ବନ୍ଦ ହେବ ଋଷ-ୟୁକ୍ରେନ ଯୁଦ୍ଧ! ପୁଟିନଙ୍କ ପରେ ଜେଲେନସ୍କିଙ୍କୁ ଭେଟିବେ UN ଚିଫ୍
Advertisement
Article Detail0/zeeodisha/odisha1167034

ବନ୍ଦ ହେବ ଋଷ-ୟୁକ୍ରେନ ଯୁଦ୍ଧ! ପୁଟିନଙ୍କ ପରେ ଜେଲେନସ୍କିଙ୍କୁ ଭେଟିବେ UN ଚିଫ୍

ଏଠାରେ କହି ରଖୁଛୁ ଯେ, ଜାତିସଂଘର ମୁଖ୍ୟ ଗୁଟେରସ୍ ଋଷ ଓ ୟୁକ୍ରେନ ଗସ୍ତ ପୂର୍ବରୁ ଏପ୍ରିଲ ୨୫ରେ ତୁର୍କିରେ ପହଞ୍ଚିଥିଲେ । ଏଠାରେ ସେ ରାଜଧାନୀ ଅଙ୍କାରାରେ ରାଷ୍ଟ୍ରପତି ତାଇପ ଏର୍ଦୋଗନଙ୍କୁ ଭେଟିଥିଲେ । ଏହା ପରେ ସେ ଋଷର ରାଜଧାନୀ ମସ୍କୋ ପହଞ୍ଚିଥିଲେ ।

ବନ୍ଦ ହେବ ଋଷ-ୟୁକ୍ରେନ ଯୁଦ୍ଧ! ପୁଟିନଙ୍କ ପରେ ଜେଲେନସ୍କିଙ୍କୁ ଭେଟିବେ UN ଚିଫ୍

ନୂଆଦିଲ୍ଲୀ: Russi-Ukraine War: ଋଷ (Russia) ଓ ୟୁକ୍ରେନ (Ukraine) ମଧ୍ୟରେ ଯୁଦ୍ଧ ଜାରି ରହିଛି । ୟୁକ୍ରେନ ଉପରେ ଋଷ ଆକ୍ରମଣର ଆଜି (ଏପ୍ରିଲ ୨୮) ୬୩ତମ ଦିନ । ଏହି ଯୁଦ୍ଧକୁ ବନ୍ଦ କରିବା ପାଇଁ ଋଷ ଓ ୟୁକ୍ରେନ ମଧ୍ୟରେ ଅନେକ ଥର ଶାନ୍ତି ବାର୍ତ୍ତା ହୋଇସାରିଛି । କିନ୍ତୁ କୌଣସି ଫଳାଫଳ ଏପର୍ଯ୍ୟନ୍ତ ବାହାରି ନାହିଁ । ଋଷ ଲଗାତର ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି । ୟୁକ୍ରେନର ଅଧିକାଂଶ ସହର ଶ୍ମଶାନରେ ପରିଣତ ହୋଇସାରିଛି । ଏହି ସମୟରେ ମିଳିତ ଜାତିସଂଘର ମୁଖ୍ୟ ଆଣ୍ଟୋନିଓ ଗୁଟେରସ୍ (United Nations chief Antonio Guterres) ଋଷ ଓ ୟୁକ୍ରେନ ଯୁଦ୍ଧ (Russi-Ukraine War) ବନ୍ଦ କରିବାକୁ ଉଦ୍ୟମ ଆହୁରି ଦ୍ରୁତ କରିଦେଇଛନ୍ତି । ଗୁଟେରସ୍ ଆଜି (ଗୁରୁବାର) ୟୁକ୍ରେନର ରାଜଧାନୀ କୀଭ (Kyiv) ରେ ଅଛନ୍ତି । ସେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି (krainian President Volodymyr Zelensky) ଙ୍କ ସହ ସାକ୍ଷାତ କରିବେ । ଗୋଟିଏ ଦିନ ପୂର୍ବରୁ ମିଳିତ ଜାତିସଂଘର ମୁଖ୍ୟ ଋଷର ରାଜଧାନୀ ମସ୍କୋରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russian President Vladimir Puti) ଙ୍କ ସହ ସାକ୍ଷାତ କରିଥିଲେ । ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା ।

ତଥାପି, ଦୀର୍ଘ ସମୟ ଧରି ଆଲୋଚନା ପରେ ମଧ୍ୟ ଉଭୟ କୌଣସି ସିଦ୍ଧାନ୍ତରେ ପହଞ୍ଚିପାରି ନାହାଁନ୍ତି । ଗୁଟେରସ (Antonio Guterres) ଙ୍କ ୟୁକ୍ରେନ (Ukraine) ଗସ୍ତକୁ ନେଇ ଜେଲେନସ୍କି (Volodymyr Zelensky) ମଧ୍ୟ ଉତ୍ସାହିତ ଅଛନ୍ତି । ତେବେ ସେ ଗୁଟରେସଙ୍କ ୟୁକ୍ରେନ ପୂର୍ବରୁ ଋଷକୁ ଗସ୍ତ କରିବା ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ ।

