ଦେଶରେ ଲଗାତର ଷଷ୍ଠ ଦିନ ୫୦ ହଜାରରୁ କମ୍ ମାମଲା ଚିହ୍ନଟ, ଦିନକରେ ଆଖି ବୁଜିଲେ ଏତିକି ସଂକ୍ରମିତ
Advertisement

ଦେଶରେ ଲଗାତର ଷଷ୍ଠ ଦିନ ୫୦ ହଜାରରୁ କମ୍ ମାମଲା ଚିହ୍ନଟ, ଦିନକରେ ଆଖି ବୁଜିଲେ ଏତିକି ସଂକ୍ରମିତ

Coronavirus in India:ଦେଶରେ କୋରୋନାରୁ ମୃତ୍ୟୁ ହାର ୧.୩୧ ପ୍ରତିଶତ ଥିବାବେଳେ ସୁସ୍ଥ ହାର ୯୭ ପ୍ରତିଶତରୁ ଅଧିକ ରହିଛି । ସକ୍ରିୟ ମାମଲା ୨ ପ୍ରତିଶତରୁ କମ୍ ରହିଛି । କୋରୋନା ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି । ସଂକ୍ରମିତ ସଂଖ୍ୟା ଦୃଷ୍ଟିରୁ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଆମେରିକା, ବ୍ରାଜିଲ ପରେ ବିଶ୍ୱରେ ଭାରତରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ।

ଦେଶରେ ଲଗାତର ଷଷ୍ଠ ଦିନ ୫୦ ହଜାରରୁ କମ୍ ମାମଲା ଚିହ୍ନଟ, ଦିନକରେ ଆଖି ବୁଜିଲେ ଏତିକି ସଂକ୍ରମିତ

ନୂଆଦିଲ୍ଲୀ: Coronavirus in India: ଦେଶରେ କୋରୋନା ସଙ୍କଟ ବର୍ତ୍ତମାନ ପର୍ଯ୍ୟନ୍ତ ଶେଷ ହୋଇନାହିଁ । ଦେଶରେ ପ୍ରତିଦିନ ପ୍ରାୟ ୫୦ ହଜାର କୋରୋନା ମାମଲା ସାମ୍ନାକୁ ଆସିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୪ ହଜାର ୧୧୧ ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୩୮ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଅନ୍ୟପଟେ ଭଲ ଖବର ଏହା ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୭ ହଜାର ୪୭୭ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଫଳରେ ଦିନକରେ ୧୪,୧୦୪ ସଂକ୍ରମିତଙ୍କ ସଂଖ୍ୟାରେ ହ୍ରାସ ଘଟିଛି ।  

ଅଧିକ ପଢ଼ନ୍ତୁ:-Paytm ଦେବ ୫୦ କୋଟି ଟଙ୍କାର କ୍ୟାସବ୍ୟାକ୍, ଜାଣନ୍ତୁ ଆପଣଙ୍କୁ କିପରି ହେବ ଫାଇଦା

ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୫ ଲକ୍ଷ ୨ ହଜାର ୩୬୨ କୋରୋନା ମାମଲା ଚିହ୍ନଟ ହୋଇସାରିଛି । ସେଥି ମଧ୍ୟରୁ ମୋଟ ୨ କୋଟି ୯୬ ଲକ୍ଷ ୫ ହଜାର ୭୭୯ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୪ ଲକ୍ଷ ୯୫ ହଜାର ୫୩୩ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୪ ଲକ୍ଷ ୧ ହଜାର ୫୦ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । 

ଅଧିକ ପଢ଼ନ୍ତୁ:-ଭଲ ଖବର: ଆହୁରି ଶସ୍ତା ହେବ ରିଫାଇନ୍ଡ ଓ ସୋରିଷ ତେଲ, ମୋଦି ସରକାର ନେଲେ ଏହି ପଦକ୍ଷେପ

ଦେଶରେ ଲଗାତର ୫୧ ଦିନ କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟା ଅଧିକ ରହିଛି । ଜୁଲାଇ ୨ ପର୍ଯ୍ୟନ୍ତ ସାରା ଦେଶରେ ୩୪ କୋଟି ୫୦ ଲକ୍ଷକୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୦ ଲକ୍ଷ କୋରୋନା ଟିକାର ଡୋଜ୍ ଲାଗିସାରିଛି । ଏଥି ସହିତ ଏପର୍ଯ୍ୟନ୍ତ ୪୧.୬୪ କୋଟି କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୯ ଲକ୍ଷ କୋରୋନା ନମୁନା ପରୀକ୍ଷା କରାଯାଇଛି । ଯାହାର ପଜିଟିଭିଟି ରେଟ୍ ୩ ପ୍ରତିଶତରୁ ଅଧିକ ରହିଛି ।

ଅଧିକ ପଢ଼ନ୍ତୁ:-ପାକିସ୍ତାନରେ ହେଉଛି ଟଙ୍କା ବର୍ଷା! ବିଶ୍ୱ ବ୍ୟାଙ୍କ ଭାରତ ଅପେକ୍ଷା ପାକିସ୍ତାନକୁ ଦେଇଛି ଅଧିକ ଋଣ

ଦେଶରେ କୋରୋନାରୁ ମୃତ୍ୟୁ ହାର ୧.୩୧ ପ୍ରତିଶତ ଥିବାବେଳେ ସୁସ୍ଥ ହାର ୯୭ ପ୍ରତିଶତରୁ ଅଧିକ ରହିଛି । ସକ୍ରିୟ ମାମଲା ୨ ପ୍ରତିଶତରୁ କମ୍ ରହିଛି । କୋରୋନା ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି । ସଂକ୍ରମିତ ସଂଖ୍ୟା ଦୃଷ୍ଟିରୁ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଆମେରିକା, ବ୍ରାଜିଲ ପରେ ବିଶ୍ୱରେ ଭାରତରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ।