ଲେଫ୍ଟରୁ ସେଣ୍ଟର; କଂଗ୍ରେସରେ ସାମିଲ ହେବେ କହ୍ନେୟା କୁମାର?
Advertisement
Article Detail0/zeeodisha/odisha983116

ଲେଫ୍ଟରୁ ସେଣ୍ଟର; କଂଗ୍ରେସରେ ସାମିଲ ହେବେ କହ୍ନେୟା କୁମାର?

ଲେଫ୍ଟରୁ ସେଣ୍ଟରକୁ ଆସିବେ କହ୍ନେୟା କୁମାର? ରାହୁଲ ଗାନ୍ଧୀଙ୍କ ସାକ୍ଷାତ ପରେ କଂଗ୍ରେସ ସାମିଲ ହେବାର ଚର୍ଚ୍ଚା ଜୋର ଧରିଛି ।

ଲେଫ୍ଟରୁ ସେଣ୍ଟର; କଂଗ୍ରେସରେ ସାମିଲ ହେବେ କହ୍ନେୟା କୁମାର?

ନୂଆଦିଲ୍ଲୀ:  କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ବାୟନାଡ ସାଂସଦ ରାହୁଲ ଗାନ୍ଧୀ (Rahul Gandhi) ଓ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର (Prashant Kishor) ଙ୍କ ସହ କହ୍ନେୟା କୁମାର (Kanhaiya Kumar) ଙ୍କ ସାକ୍ଷାତ ପରେ ବିହାର ରାଜନୀତି (Bihar Politics) ରେ କଳ୍ପନାଜଳ୍ପନାର ଆରମ୍ଭ ହୋଇସାରିଛି । ଏହି ସାକ୍ଷାତରୁ ଚର୍ଚ୍ଚା ଜୋର ଧରିଛି ଯେ କହ୍ନେୟା କୁମାର (Kanhaiya Kumar) ବାମ ଦଳ (Left Parties) ର ରାଜନୀତି ଛାଡି କଂଗ୍ରେସ (Congress) ର ଅଂଶ ହୋଇପାରନ୍ତି । କୁହାଯାଉଛି ଯେ ପ୍ରଶାନ୍ତ କିଶୋର ବା ପିକେ ଦଳର ନେତୃତ୍ୱକୁ କହ୍ନେୟା କୁମାରଙ୍କୁ କଂଗ୍ରେସ (Congress) କୁ ଆଣିବାକୁ ପରାମର୍ଶ ଦେଇଛନ୍ତି । ଯଦି ସୂତ୍ରକୁ ବିଶ୍ୱାସ କରାଯାଏ, ତେବେ କହ୍ନେୟା କୁମାର ମଧ୍ୟ ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି ।

ପିକେ (Prashant Kishor) ଙ୍କ ମତରେ ପୁରୁଣା ନେତାଙ୍କ ପ୍ରଭାବ ଶେଷ ହେବା ଓ ନୂଆ ପିଢ଼ିରେ କୌଣସି ବଡ଼ ନେତା ନ ହେବାର ସ୍ଥାନ କହ୍ନେୟା (Kanhaiya Kumar) ଙ୍କ ଏଣ୍ଟ୍ରିରୁ ପୂରଣ କରିହେବ । ଗତ ଦେଢ଼ ବର୍ଷ ଧରି କହ୍ନେୟା କୁମାର ମଧ୍ୟ ସିପିଆଇ (CPI) ରେ ସକ୍ରିୟ ନୁହଁନ୍ତି । ଏହା ଏହି କଳ୍ପନାଜଳ୍ପନକୁ ଆହୁରି ବଳ ପ୍ରଦାନ କରିଛି ।

ତେବେ ବିହାର କଂଗ୍ରେସ (Congress) ର କୌଣସି ନେତା କହ୍ନେୟା କୁମାରଙ୍କ କଂଗ୍ରେସରେ ସାମିଲ ବିଷୟରେ ଖୋଲାଖୋଲି ଭାବେ କହିବାକୁ ସଙ୍କୋଚ କରୁଛନ୍ତି । ତାଙ୍କର ସମ୍ଭାବ୍ୟ ଏଣ୍ଟ୍ରିକୁ ନେଇ ଅନେକ ନେତା ଅସହଜ ଅନୁଭବ କରୁଛନ୍ତି ବୋଲି ମନେ କରାଯାଉଛି ।

