କୋରୋନା ମାମଲାରେ ଆସିଲା ଗୁଡ୍ ନ୍ୟୁଜ୍
Advertisement
Article Detail0/zeeodisha/odisha1082102

କୋରୋନା ମାମଲାରେ ଆସିଲା ଗୁଡ୍ ନ୍ୟୁଜ୍

 ଅର୍ଥାତ ଗୋଟିଏ ଦିନରେ ଦେଶରେ ୯୬,୮୬୧ ସକ୍ରିୟ ମାମଲାରେ ହ୍ରାସ ଘଟିଛି । ବର୍ତ୍ତମାନ ସମୟରେ ଦେଶରେ ଦୈନିକ ପଜିଟିଭ୍ ରେଟ୍ ୧୫.୮୮ ପ୍ରତିଶତ ରହିଛି । ଗତକାଲି ଦେଶରେ ଦୈନିକ ସଂକ୍ରମଣ ଦର ୧୯.୫ ଥିଲା । 

କୋରୋନା ମାମଲାରେ ଆସିଲା ଗୁଡ୍ ନ୍ୟୁଜ୍

ନୂଆଦିଲ୍ଲୀ: Coronavirus in India: ଦେଶରେ କୋରୋନା ସଙ୍କଟ ଜାରି ରହିଛି । ଭଲ ଖବର ଏହା ଯେ, ଗତକାଲି ତୁଳନାରେ ଆଜି କୋରୋନା ମାମଲାରେ ହ୍ରାସ ରେକର୍ଡ କରାଯାଇଛି । କିନ୍ତୁ ମୃତ୍ୟୁ ମାମଲାରେ ବୃଦ୍ଧି ରେକର୍ଡ କରାଯାଉଛି । ଶୁକ୍ରବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ଲକ୍ଷ ୫୧ ହଜାର ୨୦୯ ନୂତନ କୋରୋନା ମାମଲା (Coronavirus Case) ଚିହ୍ନଟ ହୋଇଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୨୭ ସଂକ୍ରମିତଙ୍କର ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୪୭,୪୪୩ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅର୍ଥାତ ଗୋଟିଏ ଦିନରେ ଦେଶରେ ୯୬,୮୬୧ ସକ୍ରିୟ ମାମଲାରେ ହ୍ରାସ ଘଟିଛି ।

ବର୍ତ୍ତମାନ ସମୟରେ ଦେଶରେ ଦୈନିକ ପଜିଟିଭ୍ ରେଟ୍ ୧୫.୮୮ ପ୍ରତିଶତ ରହିଛି । ଗତକାଲି ଦେଶରେ ଦୈନିକ ସଂକ୍ରମଣ ଦର ୧୯.୫ ଥିଲା ।  ସବୁଠାରୁ ବଡ଼ କଥା ଏହା ହେଉଛି ଯେ ଗତକାଲି ତୁଳନାରେ ଆଜି ଦେଶରେ ୧୨ ପ୍ରତିଶତ କମ୍ ମାମଲା ସାମ୍ନାକୁ ଆସିଛି । 

ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୪ କୋଟି ୬ ଲକ୍ଷ ୩୬ ହଜାର ୭୦୯ ସଂକ୍ରମିତ ମାମଲା ଚିହ୍ନଟ ହୋଇସାରିଛି । ସେହିପରି ଦେଶରେ ମୋଟ ୩ କୋଟି ୮୦ ଲକ୍ଷ ୨୪ ହଜାର ୭୭୧ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୨୧ ଲକ୍ଷ ୫ ହଜାର ୬୧୧ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୪ ଲକ୍ଷ ୯୨ ହଜାର ୩୨୭ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

ଏହା ବି ପଢ଼ନ୍ତୁ:-ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କ ବିରୋଧରେ FIR ରୁଜୁ, ଭଗବାନଙ୍କୁ ନେଇ ଦେଇଥିଲେ ଆପତ୍ତିଜନକ ବୟାନ

ଏହା ବି ପଢ଼ନ୍ତୁ:-ବିଜେପି ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଲା ଏହି ସିଟ୍; ଗୋଟିଏ ଆସନ, ଦାବିଦାର ୩, ଦଳ କାହାକୁ ଦେବ ଟିକେଟ?

ଏହା ବି ପଢ଼ନ୍ତୁ:-ଖସୁଛି ପାରଦ, ବଢିବ ଶୀତ; ଏସବୁ ଜିଲ୍ଲାକୁ ୟଲୋ ଆଲର୍ଟ ଜାରି

ଏହା ବି ପଢ଼ନ୍ତୁ:-ପଞ୍ଜାବରେ କଂଗ୍ରେସକୁ ଚନ୍ନି ନା ସିଦ୍ଧୁଙ୍କ ଚେହେରା ଉପରେ ନିର୍ବାଚନ ଲଢ଼ିବା ଉଚିତ୍? ଜାଣନ୍ତୁ ଜନତାଙ୍କ ଜବାବ

 

ଦେଶରେ ଆଜି ମଧ୍ୟ କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟାରେ ବୃଦ୍ଧି ଦେଖାଦେଇଛି । ଜାନୁଆରୀ ୨୭ ପର୍ଯ୍ୟନ୍ତ ସାରା ଦେଶରେ ୧୬୪ କୋଟି ୪୪ ଲକ୍ଷ ୭୩ ହଜାର ୨୧୬ କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୭ ଲକ୍ଷ ୩୫ ହଜାର ୬୯୨ କୋରୋନା ଟିକାର ଡୋଜ୍ ଲଗାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ ଦେଶରେ ୭୨ କୋଟି ୩୭ ଲକ୍ଷ ୪୮ ହଜାର ୫୫୫ କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୫ ଲକ୍ଷ ୮୨ ହଜାର ୩୦୭ କୋରୋନା ନମୁନା ପରୀକ୍ଷା କରାଯାଇଛି । ଯାହାର ପଜିଟିଭିଟି ରେଟ୍ ୧୫ ପ୍ରତିଶତରୁ ଅଧିକ ରହିଛି ।