#DeshKaZee: ZEE TV କୁ ମିଳିଲା ଫେଡେରେସନ୍ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ କର୍ମଚାରୀଙ୍କ ସମର୍ଥନ
Advertisement
Article Detail0/zeeodisha/odisha1001926

#DeshKaZee: ZEE TV କୁ ମିଳିଲା ଫେଡେରେସନ୍ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ କର୍ମଚାରୀଙ୍କ ସମର୍ଥନ

ଏହାପୂର୍ବରୁ ବୁଧବାର ବଲିଉଡର ବଡ଼ ବଡ଼ ଚଳଚ୍ଚିତ୍ର ନିର୍ମାତା ଜୀ ଟିଭିକୁ ସମର୍ଥନ କରି ଟ୍ୱିଟ୍ କରି ବିଦେଶୀ ନିବେଶକଙ୍କ ଷଡଯନ୍ତ୍ରକୁ ବିରୋଧ କରିଥିଲେ । ଏଥିମଧ୍ୟରେ ଶୋମ୍ୟାନ୍ ସୁଭାଷ ଘାଇ, ସତୀଶ କୌଶିକ୍, ବୋନି କପୁର, ମଧୁର ଭଣ୍ଡାରକର ଅନ୍ତର୍ଭୁକ୍ତ ଥିଲେ ।

#DeshKaZee: ZEE TV କୁ ମିଳିଲା ଫେଡେରେସନ୍ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ କର୍ମଚାରୀଙ୍କ ସମର୍ଥନ

ନୂଆଦିଲ୍ଲୀ: ZEEL-Invesco ବିବାଦକୁ ନେଇ ଲଗାତର ଅପଡେଟ୍ ଆସୁଛି । ଗୋଟିଏ ପଟେ ZEEL ଇନଭେସ୍କୋର ନୋଟିସକୁ ବେଆଇନ ବୋଲି କହି NCLT ରେ ଏକ ଆବେଦନ କରିଛି । ଏଥି ସହିତ ଜୀ ଏଣ୍ଟରଟେନମେଣ୍ଟ (ZEE TV) ର ପ୍ରତିଷ୍ଠାତା ଡକ୍ଟର ସୁଭାଷ ଚନ୍ଦ୍ରା (Dr Subhash Chandra) ଇନଭେସ୍କୋ (Invesco) କୁ ଏକ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ସେ କହିଛନ୍ତି, "ଏହା ଟେକଓଭର୍ ର ଷଡଯନ୍ତ୍ର । ମୁଁ ଏହି ଟେକଓଭର ହେବାକୁ ଦେବିନାହିଁ । ଏହି ଦେଶ ଚ୍ୟାନେଲକୁ ଟେକଓଭର୍ ହେବାକୁ ଦେବ ନାହିଁ ।"

ଜୀ ନ୍ୟୁଜ୍ ର ପ୍ରାଇମ୍ ଟାଇମ୍ ସୋ DNA ରେ ଜୀ ନ୍ୟୁଜର ମୁଖ୍ୟ ସମ୍ପାଦକ ସୁଧୀର ଚୌଧୁରୀଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ଚନ୍ଦ୍ରା କହିଛନ୍ତି, ଏହି ଚ୍ୟାନେଲ୍ ମୋର ନୁହେଁ, ଏହା ୨.୫ ଲକ୍ଷ ଶେୟାରହୋଲ୍ଡର,, ପବ୍ଲିକଙ୍କ ଚ୍ୟାନେଲ । ଏହି ନେଟୱାର୍କର ମାଲିକ ଜଣେ ବ୍ୟକ୍ତି ନୁହଁନ୍ତି । ଏହି ଦେଶର ୯୦ କୋଟି ଦର୍ଶକ ଯେଉଁମାନେ ପ୍ରତିଦିନ Zee TV ଦେଖନ୍ତି ସେମାନେ ମାଲିକ ଅଟନ୍ତି । ଭାରତରେ ୯୦ କୋଟି ଲୋକ ଏହାକୁ ଦେଖନ୍ତି ଓ ବିଦେଶରେ ୬୦ କୋଟି ଲୋକ ଦେଖନ୍ତି, ସେହି ୧୫୦ କୋଟି ଲୋକ ଏହାର ମାଲିକ ଅଟନ୍ତି । କୌଣସି ବ୍ୟକ୍ତି ଏହାର ମାଲିକ ନୁହଁନ୍ତି, ମୁଁ ମଧ୍ୟ ଏହାର ମାଲିକ ନୁହେଁ ।

ZEE TV ସହିତ ଫିଲ୍ମ ଇଣ୍ଡଷ୍ଟ୍ରି 

ଏହି ସମୟରେ ZEE TV ଓ ସୁଭାଷ ଚନ୍ଦ୍ରା (Dr Subhash Chandra) ଙ୍କୁ ମଧ୍ୟ ଫିଲ୍ମ ଇଣ୍ଡଷ୍ଟ୍ରିରୁ ସମର୍ଥନ ମିଳୁଛି । ଏଥି ସହିତ ବର୍ତ୍ତମାନ ଫେଡେରେସନ୍ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ କର୍ମଚାରୀମାନେ ମଧ୍ୟ ZEE Network କୁ ସମର୍ଥନ କରିଛି । ଫେଡେରେସନ୍ ଗୋଟିଏ ପରେ ଗୋଟିଏ ତିନୋଟି ଟ୍ୱିଟ୍ କରିଥିଲା । ପ୍ରଥମ ଟ୍ୱିଟରେ ସେ ଲେଖିଛି .. 'ସାଧାରଣ ମନୋରଞ୍ଜନ, ଚଳଚ୍ଚିତ୍ର, ଜୀବନଶୈଳୀ ଏବଂ ଭ୍ରମଣର ବିଭିନ୍ନ ଚ୍ୟାନେଲ ସହିତ #ZeeNetwork ଗତ ୩ ଦଶନ୍ଧି ଧରି ସମଗ୍ର ଦେଶକୁ ମନୋରଞ୍ଜନ କରିଆସୁଛି ।'

ଦ୍ୱିତୀୟ ଟ୍ୱିଟ୍ ରେ ଫେଡେରେସନ୍ ଲେଖିଛି, 'ସୁଭାଷ ଚନ୍ଦ୍ରା ଜୀ ତାଙ୍କ ଭିଜନ୍ ସହିତ ୧୯୯୨ରେ ଭାରତର ପ୍ରଥମ ସାଟେଲାଇଟ୍ ଟିଭି ଚ୍ୟାନେଲ୍ ଜୀ ଟିଭି ଲଞ୍ଚ କରିଥିଲେ, ଯାହା ମନୋରଞ୍ଜନ କ୍ଷେତ୍ରରେ ଅନେକ ରୋଜଗାରର ସୁଯୋଗ ସୃଷ୍ଟି କରିଛି ।'

ଫେଡେରେସନ୍ ଏହାର ତୃତୀୟସ ଟ୍ୱିଟ୍ ରେ ଲେଖିଛି- 'ଆମେ ଚାଇନିଜ୍ ଓ ଆମେରିକୀୟ ନିବେଶକମାନଙ୍କୁ #ZEE Network ଉପରେ ଆକ୍ରମଣ କରିବା ଓ ଭାରତୀୟ ମନୋରଞ୍ଜନ ଶିଳ୍ପର ଏକ ଶକ୍ତିଶାଳୀ ସ୍ତମ୍ଭକୁ ଥରାଇଦେବା ପାଇଁ ଅଟକାଇବା ଆବଶ୍ୟକ ।'

ଏହାପୂର୍ବରୁ ବୁଧବାର ବଲିଉଡର ବଡ଼ ବଡ଼ ଚଳଚ୍ଚିତ୍ର ନିର୍ମାତା ଜୀ ଟିଭିକୁ ସମର୍ଥନ କରି ଟ୍ୱିଟ୍ କରି ବିଦେଶୀ ନିବେଶକଙ୍କ ଷଡଯନ୍ତ୍ରକୁ ବିରୋଧ କରିଥିଲେ । ଏଥିମଧ୍ୟରେ ଶୋମ୍ୟାନ୍ ସୁଭାଷ ଘାଇ, ସତୀଶ କୌଶିକ୍, ବୋନି କପୁର, ମଧୁର ଭଣ୍ଡାରକର ଅନ୍ତର୍ଭୁକ୍ତ ଥିଲେ ।

ଅଧିକ ପଢ଼ନ୍ତୁ:-ବଢ଼ିପାରେ Invesco ର ଅସୁବିଧା! NCLAT ପାଖରେ ପିଟିସନ ଦାଖଲ କଲା ZEEL

ଅଧିକ ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍

ଅଧିକ ପଢ଼ନ୍ତୁ:-ଦାନା ବାନ୍ଧୁଛି ଲଘୁଚାପ, ପୁଣି ଏକ ବାତ୍ୟା ଡର!

ଅଧିକ ପଢ଼ନ୍ତୁ:-ପ୍ରତ୍ୟେକ ଭାରତୀୟଙ୍କ ସୁଖ ଦୁଃଖର ସାଥୀ 'Zee TV', ଜାଣନ୍ତୁ ଏହାର ସ୍ୱର୍ଣ୍ଣିମ ଇତିହାସ