ସାବଧାନ! ପୁଣି ଦ୍ରୁତ ଗତିରେ ବଢ଼ୁଛି କୋରୋନା ଗ୍ରାଫ୍, ମହାରାଷ୍ଟ୍ର ପରେ ଏବେ ଏହି ରାଜ୍ୟ ବଢ଼ାଇଲାଣି ଟେନସନ୍
Advertisement
Article Detail0/zeeodisha/odisha866093

ସାବଧାନ! ପୁଣି ଦ୍ରୁତ ଗତିରେ ବଢ଼ୁଛି କୋରୋନା ଗ୍ରାଫ୍, ମହାରାଷ୍ଟ୍ର ପରେ ଏବେ ଏହି ରାଜ୍ୟ ବଢ଼ାଇଲାଣି ଟେନସନ୍

Coronavirus in India: ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୧୬,୬୨୦ ନୂତନ କୋରୋନା ମାମଲା ରିପୋର୍ଟ ହୋଇଛି । ଯାହାକି ଚଳିତ ବର୍ଷର ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ ନୂତନ ମାମଲା ଅଟେ । ଏଥିସହ ରାଜ୍ୟରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୨୩ ଲକ୍ଷ ୧୪ ହଜାରରୁ ଅଧିକ ବୃଦ୍ଧି ପାଇଛି । 

ସାବଧାନ! ପୁଣି ଦ୍ରୁତ ଗତିରେ ବଢ଼ୁଛି କୋରୋନା ଗ୍ରାଫ୍, ମହାରାଷ୍ଟ୍ର ପରେ ଏବେ ଏହି ରାଜ୍ୟ ବଢ଼ାଇଲାଣି ଟେନସନ୍

ନୂଆଦିଲ୍ଲୀ: Coronavirus in India: ଦେଶରେ ପୁଣି କୋରୋନା ସଙ୍କଟ (Coronavirus Crisis) ଦେଖାଦେଇଛି । ବିଗତ କିଛି ଦିନ ଧରି ପ୍ରତିଦିନ ୨୦ ହଜାରରୁ ଅଧିକ ସଂକ୍ରମିତ ମାମଲା ରେକର୍ଡ ହେଉଛି । ଯାହା ସମସ୍ତଙ୍କ ଚିନ୍ତା ବଢ଼ାଇଦେଇଛି । ମହାରାଷ୍ଟ୍ରରେ କୋରୋନା (Coronavirus) ଅନିୟନ୍ତ୍ରିତ ହେବାରେ ଲାଗିଛି । କୋଭିଡ-19 (COVID-19) ର ନୂଆ ମାମଲାଗୁଡ଼ିକ ଅତି ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୨୬,୨୯୧ ନୂତନ କୋରୋନା ସଂକ୍ରମିତ ମାମଲା ଚିହ୍ନଟ ହୋଇଛି । ଯାହା ପରେ ଦେଶରେ ବର୍ତ୍ତମାନ ଯାଏ ମୋଟ ୧,୧୩,୮୫,୩୩୯ ସଂକ୍ରମିତ ମାମଲା ସାମ୍ନାକୁ ଆସିଛି । ଏହାସହ ୧୧୮ ସଂକ୍ରମିତଙ୍କ ମୃତ୍ୟୁ ପରେ ମୋଟ ମୃତ୍ୟୁ ସଂଖ୍ୟା ୧,୫୮,୭୨୫କୁ ବୃଦ୍ଧି ପାଇଛି । ଦେଶରେ ବର୍ତ୍ତମାନ ସମୟରେ ୨,୧୯,୨୬୨ ସକ୍ରିୟ କୋରୋନା ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୧,୧୦,୦୭,୩୫୨ ସଂକ୍ରମିତ ଏହି ମହାମାରୀକୁ ମାତ୍ ଦେବାରେ ସଫଳ ହୋଇଛନ୍ତି । ସେପଟେ ୨,୯୯,୦୮,୦୩୮ ଲୋକଙ୍କୁ କୋରୋନା ଟିକା (Corona Vaccination) ଦିଆଯାଇଛି । 

