଆରୋଗ୍ୟ ହୋଇଛନ୍ତି । ବର୍ତ୍ତମାନ ସମୟରେ ରାଜ୍ୟରେ ୫,୩୪,୬୦୩ ସକ୍ରିୟ ମାମଲା ରହିଛି ।

ଅଧିକ ପଢ଼ନ୍ତୁ:-କୋରୋନାର ତାଣ୍ଡବ: ଗତ ୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ ୧ ଲକ୍ଷ ୩୧ରୁ ଉର୍ଦ୍ଧ୍ୱ ମାମଲା ଚିହ୍ନଟ, ୭୮୦ ସଂକ୍ରମିତଙ୍କ ମୃତ୍ୟୁ

ରାଜଧାନୀ ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ୮,୫୨୧ ନୂଆ କୋଭିଡ ମାମଲା ଚିହ୍ନଟ ହୋଇଛି । ମହାମାରୀ ଆରମ୍ଭରୁ ଦିଲ୍ଲୀରେ ଗୋଟିଏ ଦିନରେ ଏହା ହେଉଛି ଦ୍ୱିତୀୟ ସର୍ବାଧିକ ସଂଖ୍ୟକ ମାମଲା । ଗତ ବର୍ଷ ନଭେମ୍ବର ୧୧ରେ ଦିଲ୍ଲୀରେ ଗୋଟିଏ ଦିନରେ ଅର୍ଥାତ୍ ମୋଟ ୨୪ ଘଣ୍ଟା ମଧ୍ୟରେ ୮,୫୯୩ ରେକର୍ଡ ମାମଲା ଚିହ୍ନଟ ହୋଇଥିଲା ।