ଶାନ୍ତି ଫେରାଇ ଆଣିବା ପାଇଁ ପୁଟିନ (Putin) ଓ ଜାତିସଂଘ (UN) ର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ମସ୍କୋରେ ସାକ୍ଷାତ କରିଥିଲେ । ଜାତିସଂଘର ମହାସଚିବ ପୁଟିନଙ୍କ ସହ ବିଶେଷ ଭାବରେ ମାରିଅପୋଲର ପରିସ୍ଥିତି ଉପରେ ଆଲୋଚନା କରିଛନ୍ତି । ଅନ୍ତତଃ ପକ୍ଷେ ସେଠାରେ କିଛି ଦିନ ପାଇଁ ଅସ୍ତ୍ରବିରତି ଉଲ୍ଲଂଘନ କରିବାକୁ ସେ ଋଷକୁ ଅନୁରୋଧ କରିଛନ୍ତି, ଯାହାଫଳରେ ଇସ୍ପାତ କାରଖାନାରେ ଫସି ରହିଥିବା ସାଧାରଣ ନାଗରିକ ସେଠାରୁ ନିରାପଦ ସ୍ଥାନରେ ଆଶ୍ରୟ ନେଇପାରିବେ ।

ଏହା ଉପରେ ପୁଟିନ କହିଛନ୍ତି ଯେ, ଅନେକ ଦିନ ଧରି ଗୁଳି ବିନିମୟ ହେଉନାହିଁ, ଲୋକଙ୍କୁ କୌଣସି ସ୍ଥାନକୁ ଯିବା ପାଇଁ ରୋକା ଯାଉ ନାହିଁ । ୟୁକ୍ରେନ ନିଜେ ଏହାର ଲୋକଙ୍କୁ ବନ୍ଧକ ରଖିଛି । ଯାହାଫଳରେ ସେମାନଙ୍କ ସାହାଯ୍ୟରେ ସେ ପୁନର୍ବାର ନିଜର ସାମରିକ ଶକ୍ତି ଏକାଠି କରିପାରିବେ ।

ଏଠାରେ କହି ରଖୁଛୁ ଯେ, ଜାତିସଂଘର ମୁଖ୍ୟ ଗୁଟେରସ୍ ଋଷ ଓ ୟୁକ୍ରେନ ଗସ୍ତ ପୂର୍ବରୁ ଏପ୍ରିଲ ୨୫ରେ ତୁର୍କିରେ ପହଞ୍ଚିଥିଲେ । ଏଠାରେ ସେ ରାଜଧାନୀ ଅଙ୍କାରାରେ ରାଷ୍ଟ୍ରପତି ତାଇପ ଏର୍ଦୋଗନଙ୍କୁ ଭେଟିଥିଲେ । ଏହା ପରେ ସେ ଋଷର ରାଜଧାନୀ ମସ୍କୋ ପହଞ୍ଚିଥିଲେ ।

ଏହା ବି ପଢ଼ନ୍ତୁ:-ଏହି ଛୋଟ ଦେଶ ସହ ଚୁକ୍ତି କଲା ଚୀନ, ହଜିଲା ଆମେରିକା, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡର ନିଦ

ହା ବି ପଢ଼ନ୍ତୁ:-ସାବଧାନ! ସକାଳେ ଉଠିବା ପରେ କରନ୍ତୁନି ଏହି ୭ଟି ଭୁଲ, ନଚେତ୍ ଦେଖାଦେବ ଗମ୍ଭୀର ଶାରୀରିକ ସମସ୍ୟା

ଏହା ବି ପଢ଼ନ୍ତୁ:-ଏଲୋନ୍ ମସ୍କଙ୍କ ହାତକୁ ଟ୍ୱିଟର ଆସିବା ପରେ ବୈଠକରେ କାନ୍ଦିବାକୁ ଲାଗିଲେ କମ୍ପାନୀର ପଲିସି ହେଡ୍

ସୂଚନାଯୋଗ୍ୟ, ଋଷ (Russia) ଓ ୟୁକ୍ରେନ (Ukraine) ଯୁଦ୍ଧରେ ଖୋଲାଖୋଲି ଭାବେ ୟୁକ୍ରେନକୁ ସାହାଯ୍ୟ କରିବା ଓ ଋଷର କଥାକୁ ଅବମାନନା କରିବା କିଛି ୟୁରୋପୀୟ ଦେଶକୁ ମହଙ୍ଗା ପଡ଼ିବାରେ ଲାଗିଛି । ବର୍ତ୍ତମାନ ଋଷ ବଡ଼ ପଦକ୍ଷେପ ଗ୍ରହଣ କରି ପୋଲାଣ୍ଡ (Poland) ଓ ବୁଲଗେରିଆ (Bulgaria) କୁ ଗ୍ୟାସ-ତେଲ ଯୋଗାଣ ବନ୍ଦ କରିଦେଇଛି । ଗତ ମାସରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russian President Vladimir Putin) ଋଷରୁ ଗ୍ୟାସ-ତେଲ କିଣୁଥିବା ଦେଶମାନଙ୍କୁ ଋଷର ମୁଦ୍ରା ରୁବଲ (Ruble) ରେ କାରବାର କରିବାକୁ କହିଥିଲେ, କିନ୍ତୁ ୟୁରୋପ (Europe) ର ଦେଶଗୁଡ଼ିକ ପୁଟିନଙ୍କ ଅନୁରୋଧକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ । ଏହା ପରେ ବର୍ତ୍ତମାନ ପୁଟିନ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଯୋଗାଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ।