ରାଜସ୍ଥାନର ଟିକାକରଣ ବିଭାଗରେ ପ୍ରକଳ୍ପ ନିର୍ଦ୍ଦେଶକ ପଦ ଥିବା ଡକ୍ଟର ରଘୁରାଜ ସିଂ କହିଛନ୍ତି ଯେ, "WHO ରାଜ୍ୟ ସରକାରଙ୍କ ପରିବହନ ସୁବିଧା, ଶୀତଳ ଭଣ୍ଡାର, ଯୋଗାଣ ଯୋଜନା, ପହଞ୍ଚାଇବା ଆଦି ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ଆମକୁ ଟିକାକରଣର ସବୁଜ ବର୍ଗରେ ସ୍ଥାନିତ କରିଛି । ଅନ୍ୟପଟେ ଅନ୍ୟ କେତେକ ରାଜ୍ୟକୁ କିଛି ପାରାମିଟରରେ ସବୁଜ ଶ୍ରେଣୀଭୁକ୍ତ କରାଯାଇଛି ।''
Trending Photos
ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଟିକାକରଣ (Corona Vaccination) ପାଇଁ ରାଜସ୍ଥାନ (Rajasthan) କୁ ସବୁଠାରୁ ଦକ୍ଷ ଭାରତୀୟ ରାଜ୍ୟ ଭାବରେ ସ୍ଥାନିତ କରିଛି । ରାଜସ୍ଥାନ ସରକାରଙ୍କ ସରକାରୀ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ WHO (ଭାରତ) ଟିକାକରଣର ସଫଳ ଅଭିଯାନ ପାଇଁ ଜରୁରୀ ପାଞ୍ଚଟି ବର୍ଗରେ ରାଜସ୍ଥାନକୁ ପାଇଛି ।
ଅଧିକ ପଢ଼ନ୍ତୁ:-କଂଗ୍ରେସରେ ଥମୁନି ଗୋଷ୍ଠୀ କନ୍ଦଳ, CWC ବୈଠକରେ ଆନନ୍ଦ ଶର୍ମା ଓ ଗେହଲଟ ମୁହାଁମୁହିଁ!
ରାଜସ୍ଥାନର ଟିକାକରଣ ବିଭାଗରେ ପ୍ରକଳ୍ପ ନିର୍ଦ୍ଦେଶକ ପଦ ଥିବା ଡକ୍ଟର ରଘୁରାଜ ସିଂ କହିଛନ୍ତି ଯେ, "WHO ରାଜ୍ୟ ସରକାରଙ୍କ ପରିବହନ ସୁବିଧା, ଶୀତଳ ଭଣ୍ଡାର, ଯୋଗାଣ ଯୋଜନା, ପହଞ୍ଚାଇବା ଆଦି ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ଆମକୁ ଟିକାକରଣର ସବୁଜ ବର୍ଗରେ ସ୍ଥାନିତ କରିଛି । ଅନ୍ୟପଟେ ଅନ୍ୟ କେତେକ ରାଜ୍ୟକୁ କିଛି ପାରାମିଟରରେ ସବୁଜ ଶ୍ରେଣୀଭୁକ୍ତ କରାଯାଇଛି ।''
ଅଧିକ ପଢ଼ନ୍ତୁ:-ଖୁବ୍ ଶୀଘ୍ର କେନ୍ଦ୍ର କର୍ମଚାରୀଙ୍କୁ ବଡ ଉପହାର ଦେବେ ମୋଦି ସରକାର!
ସୂଚନାଯୋଗ୍ୟ, WHO ନଭେମ୍ବର ୨୦୨୦ରେ କୋଭିଡ ଟିକାକରଣକୁ ପ୍ରାଥମିକତା ଦେବା ପାଇଁ ସରକାରଙ୍କ ପାଇଁ ଏକ ଦିଶାନିର୍ଦ୍ଦେଶ ଜାରି କରାଯାଇଥିଲା । ଆଉ ରାଜ୍ୟ ତଥା ଜିଲ୍ଲା ସ୍ତରୀୟ ଟାସ୍କଫୋର୍ସ, ଟିକାକରଣକାରୀଙ୍କ ତାଲିମ, ଘରୋଇ ସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକର ସମ୍ବେଦନଶୀଳତା ଆଦି ପାଇଁ ରାଙ୍କ ଦେବାର ନିଷ୍ପତ୍ତି ନେଇଥିଲା । WHO ସମସ୍ତ ରାଜ୍ୟ ପାଇଁ ନେଇଥିବା ପ୍ରେଜେଣ୍ଟଶନରେ ଗୁରୁବାର ରାଜସ୍ଥାନକୁ ସବୁ ବର୍ଗରେ ସବୁଜ ରଙ୍ଗ ଦିଆଯାଇଛି । ସେପଟେ ଯଦି ଉପସ୍ଥାପନାକୁ ଦେଖନ୍ତି, ତେବେ ଗୋଟିଏ ବର୍ଗ ବ୍ୟତୀତ ସବୁଜ ରଙ୍ଗ ଦିଆଯାଇଛି ।
ଅଧିକ ପଢ଼ନ୍ତୁ:-ପୁଣି ଗୁଡ୍ ନ୍ୟୁଜ୍ ଦେଲା ରେଲୱେ!
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଟ୍ୱିଟ୍ କରି କହିଛନ୍ତି ଯେ, କୋରୋନା ଟିକାକରଣ ପାଇଁ ପ୍ରସ୍ତୁତି ପାଇଁ ରାଜସ୍ଥାନ ହେଉଛି ଦେଶର ଏକମାତ୍ର ରାଜ୍ୟ ଯିଏ WHO ର ସମସ୍ତ ପାରାମିଟରରେ ଭଲ କାମ କରିଛି । ଅଧିକାରୀମାନେ କହିଛନ୍ତି ଯେ ଉତ୍ତମ କାର୍ଯ୍ୟର ଫଳ ସ୍ୱରୂପ ଟିକାକରଣ ଅଭିଯାନର ପ୍ରଥମ ତିନି ଦିନ ମଧ୍ୟରେ ରାଜସ୍ଥାନରେ ପ୍ରାୟ ୯୭ ପ୍ରତିଶତ କୋଭିଡ ଟିକା ବ୍ୟବହାର କରାଯାଇଥିଲା, ଯାହା କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ୯୦ ପ୍ରତିଶତ ଲକ୍ଷ୍ୟଠାରୁ ଅଧିକ ହୋଇଯାଇଥିଲା । କେବଳ ୩.୪୦ ପ୍ରତିଶତ ଟିକା ନଷ୍ଟ ହୋଇଛି ।
ଅଧିକ ପଢ଼ନ୍ତୁ:-କୋରୋନା ଭୂତାଣୁକୁ ନେଇ ବଡ଼ ଖୁଲାସା କଲା WHO
ସ୍ୱାସ୍ଥ୍ୟ ସଚିବ ସିଦ୍ଧାର୍ଥ ମହାଜନ କହିଛନ୍ତି ଯେ, ବିଭିନ୍ନ କାରଣରୁ କେନ୍ଦ୍ର ସରକାର କୋଭିଡ-19 ଟିକାକରଣର ୯୦ ପ୍ରତିଶତ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ୯୬.୫୯ ପ୍ରତିଶତ ଟିକା ବ୍ୟବହାର କରାଯାଇଥିଲା । ରାଜ୍ୟରେ କେବଳ ୩.୪୦ ପ୍ରତିଶତ ଟିକା ନଷ୍ଟ ହୋଇଯାଇଛି । ଆମେ ଏହାକୁ ହ୍ରାସ କରିବା ଦିଗରେ ମଧ୍ୟ କାର୍ଯ୍ୟ କରୁଛୁ । ସେ କହିଛନ୍ତି ଯେ ପ୍ରଥମ ତିନି ଦିନରେ ୩୨,୩୭୯ ସ୍ୱାସ୍ଥ୍ୟ କର୍ମୀଙ୍କୁ ଟିକାକରଣ କରାଯାଇଛି ।