ପୁଣି ଡରାଇଲାଣି କୋରୋନା, ଦେଶରେ ଗତ ୨୪ ଘଣ୍ଟାରେ ସାମ୍ନାକୁ ଆସିଲା ଏତିକି ମାମଲା...
Advertisement

ପୁଣି ଡରାଇଲାଣି କୋରୋନା, ଦେଶରେ ଗତ ୨୪ ଘଣ୍ଟାରେ ସାମ୍ନାକୁ ଆସିଲା ଏତିକି ମାମଲା...

 Coronavirus in India: ଗତ ଦିନରେ ପାଞ୍ଚ ମାସ ପରେ ମହାରାଷ୍ଟ୍ରରେ ସର୍ବାଧିକ ସଂଖ୍ୟକ କୋରୋନା ମାମଲା ରେକର୍ଡ ହୋଇଛି । ବୁଧବାର ମହାରାଷ୍ଟ୍ରରେ ଚଳିତ ବର୍ଷ ଗୋଟିଏ ଦିନରେ ସର୍ବାଧିକ ୧୩,୬୫୯ ନୂତନ କୋରୋନା ସଂକ୍ରମିତ ମାମଲା ଚିହ୍ନଟ ହୋଇଛି । 

ପୁଣି ଡରାଇଲାଣି କୋରୋନା, ଦେଶରେ ଗତ ୨୪ ଘଣ୍ଟାରେ ସାମ୍ନାକୁ ଆସିଲା ଏତିକି ମାମଲା...

ନୂଆଦିଲ୍ଲୀ: Coronavirus in India: ଦେଶରେ କୋରୋନା (Coronavirus) ସଂକ୍ରମଣ ପୁଣି ଥରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ପ୍ରାୟ ଅଢେଇ ମାସ ପରେ ୨୨ ହଜାରରୁ ଅଧିକ କୋରୋନା ମାମଲା ସାମ୍ନାକୁ ଆସିଛି । ଆହୁରି ମଧ୍ୟ କ୍ରମାଗତ ଅଷ୍ଟମ ଦିନରେ ୧୫ ହଜାରରୁ ଅଧିକ ମାମଲା ଚିହ୍ନଟ ହୋଇଛି । ଆଜି ଅର୍ଥାତ ଗୁରୁବାର ସକାଳ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୨୨,୮୫୪ ନୂତନ କୋଭିଡ-19 (COVID-19) ମାମଲା ଚିହ୍ନଟ ହୋଇଛି  । ଏହାସହ ୧୨୬ ଜଣ ପ୍ରାଣ ହରାଇଛନ୍ତି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ କୋରୋନାରୁ ୧୮,୧୦୦ ସଂକ୍ରମିତ ଏହି ମହାମାରୀ ଭୂତାଣୁକୁ ମାତ୍ ଦେବାରେ ସଫଳ ହୋଇଛନ୍ତି । ଏହାପୂର୍ବରୁ ଡିସେମ୍ବର ୨୫ରେ ୨୨,୨୭୩ କୋରୋନା ମାମଲା ରେକର୍ଡ ହୋଇଥିଲା ।

ଅଧିକ ପଢ଼ନ୍ତୁ:-ମହାରାଷ୍ଟ୍ରରେ ପୁଣି ଲାଗିବାକୁ ଯାଉଛି ଲକଡାଉନ୍? ସିଏମ୍ ଉଦ୍ଧବ ଠାକରେ ଦେଲେ ବଡ଼ ବୟାନ

ସର୍ବଶେଷ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ଦେଶରେ ମୋଟ କୋରୋନା ମାମଲା ୧ କୋଟି ୧୨ ଲକ୍ଷ ୮୫ ହଜାର ୫୬୧ ହୋଇଯାଇଛି । ଏହାସହ ୧ ଲକ୍ଷ ୫୮ ହଜାର ୧୮୯  ସଂକ୍ରମିତ ଲୋକ ପ୍ରାଣ ହରାଇଛନ୍ତି । ଏହା ବ୍ୟତୀତ ଦେଶରେ ବର୍ତ୍ତମାନ ଯାଏ ୧ କୋଟି ୯ ଲକ୍ଷ ୩୮ ହଜାର ୧୪୬ ଜଣ ସଂକ୍ରମିତ କୋରୋନାକୁ ମାତ୍ ଦେଇ ଆରୋଗ୍ୟ ଲାଭ କରିଛନ୍ତି । ଦେଶରେ ସକ୍ରିୟ ମାମଲା ସଂଖ୍ୟା ବର୍ତ୍ତମାନ ୧ ଲକ୍ଷ ୮୯ ହଜାର ୨୨୬କୁ ବୃଦ୍ଧି ପାଇଛି । ଅର୍ଥାତ ଏତେ ସଂଖ୍ୟକ ଲୋକ ତଥାପି କୋରୋନା ସଂକ୍ରମିତ ଅଛନ୍ତି । ଦେଶରେ କୋରୋନା ମୃତ୍ୟୁ ହାର ୧.୪୦ ପ୍ରତିଶତ ଥିବାବେଳେ ସୁସ୍ଥ ହାର ପ୍ରାୟ ୯୭ ପ୍ରତିଶତ ରହିଛି । ସକ୍ରିୟ ମାମଲା ୧.୬୪ ପ୍ରତିଶତ ରହିଛି । କୋରୋନାର ଆକ୍ଟିଭ୍ ମାମଲାରେ ଭାରତ ବିଶ୍ୱରେ ଦ୍ୱାଦଶ ସ୍ଥାନରେ ରହିଛି ।

ଅଧିକ ପଢ଼ନ୍ତୁ:-ଆଉ ଏକ ଖୁସି ଖବର ଦେଲା ରେଲୱେ! ଉପକୃତ ହେବେ ଓଡ଼ିଶାବାସୀ

ମହାରାଷ୍ଟ୍ରରେ ପାଞ୍ଚ ମାସ ପରେ ସର୍ବାଧିକ କୋରୋନା ମାମଲା ଚିହ୍ନଟ

ଗତ ପାଞ୍ଚ ମାସ ପରେ ମହାରାଷ୍ଟ୍ରରେ ସର୍ବାଧିକ ସଂଖ୍ୟକ କୋରୋନା ମାମଲା ରେକର୍ଡ ହୋଇଛି । ବୁଧବାର ମହାରାଷ୍ଟ୍ରରେ ଚଳିତ ବର୍ଷ ଗୋଟିଏ ଦିନରେ ସର୍ବାଧିକ ୧୩,୬୫୯ ନୂତନ କୋରୋନା ସଂକ୍ରମିତ ମାମଲା ଚିହ୍ନଟ ହୋଇଛି । ଯାହା ପରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୨୨,୫୨,୦୫୭କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ଅଧିକାରୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ବୁଧବାର ୫୪ ଜଣ କୋରୋନା ରୋଗୀଙ୍କ ମୃତ୍ୟୁ ପରେ ମୋଟ ମୃତକଙ୍କ ସଂଖ୍ୟା ୫୨,୬୧୦କୁ ବୃଦ୍ଧି ପାଇଛି । ଗତ ବର୍ଷ ଅକ୍ଟୋବର ୮ରେ ରାଜ୍ୟରେ ୧୩,୩୯୫ କୋରୋନା ସଂକ୍ରମିତ ମାମଲା ସାମ୍ନାକୁ ଆସିଥିଲା । ସେବେଠାରୁ ସଂକ୍ରମଣର ଦୈନିକ ମାମଲାରେ ହ୍ରାସ ଦେଖାଯାଇଥିଲା  

ଅଧିକ ପଢ଼ନ୍ତୁ:-ଲକ୍ଷ ଲକ୍ଷ ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର, ମିଳିବ ମହଙ୍ଗା ଭତ୍ତାର ୩ଟି ବକେୟା କିସ୍ତି

ଏହା ବ୍ୟତୀତ ମହାରାଷ୍ଟ୍ରରେ ବୁଧବାର ୯,୯୧୩ ସଂକ୍ରମିତ ସୁସ୍ଥ ହେବା ପରେ ସଂକ୍ରମଣରୁ ମୁକ୍ତି ପାଇଥିବା ଲୋକଙ୍କ ସଂଖ୍ୟା ୨୦,୯୯,୨୦୭କୁ ବୃଦ୍ଧି ପାଇଛି । ରାଜ୍ୟରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୯୯.୦୦୮ ରହିଛି । ମୁମ୍ବାଇରେ କୋଭିଡ-19 ରୋଗୀଙ୍କ ସଂଖ୍ୟା ୩,୩୭,୧୩୪କୁ ବୃଦ୍ଧି ପାଇଛି। ଏହାସହ ପାଞ୍ଚ ଜଣ ରୋଗୀଙ୍କ ମୃତ୍ୟୁ ପରେ ମୃତକଙ୍କ ସଂଖ୍ୟା ୧୧,୫୧୫ରେ ପହଞ୍ଚିଛି ।