କହ୍ନେୟାଙ୍କ ନିଜ ଦଳ ସହ ଭଲ ସମ୍ପର୍କ ନାହିଁ 

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନିଜ ଦଳର ବଡ଼ ନେତାଙ୍କ ସହ କହ୍ନେୟା କୁମାରଙ୍କ ସମ୍ପର୍କ ଭଲ ନୁହେଁ । ହାଇଦ୍ରାବାଦରେ ଅନୁଷ୍ଠିତ ହୋଇଥିବା ସିପିଆଇର ଏକ ବୈଠକରେ ତାଙ୍କ ବିରୋଧରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ନିନ୍ଦା ପ୍ରସ୍ତାବ ପାରିତ କରାଯାଇଥିଲା । ଏହି ଘଟଣା ପରେ କହ୍ନେୟା କୁମାର ମଧ୍ୟ ପାର୍ଟି ମୁଖ୍ୟାଳୟର ନିଜ ଅଫିସ ଖାଲି କରିଥିଲେ । କେତେକ ଲୋକ ମନେ କରନ୍ତି ଯେ ଅଳ୍ପ ବୟସରେ ତାଙ୍କର ଲୋକପ୍ରିୟତା ବଡ଼ ନେତାମାନଙ୍କୁ ଅସହଜ କରିଦେଇଛି ।

ତେଜସ୍ୱୀ ଓ ଚିରାଗ ପରେ ବିହାରର ସବୁଠାରୁ ବଡ଼ ଯୁବ ଚେହେରା 

ବର୍ତ୍ତମାନ ସମୟରେ ବିହାରର ମୁଖ୍ୟ ବିରୋଧୀ ଦଳର କମାଣ ତେଜସ୍ୱୀ ଯାଦବ ସମ୍ଭାଳିଛନ୍ତି । ଏଥି ସହିତ ଚିରାଗ ପାସୱାନ ମଧ୍ୟ ତାଙ୍କ ପିତାଙ୍କ ଉତ୍ତରାଧିକାରୀ ଅର୍ଥାତ୍ ଲୋକ ଜନଶକ୍ତି ପାର୍ଟି (LJP) ର କମାଣ ନିଜ କକା ପଶୁପତି ପରାସଙ୍କ ହାତକୁ ନ ଯାଉ, ସେଥିପାଇଁ ସମସ୍ତ ଚେଷ୍ଟା କରୁଛନ୍ତି । ଏହି ଦୁଇ ଯୁବ ନେତୃତ୍ୱ ପରେ ଯଦି କହ୍ନେୟା କୁମାରଙ୍କୁ ବିହାରର ତୃତୀୟ ବୃହତ୍ତମ ଯୁବ ନେତା କୁହାଯାଏ, ତେବେ ଏହା ଭୁଲ ହେବ ନାହିଁ । ଜେଏନୟୁ ଘଟଣା ପରେ ଦେଶ ତଥା ବିଶ୍ୱର ଗଣମାଧ୍ୟମରେ ନିଜର ଛାପ ଛାଡ଼ିଥିବା କହ୍ନେୟା କୁମାର ବିଧାନସଭା ନିର୍ବାଚନ ପୂର୍ବରୁ ବିହାରରେ ଏକ ବଡ ରାଲିର ଆୟୋଜନ କରିଥିଲେ । ବହୁ ସଂଖ୍ୟାରେ ଲୋକ ତାଙ୍କ କଥା ଶୁଣିବାକୁ ଆସୁଥିଲେ । ତେବେ ତାଙ୍କୁ ଅନେକ ସ୍ଥାନରେ ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା ।

ନିର୍ବାଚନରେ ଚାଲିଲା ନାହିଁ କହ୍ନେୟାଙ୍କ ଯାଦୁ

୨୦୧୯ ଲୋକସଭା ନିର୍ବାଚନରେ ​​କହ୍ନେୟା କୁମାରଙ୍କୁ ବେଗୁସରାଇ ଆସନରୁ ପ୍ରାର୍ଥୀ କରାଯାଇଥିଲା । ତାଙ୍କ ବିପକ୍ଷରେ ଭାରତୀୟ ଜନତା ପାର୍ଟି (BJP) ର ଫାୟର ବ୍ରାଣ୍ଡ ନେତା ଗିରିରାଜ ସିଂ ଥିଲେ । ଏହି ନିର୍ବାଚନରେ କହ୍ନେୟା ନିଜକୁ ବେଗୁସରାଇର ପୁଅ ବୋଲି କହି ଭୋଟ ମାଗିଥିଲେ । ତେବେ ସେ ନିରାଶ ହୋଇଥିଲେ । ଗିରିରାଜ ସିଂ ତାଙ୍କୁ ୪ ଲକ୍ଷ ୨୦ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ ।

ଅଧିକ ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍

ଅଧିକ ପଢ଼ନ୍ତୁ:-ଗଣେଶ ଚତୁର୍ଥୀ ଦିନ ବିଘ୍ନହର୍ତ୍ତାଙ୍କ ପୂଜା ବିଧି; ପୂଜାରେ ଚଢ଼ାନ୍ତୁ ଏହି ୫ଟି ଜିନିଷ

ଅଧିକ ପଢ଼ନ୍ତୁ:-ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ମାତ୍ରେ ଭାରତ ସୀମାରେ ନିଜର କମାଣ୍ଡୋଙ୍କୁ ବଦଳାଇଲେ ଚୀନ୍ ଓ ପାକିସ୍ତାନ