ଦେଶରେ କୋରୋନାର ତାଣ୍ଡବ, ଗତ ୨୪ ଘଣ୍ଟାରେ ୧ ଲକ୍ଷ ୧୫ ହଜାରରୁ ଉର୍ଦ୍ଧ୍ୱ ମାମଲା ସହ ଭାଙ୍ଗିଲା ସମସ୍ତ ରେକର୍ଡ
Advertisement

ଦେଶରେ କୋରୋନାର ତାଣ୍ଡବ, ଗତ ୨୪ ଘଣ୍ଟାରେ ୧ ଲକ୍ଷ ୧୫ ହଜାରରୁ ଉର୍ଦ୍ଧ୍ୱ ମାମଲା ସହ ଭାଙ୍ଗିଲା ସମସ୍ତ ରେକର୍ଡ

ସୂଚନାଯୋଗ୍ୟ, ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୧ କୋଟି ୨୮ ଲକ୍ଷ ୧ ହଜାର ୭୮୫  ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି । ଏଥି ମଧ୍ୟରୁ ଦେଶରେ ମୋଟ ୧ କୋଟି ୧୭ ଲକ୍ଷ ୯୨ ହଜାର ୧୩୫ ସଂକ୍ରମିତ ସୁସ୍ଥ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ୮ ଲକ୍ଷ ୪୩ ହଜାର ୪୭୩ ସକ୍ରିୟ କୋରୋନା ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୧ ଲକ୍ଷ ୬୬ ହଜାର ୧୭୭ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ସେପଟେ ଦେଶରେ ବର୍ତ୍ତମାନ ଯାଏ ୮ କୋଟି ୭୦ ଲକ୍ଷ ୭୭ ହଜାର ୪୭୪ କୋରୋନା ଟିକାର ଡୋଜ୍ ଲାଗିସାରିଛି ।

ଦେଶରେ କୋରୋନାର ତାଣ୍ଡବ, ଗତ ୨୪ ଘଣ୍ଟାରେ ୧ ଲକ୍ଷ ୧୫ ହଜାରରୁ ଉର୍ଦ୍ଧ୍ୱ ମାମଲା ସହ ଭାଙ୍ଗିଲା ସମସ୍ତ ରେକର୍ଡ

ନୂଆଦିଲ୍ଲୀ: Coronavirus in India : ଦେଶରେ ଲଗାତର କୋରୋନା (Coronavirus) ର ପ୍ରକୋପ ବଢ଼ିବାରେ ଲାଗିଛି । କୋରୋନା ମାମଲା (COVID-19 Cases) ରେ ଭାରତ ସମସ୍ତ ରେକର୍ଡ ଭାଙ୍ଗିଛି । ଦ୍ୱିତୀୟ ଥର ପାଇଁ ଗୋଟିଏ ଦିନରେ ଦେଶରେ ୧ ଲକ୍ଷରୁ ଅଧିକ ମାମଲା ଚିହ୍ନଟ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୧୫,୭୩୬ ନୂତନ କୋରୋନା ମାମଲା ସାମ୍ନାକୁ ଆସିଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ୬୩୦ ସଂକ୍ରମିତ ପ୍ରାଣ ହରାଇଛନ୍ତି । ତେବେ ଆଶ୍ୱସ୍ତିକର ଖବର ଏହା ଯେ ଏହି ସମୟ ମଧ୍ୟରେ ୫୯,୮୫୬ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାପୂର୍ବରୁ ଚଳିତ ବର୍ଷ ଏପ୍ରିଲ ୪ରେ ୧ ଲକ୍ଷ ୩ ହଜାର ନୂଆ କୋରୋନା ମାମଲା ସାମ୍ନାକୁ ଆସିଥିଲା ।

ଅଧିକ ପଢ଼ନ୍ତୁ:-ଦିଲ୍ଲୀ-ମହାରାଷ୍ଟ୍ରରେ ଥମୁନି କୋରୋନାର ପ୍ରକୋପ, ଏହି ୧୧ଟି ରାଜ୍ୟର ସ୍ଥିତି ଚିନ୍ତାଜନକ

ସୂଚନାଯୋଗ୍ୟ, ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୧ କୋଟି ୨୮ ଲକ୍ଷ ୧ ହଜାର ୭୮୫  ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି । ଏଥି ମଧ୍ୟରୁ ଦେଶରେ ମୋଟ ୧ କୋଟି ୧୭ ଲକ୍ଷ ୯୨ ହଜାର ୧୩୫ ସଂକ୍ରମିତ ସୁସ୍ଥ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ୮ ଲକ୍ଷ ୪୩ ହଜାର ୪୭୩ ସକ୍ରିୟ କୋରୋନା ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୧ ଲକ୍ଷ ୬୬ ହଜାର ୧୭୭ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ସେପଟେ ଦେଶରେ ବର୍ତ୍ତମାନ ଯାଏ ୮ କୋଟି ୭୦ ଲକ୍ଷ ୭୭ ହଜାର ୪୭୪ କୋରୋନା ଟିକାର ଡୋଜ୍ ଲାଗିସାରିଛି ।

ଅଧିକ ପଢ଼ନ୍ତୁ:-ରେଲୱେ ପୁଣି ଦେଲା ଗୁଡ୍ ନ୍ୟୁଜ୍! ଆରମ୍ଭ ହେବାକୁ ଯାଉଛି ଆହୁରି ଅନେକ ସ୍ୱତନ୍ତ୍ର ଟ୍ରେନ୍

ଦେଶରେ କୋରୋନା ଭୂତାଣୁ ପାଇଁ ମୋଟ ୨୫ କୋଟି ୧୪ ଲକ୍ଷ ନମୁନା ପରୀକ୍ଷା କରାଯାଇଛି । ସେଥିମଧ୍ୟରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୨ ଲକ୍ଷ ନମୁନା ପରୀକ୍ଷା କରାଯାଇଥିଲା । ଦେଶରେ କୋରୋନା ଭୂତାଣୁ ଯୋଗୁଁ ମୃତ୍ୟୁ ହାର ୧.୩୦ ରହିଥିବା ବେଳେ ସୁସ୍ଥ ହାର ପ୍ରାୟ ୯୩ ପ୍ରତିଶତ ରହିଛି । ଚିନ୍ତାର ବିଷୟ ଏହା ଯେ ସକ୍ରିୟ ମାମଲା ୬ ପ୍ରତିଶତକୁ ବୃଦ୍ଧି ପାଇଛି । କୋରୋନା ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ପଞ୍ଚମ ସ୍ଥାନରେ ରହିଛି ।

ଅଧିକ ପଢ଼ନ୍ତୁ:-ନାଇଟ୍ ଡ୍ୟୁଟି କରୁଥିବା କର୍ମଚାରୀଙ୍କ ପାଇଁ ଖୁସି ଖବର, ଭତ୍ତା ନିୟମରେ ହେଲା ବଡ଼ ପରିବର୍ତ୍ତନ!

ସେପଟେ ମହାରାଷ୍ଟ୍ରରେ କୋଭିଡ-19 ମାମଲା ତିନି ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ୫୦ ହଜାର ସୀମାକୁ ଅତିକ୍ରମ କରିଛି । ରାଜ୍ୟରେ ମୋଟ ମାମଲା ୩୧ ଲକ୍ଷ ପାର କରିଛି । ଅନ୍ୟପକ୍ଷେ ଏହି ରାଜ୍ୟରେ ୮୦ ଲକ୍ଷରୁ ଅଧିକ ଟିକାକରଣ ହୋଇସାରିଛି, ଯାହା ଭାରତର ସମସ୍ତ ରାଜ୍ୟ ମଧ୍ୟରେ ସର୍ବାଧିକ । ଏପ୍ରିଲ ୪ରେ ରେକର୍ଡ ୫୭,୦୭୪ ନୂତନ ରୋଗୀ ଚିହ୍ନଟ ହୋଇଥିଲେ । ଦୁଇ ଦିନ ପରେ ରାଜ୍ୟରେ ସଂକ୍ରମଣ ମାମଲା ୪୭,୨୮୮ରୁ ବୃଦ୍ଧି ପାଇ ୫୫,୪୬୯ରେ ପହଞ୍ଚିଛି । ଯାହା ପରେ ରାଜ୍ୟରେ ମୋଟ ମାମଲା ୩୧,୧୩,୩୫୪ରେ ପହଞ୍ଚିଛି । ଗୋଟିଏ ଦିନ ପୂର୍ବରୁ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୫୫ ଥିଲା ଯାହା ବଢି ୨୯୭କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ରରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୫୬,୩୩୦ ସଂକ୍ରମିତ ମୃତ୍ୟୁ ବରଣ କରିଛନ୍ତି ।