ଅଧିକ ପଢ଼ନ୍ତୁ:-ରେଲୱେ ବଢ଼ାଇଲା ହୋଲି ସ୍ୱତନ୍ତ୍ର ଟ୍ରେନ୍ ସଂଖ୍ୟା, ୪୦ରୁ ଅଧିକ ଷ୍ଟେସନର ଯାତ୍ରୀଙ୍କୁ ହେବ ସୁବିଧା

ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୧୬,୬୨୦ ନୂତନ କୋରୋନା ମାମଲା ରିପୋର୍ଟ ହୋଇଛି । ଯାହାକି ଚଳିତ ବର୍ଷର ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ ନୂତନ ମାମଲା ଅଟେ । ଏଥିସହ ରାଜ୍ୟରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୨୩ ଲକ୍ଷ ୧୪ ହଜାରରୁ ଅଧିକ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ କୋରୋନା ସଂକ୍ରମଣ ହେତୁ ୫୦ ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହିତ ରାଜ୍ୟରେ ଏହି ମହାମାରୀ ଯୋଗୁଁ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୫୨,୮୬୧କୁ ବୃଦ୍ଧି ପାଇଛି ।

ଅଧିକ ପଢ଼ନ୍ତୁ:-କୋରୋନା ଯୋଗୁଁ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଲା ଏହି ରାଜ୍ୟ

ରବିବାର ମଧ୍ୟପ୍ରଦେଶରେ ୭୪୩ ନୂତନ କୋରୋନା ସଂକ୍ରମିତ ଚିହ୍ନଟ ପରେ ରାଜ୍ୟରେ ଏପର୍ଯ୍ୟନ୍ତ ସଂକ୍ରମିତ ହୋଇଥିବା ମୋଟ ଲୋକଙ୍କ ସଂଖ୍ୟା ୨,୬୮,୫୯୪ରେ ପହଞ୍ଚିଛି । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଏହି ଭୂତାଣୁ ଯୋଗୁଁ ଆଉ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ଏହି ରୋଗରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୨,୮୮୭କୁ ବୃଦ୍ଧି ପାଇଛି ।

ମଧ୍ୟପ୍ରଦେଶ ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ ରବିବାର ଇନ୍ଦୌରରେ ୨୬୩, ଭୋପାଳରେ ୧୩୯ ଏବଂ ଜବଲପୁରରେ ୪୫ ନୂଆ ମାମଲା ସାମ୍ନାକୁ ଆସିଛି । ରାଜ୍ୟର ମୋଟ ୨,୬୮,୫୯୪ ସଂକ୍ରମିତ ଲୋକଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୨,୫୯,୯୮୭ ରୋଗୀ ସୁସ୍ଥ ହେବା ପରେ ଘରକୁ ଯାଇଛନ୍ତି । ଏହାସହ ୪,୭୪୦ ରୋଗୀ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ଅଧିକ ପଢ଼ନ୍ତୁ:-ଯେଉଁଠାରେ ଯାତ୍ରୀ ଦେଖାଇବେ ହାତ, ଡ୍ରାଇଭରଙ୍କୁ ସେଠାରେ ରୋକିବାକୁ ହେବ ବସ୍

ମଧ୍ୟପ୍ରଦେଶରେ ଦିନକୁ ଦିନ ବଢୁଥିବା କୋରୋନା ମାମଲାକୁ ଧ୍ୟାନରେ ରଖି ସରକାର କଟଣା ଲାଗୁ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । କୋରୋନାରେ ପରିସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଯେ, "ମୁଁ ନାଇଟ୍ କର୍ଫ୍ୟୁ ଏବଂ ଅନ୍ୟାନ୍ୟ ବିଷୟ ଉପରେ ଆଲୋଚନା କରିବାକୁ ଟିମକୁ ନିର୍ଦ୍ଦେଶ ଦେଇଛି । ଆସନ୍ତାକାଲି କିମ୍ବା ମଙ୍ଗଳବାର ସଂପୃକ୍ତ ବିଭାଗ ସହିତ ଏକ ବୈଠକ ହେବ ଏବଂ ଆବଶ୍ୟକ ସ୍ଥଳେ ଅନ୍ୟ କିଛି ପଦକ୍ଷେପ ନିଆଯିବ ।"