Coronavirus in India: ବର୍ତ୍ତମାନ ସମୟରେ ଦେଶରେ ମୋଟ ୧ କୋଟି ୧୯ ଲକ୍ଷ ୮ ହଜାର ୯୧୦ ସଂକ୍ରମିତ ଚିହ୍ନଟ ହୋଇସାରିଛି । ଏହାସହ ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୧ କୋଟି ୧୨ ଲକ୍ଷ ୯୫ ହଜାର ସଂକ୍ରମିତ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ଦେଶରେ ୪ ଲକ୍ଷ ୫୨ ହଜାର ୬୪୭ ସକ୍ରିୟ କୋରୋନା ମାମଲା ରହିଛି । ଦେଶରେ ବର୍ତ୍ତମାନ ଯାଏ ମୋଟ ୧ ଲକ୍ଷ ୬୧ ହଜାର ୨୪୦ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।
Trending Photos
ନୂଆଦିଲ୍ଲୀ: Coronavirus in India: ଦେଶରେ ପୁଣି କୋରୋନା ଭୂତାଣୁ (Coronavirus) ର ତାଣ୍ଡବ ଆରମ୍ଭ ହୋଇଛି । ମାରାତ୍ମକ କୋରୋନା ଭୂତାଣୁ (COVID-19) ର ଦ୍ୱିତୀୟ ଲହରୀ (second wave of corona) ର ଆଗମନ ହୋଇସାରିଛି । ପୁଣିଥରେ ସାରା ଦେଶରେ କୋରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ୧୬୧ ଦିନ ପରେ ପ୍ରଥମ ଥର ପାଇଁ ଗୋଟିଏ ଦିନରେ ୬୨ ହଜାରରୁ ଅଧିକ କୋରୋନା ମାମଲା ରେକର୍ଡ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୬୨,୨୫୮ ନୂଆ କୋରୋନା ମାମଲା ଚିହ୍ନଟ ହୋଇଛି ଏବଂ ୨୯୧ ଜଣ ସଂକ୍ରମିତ ପ୍ରାଣ ହରାଇଛନ୍ତି । ତେବେ ୩୦,୩୮୬ ସଂକ୍ରମିତ ଏହି ମହାମାରୀକୁ ମାତ୍ ଦେବାରେ ସଫଳ ହୋଇଛନ୍ତି । ଏହାପୂର୍ବରୁ ଅକ୍ଟୋବର ୧୬, ୨୦୨୦ରେ ୬୨,୨୧୨ କୋରୋନା ସଂକ୍ରମିତ ମାମଲା ସାମ୍ନାକୁ ଆସିଥିଲା ।
ଅଧିକ ପଢ଼ନ୍ତୁ:-ଭ୍ୟାକ୍ସିନ ଲଗାଇବା ପରେ ମଧ୍ୟ କୋରୋନା ସଂକ୍ରମିତ ହେଲେ ପରେଶ ରାୱଲ
ବର୍ତ୍ତମାନ ସମୟରେ ଦେଶରେ ମୋଟ ୧ କୋଟି ୧୯ ଲକ୍ଷ ୮ ହଜାର ୯୧୦ ସଂକ୍ରମିତ ଚିହ୍ନଟ ହୋଇସାରିଛି । ଏହାସହ ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୧ କୋଟି ୧୨ ଲକ୍ଷ ୯୫ ହଜାର ସଂକ୍ରମିତ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ଦେଶରେ ୪ ଲକ୍ଷ ୫୨ ହଜାର ୬୪୭ ସକ୍ରିୟ କୋରୋନା ମାମଲା ରହିଛି । ଦେଶରେ ବର୍ତ୍ତମାନ ଯାଏ ମୋଟ ୧ ଲକ୍ଷ ୬୧ ହଜାର ୨୪୦ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ସେପଟେ ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୫ କୋଟି ୮୧ ଲକ୍ଷ ୯ ହଜାର ୭୭୩ କୋରୋନା ଟିକାର ଡୋଜ ଲାଗିସାରିଛି ।
ଅଧିକ ପଢ଼ନ୍ତୁ:-ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ-ପେନସନଭୋଗୀଙ୍କ ପାଇଁ ଖୁସି ଖବର!
ସେପଟେ ମହାରାଷ୍ଟ୍ର (Maharashtra) ରୁ ସର୍ବାଧିକ ଦୈନିକ କୋରୋନା ମାମଲା ସାମ୍ନାକୁ ଆସୁଛି । ଗତକାଲି ରାଜ୍ୟରେ ୩୬,୯୦୨ ନୂଆ କୋରୋନା ମାମଲା ଚିହ୍ନଟ ହୋଇଥିଲା । ଏଥିସହ ଗତକାଲି ୧୧୨ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ତେବେ ଗତକାଲି ୧୭,୦୧୯ ସଂକ୍ରମିତ ଏହି ମହାମାରୀକୁ ମାତ୍ ଦେଇ ଆରୋଗ୍ୟ ଲାଭ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୬ ଲକ୍ଷ ୩୭ ହଜାର ୭୩୫ ମାମଲା ଚିହ୍ନଟ ହୋଇଛି । ସେଥିମଧ୍ୟରୁ ୫୩ ହଜାର ୯୦୭ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ସମୟରେ ରାଜ୍ୟରେ ୨ ଲକ୍ଷ ୮୨ ହଜାର ୪୫୧ ଲୋକ ଚିକିତ୍ସିତ ହେଉଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ୨୩ ଲକ୍ଷ ଲୋକ ଆରୋଗ୍ୟ ଲାଭ କରିଛନ୍ତି ।