DM answerable for accidents: ରାସ୍ତାର ଖାଲ ପାଇଁ ଦୁର୍ଘଟଣା ହେଲେ ଜିଲ୍ଲାପାଳ ଦାୟୀ- ହାଇକୋର୍ଟ
Advertisement
Article Detail0/zeeodisha/odisha1312689

DM answerable for accidents: ରାସ୍ତାର ଖାଲ ପାଇଁ ଦୁର୍ଘଟଣା ହେଲେ ଜିଲ୍ଲାପାଳ ଦାୟୀ- ହାଇକୋର୍ଟ

ସଡକ ଦୁର୍ଘଟଣାକୁ ନେଇ କେରଳ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ରାସ୍ତାରେ ଖାଲ ପାଇଁ ଯଦି ଦୁର୍ଘଟଣା ହୁଏ, ତେବେ ଏଥିପାଇଁ ଜିଲ୍ଲାପାଳ ଦାୟୀ ହେବେ ବୋଲି କେରଳ ହାଇକୋର୍ଟ କହିଛନ୍ତି । 

ପ୍ରତୀକାତ୍ମକ

DM answerable for accidents, ଥିରୁଅନନ୍ତପୁରମ: ସାଧାରଣତଃ ରାସ୍ତାରେ ମରାମତି ଅଭାବରୁ ଖାଲଖମା ଦେଖାଯାଏ । ବିଶେଷତଃ ନିମ୍ନମାନର ରାସ୍ତା ନିର୍ମାଣ ପାଇଁ ଏଭଳି ଦେଖିବାକୁ ମିଳିଥାଏ । ଆଉ ଏହି ଖାଲଖମା ପାଇଁ ଅଧିକାଂଶ ସଡକ ଦୁର୍ଘଟଣା ଦେଖିବାକୁ ମିଳିଥାଏ । ଯାହାକୁ ଆମେ ସାଧାରଣ ଭାବରେ ଗ୍ରହଣ କରିଥାଉ । କିନ୍ତୁ ଖୁବଶୀଘ୍ର ଏଭଳି ସଡକ ଦୁର୍ଘଟଣା କମିବାକୁ ଯାଉଛି । କାରଣ ରାସ୍ତାର ଖାଲ ଯୋଗୁଁ ଦୁର୍ଘଟଣା ଘଟିଲେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଦାୟୀ ରହିବେ ବୋଲି କେରଳ ହାଇକୋର୍ଟ କହିଛନ୍ତି। 

ସଡକ ଦୁର୍ଘଟଣାକୁ ନେଇ କେରଳ ହାଇକୋର୍ଟ (Kerala High Court) ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ରାସ୍ତାରେ ଖାଲ ପାଇଁ ଯଦି ଦୁର୍ଘଟଣା ହୁଏ, ତେବେ ଏଥିପାଇଁ ଜିଲ୍ଲାପାଳ (District Collectors) ଦାୟୀ ହେବେ ବୋଲି କେରଳ ହାଇକୋର୍ଟ କହିଛନ୍ତି । ଏହି ଦୁର୍ଘଟଣା ପାଇଁ ଜିଲ୍ଲାପାଳ ମଧ୍ୟ ଉତ୍ତରଦାୟୀ ରହିବେ । ଗତ ଶୁକ୍ରବାର କେରଳ ହାଇକୋର୍ଟ ଏକ ମାମଲାର ଶୁଣାଣି କରି ଏଭଳି ଏହିଭଳି ରାୟ ଶୁଣାଇଛନ୍ତି । ଜଷ୍ଟିସ ଦେବନ ରାମଚନ୍ଦ୍ରନ  ଉକ୍ତ ମାମଲାର ଶୁଣାଣି କରୁଥିଲେ । 

Also Read: Big Accident: ନଈରେ ବୁଡିଲା ନୌକା, ବାଲି ଉଠାଇବାକୁ ଯାଇଥିବା ୧୨ ଶ୍ରମିକ ନିଖୋଜ

ଜଷ୍ଟିସ ଦେବନ ରାମଚନ୍ଦ୍ରନ କହିଛନ୍ତି, 'ଏପରି ଦୁର୍ଘଟଣା ରୋକିବା ପାଇଁ ଭାରତ ସରକାର ଏବଂ ବିଶେଷ କରି ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ବିଶେଷ ଭୂମିକା ରହିଛି । ଏହା ସହ ଦୁର୍ଘଟଣା (Road Accident) ରୋକିବା ପାଇଁ ଜିଲ୍ଲାପାଳ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଚେୟାରମ୍ୟାନ୍‌ଙ୍କୁ ସଡ଼କର ସ୍ଥିତି ପରଖିବା ପାଇଁ ନିର୍ଦ୍ଦେଶ ଦେବା ଉଚିତ । ଏପରିକି ଯଦି ସଡ଼କରେ ଖାଲ ପାଇଁ ଦୁର୍ଘଟଣା ହୁଏ ତେବେ ଜିଲ୍ଲାପାଳ ଦାୟୀ ରହିବେ ।'

ଅନ୍ୟପଟେ କୌଣସି ଜାତୀୟ ରାଜପଥ (NH) ରେ ହୋଇଥିବା ଦୁର୍ଘଟଣାରେ କେହି ଆହତ କିମ୍ବା ଜୀବନ ହରାଇଲେ, ଏହାକୁ ଅତ୍ୟାଚାର ଭାବରେ ଗ୍ରହଣ କରାଯିବା ଉଚିତ୍ ବୋଲି ଜଷ୍ଟିସ ଦେବନ ରାମଚନ୍ଦ୍ରନ କହିଛନ୍ତି । ସେହିପରି ଏହି ପ୍ରସଙ୍ଗରେ ନିଜର ମତ ରଖିବାକୁ କେନ୍ଦ୍ର ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଦେଶରେ ଦିନକୁ ଦିନ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଅଧିକାଂଶ ମାମଲାରେ ଖରାପ ରାସ୍ତା ପାଇଁ ଲୋକଙ୍କ  ଜୀବନ ଚାଲିଯାଉଛି ।

Also Read: Bhubaneswar AIIMS: ହସ୍ପିଟାଲ ଛାତ ଉପରୁ ପଡି଼ ରୋଗୀ ମୃତ

ଓଡିଶା ସରକାରଙ୍କ ତଥ୍ୟାନୁସାରେ ଚଳିତ ବର୍ଷର ପ୍ରଥମ ପାଞ୍ଚ ମାସରେ ୭ ପ୍ରତିଶତ ସଡକ ଦୁର୍ଘଟଣା ବୃଦ୍ଧି ପାଇଥିଲା । ୨୦୨୨ ଜାନୁଆରୀରୁ ମେ ମାସ ମଧ୍ୟରେ ୨୩୫୭ ଜଣ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ୨୦୨୧ରେ ସମାନ ଅବଧି ମଧ୍ୟରେ ସଡକ ଦୁର୍ଘଟଣାରେ ୨୨୦୨ ଜଣଙ୍କ ମୃତ୍ୟୁ ହୋଇଥିଲା । ୨୦୧୫ରେ ସଡକ ସୁରକ୍ଷାକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟି ସମ୍ପୃକ୍ତ ଅଧିକାରୀଙ୍କୁ ପ୍ରତିବର୍ଷ ୧୦ ପ୍ରତିଶତ ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ହାର ହ୍ରାସ କରିବାକୁ ନିର୍ଦ୍ଦେଶ ଦେଇଥିଲେ।