Coronavirus in India: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୨,୩୪,୬୯୨ ନୂଆ କୋରୋନା ମାମଲା ଚିହ୍ନଟ ହୋଇଛି ଏବଂ ୧,୩୪୧ ସଂକ୍ରମିତ ଲୋକ ପ୍ରାଣ ହରାଇଛନ୍ତି । ତେବେ ଆଶ୍ୱସ୍ତିକର ଖବର ଏହା ଯେ, ଗତ ୨୪ ଘଣ୍ଟା ମଧ୍ୟରେ ୧,୨୩,୩୫୪ ଜଣ ସଂକ୍ରମି ସୁସ୍ଥ ମଧ୍ୟ ହୋଇଛନ୍ତି । ଏହାପୂର୍ବରୁ ଗୁରୁବାର ୨,୧୭,୩୫୩ ନୂଆ କୋରୋନା ମାମଲା ଚିହ୍ନଟ କରାଯାଇଥିଲା । ଗତ ବର୍ଷ ସେପ୍ଟେମ୍ବର ୧୫ରେ ସର୍ବାଧିକ ସଂଖ୍ୟକ ମୃତ୍ୟୁ ସଂଖ୍ୟା ୧୨୯୦ ଥିଲା ।
Trending Photos
ନୂଆଦିଲ୍ଲୀ: Coronavirus in India: ଦେଶରେ କୋରୋନାର ଦ୍ୱିତୀୟ ଲହରୀ ଅନିୟନ୍ତ୍ରିତ ହୋଇପଡିଛି । ତୃତୀୟ ଦିନରେ ୨ ଲକ୍ଷରୁ ଅଧିକ ନୂଆ କୋରୋନା ମାମଲା ସାମ୍ନାକୁ ଆସିଛି । କେବଳ ଏତିକି ନୁହେଁ, ମହାମାରୀ ଆରମ୍ଭ ହେବା ପରଠାରୁ ପ୍ରଥମ ଥର ପାଇଁ ଗୋଟିଏ ଦିନରେ ସର୍ବାଧିକ ସଂକ୍ରମିତ ଲୋକଙ୍କର ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୨,୩୪,୬୯୨ ନୂଆ କୋରୋନା ମାମଲା ଚିହ୍ନଟ ହୋଇଛି ଏବଂ ୧,୩୪୧ ସଂକ୍ରମିତ ଲୋକ ପ୍ରାଣ ହରାଇଛନ୍ତି । ତେବେ ଆଶ୍ୱସ୍ତିକର ଖବର ଏହା ଯେ, ଗତ ୨୪ ଘଣ୍ଟା ମଧ୍ୟରେ ୧,୨୩,୩୫୪ ଜଣ ସଂକ୍ରମି ସୁସ୍ଥ ମଧ୍ୟ ହୋଇଛନ୍ତି । ଏହାପୂର୍ବରୁ ଗୁରୁବାର ୨,୧୭,୩୫୩ ନୂଆ କୋରୋନା ମାମଲା ଚିହ୍ନଟ କରାଯାଇଥିଲା । ଗତ ବର୍ଷ ସେପ୍ଟେମ୍ବର ୧୫ରେ ସର୍ବାଧିକ ସଂଖ୍ୟକ ମୃତ୍ୟୁ ସଂଖ୍ୟା ୧୨୯୦ ଥିଲା ।
ଅଧିକ ପଢ଼ନ୍ତୁ:-କୋରୋନାର ନୂତନ ଷ୍ଟ୍ରେନ୍ ଆଖିକୁ କରୁଛି ଖରାପ, ଶ୍ରବଣ ଶକ୍ତିକୁ ମଧ୍ୟ କରୁଛି ପ୍ରଭାବିତ
ସୂଚନାଯୋଗ୍ୟ, ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୧ କୋଟି ୪୫ ଲକ୍ଷ ୨୬ ହଜାର ୬୦୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ ଏପର୍ଯ୍ୟନ୍ତ ୧ କୋଟି ୨୬ ଲକ୍ଷ ୭୧ ହଜାର ୨୨୦ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସମୟରେ ସକ୍ରିୟ ମାମଲା ୧୬ ଲକ୍ଷ ୭୯ ହଜାର ୭୪୦ ରହିଛି । ଦେଶରେ ବର୍ତ୍ତମାନ ଯାଏ ମୋଟ ୧ ଲକ୍ଷ ୭୫ ହଜାର ୬୪୯ ସଂକ୍ରମିତ ମୃତ୍ୟୁ ବରଣ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୧୧ କୋଟି ୯୯ ଲକ୍ଷ ୩୭ ହଜାର ୬୪୧ କୋରୋନା ଟିକାର ଡୋଜ ଲଗାଯାଇଛି ।
ଅଧିକ ପଢ଼ନ୍ତୁ:-କର୍ମଚାରୀଙ୍କୁ ୧୨ ଘଣ୍ଟା କରିବାକୁ ପଡିବ କାମ, ହ୍ରାସ ପାଇବ ଦରମା କିନ୍ତୁ ବଢ଼ିବ PF? ମୋଦି ସରକାର ବଦଳାଇବେ କି ନିୟମ
ଦେଶରେ କୋରୋନା ମୃତ୍ୟୁ ହାର ୧.୨୧ ପ୍ରତିଶତ ଥିବାବେଳେ ସୁସ୍ଥ ହାର ୮୮ ପ୍ରତିଶତ ରହିଛି । ଚିନ୍ତାର ବିଷୟ ଏହା ଯେ ଦେଶରେ ଲଗାତର ସକ୍ରିୟ ମାମଲା ବଢୁଛି । ବର୍ତ୍ତମାନ ସମୟରେ ଦେଶରେ ୧୧ ପ୍ରତିଶତରୁ ଅଧିକ ସକ୍ରିୟ ମାମଲା ରହିଛି । କୋରୋନା ଆକ୍ଟିଭ କେସରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି । ସଂକ୍ରମିତ ଲୋକଙ୍କ ସଂଖ୍ୟା ଦୃଷ୍ଟିରୁ ଭାରତ ମଧ୍ୟ ଦ୍ୱିତୀୟ ସ୍ଥାନରେ ରହିଛି । ଆମେରିକା, ବ୍ରାଜିଲ ଏବଂ ମେକ୍ସିକୋ ପରେ ଭାରତରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ।