ଏହି ସମୟରେ ଦେଶର ରାଜଧାନୀ ଦିଲ୍ଲୀ (Delhi) ରେ ଗତ ୨୪ ଘଣ୍ଟା ମଧ୍ୟରେ ୩୧୨ ନୂଆ ମାମଲା ଚିହ୍ନଟ ହୋଇଛି । ଏହାପୂର୍ବରୁ ଜାନୁଆରୀ ୧୪ରେ ୩୪୦ କୋରୋନା ମାମଲା ସାମ୍ନାକୁ ଆସିଥିଲା । ଏଥି ସହିତ ୨୪ ଘଣ୍ଟା ମଧ୍ୟରେ ୩ ଜଣଙ୍କର କୋରୋନାରେ ମୃତ୍ୟୁ ଘଟିଛି ।
Trending Photos
ନୂଆଦିଲ୍ଲୀ: Coronavirus in India: ଭାରତରେ ପୁଣି ବୈଶ୍ୱିକ ମହାମାରୀ କୋରୋନା ଭୂତାଣୁ (Coronavirus) ଆତଙ୍କ ସୃଷ୍ଟି କରିବାରେ ଲାଗିଛି । ମହାରାଷ୍ଟ୍ର (Maharashtra), କେରଳ (Kerala) ଏବଂ ପଞ୍ଜାବ (Punjab) ସମେତ ଦେଶର ଅନେକ ରାଜ୍ୟରେ କୋରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ପୁଣି ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସର୍ବଶେଷ ତଥ୍ୟ ଅନୁଯାୟୀ, ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮,୩୨୭ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ପରେ ଦେଶରେ ବର୍ତ୍ତମାନ ଯାଏ ୧,୧୧,୯୨,୦୮୮ ସଂକ୍ରମିତ ମାମଲା ସାମ୍ନାକୁ ଆସିଛି । ଏଥିରୁ ୧,୦୮,୫୪,୧୨୮ ସଂକ୍ରମିତ ଏହି ମହାମାରୀକୁ ମାତ୍ ଦେବାରେ ସଫଳ ହୋଇଛନ୍ତି । ଏହା ବ୍ୟତୀତ ଦେଶରେ ବର୍ତ୍ତମାନ ଯାଏ ୧,୫୭,୬୫୬ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।
ଅଧିକ ପଢ଼ନ୍ତୁ:-ମହଙ୍ଗା ଭତ୍ତା ଦେବାକୁ ପ୍ରସ୍ତୁତ ମୋଦି ସରକାର! କିନ୍ତୁ...
ସେପଟେ ଏହି ସମୟରେ ଦେଶର ରାଜଧାନୀ ଦିଲ୍ଲୀ (Delhi) ରେ ଗତ ୨୪ ଘଣ୍ଟା ମଧ୍ୟରେ ୩୧୨ ନୂଆ ମାମଲା ଚିହ୍ନଟ ହୋଇଛି । ଏହାପୂର୍ବରୁ ଜାନୁଆରୀ ୧୪ରେ ୩୪୦ କୋରୋନା ମାମଲା ସାମ୍ନାକୁ ଆସିଥିଲା । ଏଥି ସହିତ ୨୪ ଘଣ୍ଟା ମଧ୍ୟରେ ୩ ଜଣଙ୍କର କୋରୋନାରେ ମୃତ୍ୟୁ ଘଟିଛି । ଏହିପରି ଦିଲ୍ଲୀରେ କୋରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୧୦,୯୧୮ରେ ପହଞ୍ଚିଛି ।
ଅଧିକ ପଢ଼ନ୍ତୁ:-୬ କୋଟି PF ଖାତାଧାରୀଙ୍କ ପାଇଁ ଖରାପ ଖବର!
ଏଥି ସହିତ ଶୁକ୍ରବାର ମହାରାଷ୍ଟ୍ରରେ ୧୦ ହଜାରରୁ ଅଧିକ ନୂତନ କୋରୋନା ମାମଲା ରିପୋର୍ଟ ହୋଇଛି । ଏହା ବ୍ୟତୀତ ୫୩ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଏହା ପୂର୍ବରୁ ଗତବର୍ଷ ଅକ୍ଟୋବର ୧୭ରେ ଗୋଟିଏ ଦିନରେ ୧୦ ହଜାରରୁ ଅଧିକ କୋରୋନା ମାମଲା ସାମ୍ନାକୁ ଆସିଥିଲା । ଅକ୍ଟୋବର ୧୭ରେ ରାଜ୍ୟରେ ୧୦,୨୫୯ କୋରୋନା ସଂକ୍ରମିତ ମାମଲା ଚିହ୍ନଟ ହୋଇଥିଲା । ବର୍ତ୍ତମାନ ରାଜ୍ୟରେ ମୋଟ କୋରୋନା ମାମଲା ୨୧,୯୮,୩୯୯ରେ ପହଞ୍ଚିଛି । ଅନ୍ୟପଟେ ୫୨,୩୯୩ ଜଣ ମୃତ୍ୟୁ ବରଣ କରିଛନ୍ତି ।
ଅଧିକ ପଢ଼ନ୍ତୁ:-LPG ସିଲିଣ୍ଡରକୁ ନେଇ ସରକାର ନେଲା ବଡ଼ ନିଷ୍ପତ୍ତି, ଏହି ନିୟମକୁ କଲା ପରିବର୍ତ୍ତନ
ସେପଟେ ଦିଲ୍ଲୀରେ ସକ୍ରିୟ ମାମଲା ସଂଖ୍ୟା ୧୭୭୯କୁ ବୃଦ୍ଧି ପାଇଛି, ଯାହାକି ଜାନୁଆରୀ ୨୩ ପରେ ଏହା ସର୍ବାଧିକ ସକ୍ରିୟ ରୋଗୀଙ୍କ ସଂଖ୍ୟା ଅଟେ । ଜାନୁଆରୀ ୨୩ରେ ୧୮୮୦ ସକ୍ରିୟ ରୋଗୀ ଥିଲେ । ବର୍ତ୍ତମାନ ଯାଏ ରାଜଧାନୀରେ ସମୁଦାୟ ୬,୪୦,୪୯୪ ଲୋକ କୋରୋନା ସଂକ୍ରମିତ ହୋଇଛନ୍ତି । ଶୁକ୍ରବାର ରାଜଧାନୀରେ ୩୧୨ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଯାହାପରେ ଏଠାରେ ବର୍ତ୍ତମାନ ଯାଏ ୬,୨୭,୭୯୭ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।