ପୁଣି କୋରୋନା ମାମଲାରେ ବୃଦ୍ଧି: ଦେଶରେ ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ, ଆଖି ବୁଜିଲେ ୯୦୦ରୁ ଉର୍ଦ୍ଧ୍ୱ ଲୋକ
Advertisement
Article Detail0/zeeodisha/odisha936624

ପୁଣି କୋରୋନା ମାମଲାରେ ବୃଦ୍ଧି: ଦେଶରେ ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ, ଆଖି ବୁଜିଲେ ୯୦୦ରୁ ଉର୍ଦ୍ଧ୍ୱ ଲୋକ

Coronavirus in India: ଦେଶରେ ଲଗାତର କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟା ଅଧିକ ରହୁଛି । ଜୁଲାଇ ୬ ପର୍ଯ୍ୟନ୍ତ ସାରା ଦେଶରେ ୩୬ କୋଟି ୧୩ ଲକ୍ଷ ୨୩ ହଜାର ୫୪୮ କୋରୋନା ଟିକାର ଡୋଜ ଲଗାଯାଇଛି ।

ପୁଣି କୋରୋନା ମାମଲାରେ ବୃଦ୍ଧି: ଦେଶରେ ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ, ଆଖି ବୁଜିଲେ ୯୦୦ରୁ ଉର୍ଦ୍ଧ୍ୱ ଲୋକ

ନୂଆଦିଲ୍ଲୀ: Coronavirus in India: ସାରା ଦେଶରେ କୋରୋନା ମାମଲାରେ ହ୍ରାସ ଜାରି ରହିଛି । ତଥାପି ମଝିରେ ମଝିରେ ହଠାତ୍ କୋରୋନା ମାମଲାରେ ବୃଦ୍ଧି ରେକର୍ଡ କରାଯାଉଛି । ଏହାସହ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ଦେଖାଦେଇଛି ।  ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୩ ହଜାର ୭୩୩ ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୩୦ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଅନ୍ୟପଟେ ଭଲ ଖବର ଏହା ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୭ ହଜାର ୨୪୦ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଫଳରେ ଦିନକରେ ୩,୫୦୭ ସଂକ୍ରମିତଙ୍କ ସଂଖ୍ୟାରେ ହ୍ରାସ ଘଟିଛି ।  

ଅଧିକ ପଢ଼ନ୍ତୁ:-ଆରପାରିରେ ବଲିଉଡର ଟ୍ରାଜେଡି କିଙ୍ଗ୍ ଦିଲୀପ କୁମାର

ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୫ ଲକ୍ଷ ୬୩ ହଜାର ୬୬୫ କୋରୋନା ମାମଲା ଚିହ୍ନଟ ହୋଇସାରିଛି । ସେଥି ମଧ୍ୟରୁ ମୋଟ ୨ କୋଟି ୯୭ ଲକ୍ଷ  ୯୯ ହଜାର ୫୩୪ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୪ ଲକ୍ଷ ୫୯ ହଜାର ୯୨୦ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୪ ଲକ୍ଷ ୪ ହଜାର ୨୧୧ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । 

ଅଧିକ ପଢ଼ନ୍ତୁ:-ଯଦି ଆପଣଙ୍କ ପାଖରେ ଅଛି ଏହି ଖାସ୍ ନମ୍ୱରର କୌଣସି ନୋଟ୍ ତ ଘରେ ବସି ରୋଜଗାର କରିପାରିବେ ଲକ୍ଷ ଲକ୍ଷ ଟଙ୍କା! ଜାଣନ୍ତୁ କିପର...

ଦେଶରେ ଲଗାତର କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟା ଅଧିକ ରହୁଛି । ଜୁଲାଇ ୬ ପର୍ଯ୍ୟନ୍ତ ସାରା ଦେଶରେ ୩୬ କୋଟି ୧୩ ଲକ୍ଷ ୨୩ ହଜାର ୫୪୮ କୋରୋନା ଟିକାର ଡୋଜ ଲଗାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ ୪୨ କୋଟି ୩୩ ଲକ୍ଷ ୩୨ ହଜାର ୯୭ କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୯ ଲକ୍ଷ ୭ ହଜାର ୨୧୬ କୋରୋନା ନମୁନା ପରୀକ୍ଷା କରାଯାଇଛି । ଯାହାର ପଜିଟିଭିଟି ରେଟ୍ ୩ ପ୍ରତିଶତରୁ ଅଧିକ ରହିଛି ।