Bhubaneswar AIIMS: ହସ୍ପିଟାଲ ଛାତ ଉପରୁ ପଡି଼ ରୋଗୀ ମୃତ, ହ୍ୱିଲ ଚେୟାରରେ ବୁଲାଇବାକୁ ନେଇଥିଲେ ସ୍ତ୍ରୀ
Advertisement
Article Detail0/zeeodisha/odisha1311482

Bhubaneswar AIIMS: ହସ୍ପିଟାଲ ଛାତ ଉପରୁ ପଡି଼ ରୋଗୀ ମୃତ, ହ୍ୱିଲ ଚେୟାରରେ ବୁଲାଇବାକୁ ନେଇଥିଲେ ସ୍ତ୍ରୀ

ଶନିବାର ଭୁବନେଶ୍ୱର ଏମ୍ସରେ ଏକ ଅଘଟଣ ଘଟିଛି। ପ୍ଲାଷ୍ଟିକ ସର୍ଜରୀ ୱାର୍ଡରେ ଚିକିତ୍ସାଧୀନ ଥିବା ଜଣେ ରୋଗୀ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ମୃତ ରୋଗୀ ପୁରୀ ଜିଲ୍ଲାର ବୀରପାତ୍ରପୁର ଅଞ୍ଚଳର ମହେନ୍ଦ୍ର ସ୍ୱାଇଁ ବୋଲି ଚିହ୍ନଟ କରାଯାଇଛି।

Bhubaneswar AIIMS: ହସ୍ପିଟାଲ ଛାତ ଉପରୁ ପଡି଼ ରୋଗୀ ମୃତ, ହ୍ୱିଲ ଚେୟାରରେ ବୁଲାଇବାକୁ ନେଇଥିଲେ ସ୍ତ୍ରୀ

ଭୁବନେଶ୍ୱର: ଡେଥ୍ ଟ୍ରାପ ପାଲଟିଛି ହସ୍ପିଟାଲ ଛାତ। ଢେଙ୍କାନାଳ ହସ୍ପିଟାଲ ଛାତରୁ ଡେଇ ଜଣେ ରୋଗୀଙ୍କ ଆତ୍ମହତ୍ୟା ଘଟଣାର ଦୁଇ ଦିନ ନ ପୁରୁଣୁ ଭୁବନେଶ୍ୱର ଏମ୍ସରେ ଅନୁରୂପ ଘଟଣା ଘଟିଛି। ହସ୍ପିଟାଲର ଛାତରୁ ଡେଇଁ ସର୍ଜରୀ ବିଭାଗର ଜଣେ ରୋଗୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସ୍ତ୍ରୀ ପଞ୍ଚମ ମହାଲା ଛାତ ଉପରେ ହ୍ୱିଲ ଚେୟାରରେ ବୁଲାଇବାକୁ ନେଇଥିବା ବେଳେ ସ୍ୱାମୀ ତଳକୁ ଡେଇଁଥିବା କୁହାଯାଉଛି। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି। 

ଶନିବାର ଭୁବନେଶ୍ୱର ଏମ୍ସରେ ଏକ ଅଘଟଣ ଘଟିଛି। ପ୍ଲାଷ୍ଟିକ ସର୍ଜରୀ ୱାର୍ଡରେ ଚିକିତ୍ସାଧୀନ ଥିବା ଜଣେ ରୋଗୀ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ମୃତ ରୋଗୀ ପୁରୀ ଜିଲ୍ଲାର ବୀରପାତ୍ରପୁର ଅଞ୍ଚଳର ମହେନ୍ଦ୍ର ସ୍ୱାଇଁ ବୋଲି ଚିହ୍ନଟ କରାଯାଇଛି। ମହେନ୍ଦ୍ରଙ୍କୁ ହ୍ୱିଲ ଚେୟାରରେ ତାଙ୍କ ପତ୍ନୀ ଛାତ ଉପରେ ନେଇ ଯାଇଥିଲେ। ସେଠାରେ ବୁଲାଉଥିବାବେଳେ ସେ ହଠାତ ଛାତ ଉପରୁ ଡେଇଁପଡ଼ିଥିଲେ। ତେବେ ମହେନ୍ଦ୍ର ଆତ୍ମହତ୍ୟା କରିଛନ୍ତି ନା ଏହା ଏକ ଦୁର୍ଘଟଣା ତାହା ତଦନ୍ତ ପରେ ଜଣା ପଡିବ।

Also Read: 'ମୁଁ ଆଉ ଏକୁଟିଆ ଲଢିପାରୁନି, ମୋତେ ବଞ୍ଚାନ୍ତୁ', ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅସହାୟ ଛାତ୍ରୀ

ହସ୍ପିଟାଲ ଛାତ ଉପରୁ ପଡି ରୋଗୀ ମୃତ୍ୟୁ ଘଟଣା କିଛି ନୂଆ ନୁହଁ। ଦୁଇ ଦିନ ତଳେ ଦୁଯ୍ୟୋଧନ ନାୟକ ନାମକ ଜଣେ ରୋଗୀ ଢେଙ୍କାନାଳ ହସ୍ପିଟାଲ ଚାରି ମହଲା ଉପରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। କଟକ ହସ୍ପିଟାଲରୁ ସୁସ୍ଥ ହୋଇ ଫେରୁଥିବା ବେଳେ ହଠାତ୍ ତାଙ୍କ ଦେହ ଅସୁସ୍ଥ ହୋଇପଡ଼ିଥିଲା। ତାଙ୍କୁ ଢେଙ୍କାନାଳ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରିବାର ଲୋକେ ପହଞ୍ଚିବା ବେଳକୁ ସେ ୪ ମହଲାରୁ ଡେଇଁ ଅତ୍ମହତ୍ୟା କରିଦେଇଥିଲେ। ହସ୍ପିଟାଲରେ ବେଡ୍ ନମିଳିବା ସହ ଚିକିତ୍ସାରେ ଅବହେଳା ଯୋଗୁ ଦୁଯ୍ୟୋଧନ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। 

୨୦୨୯ ଏପ୍ରିଲରେ ମଧ୍ୟ ଢେଙ୍କାନାଳ ଜିଲ୍ଲା ହସ୍ପିଟାଲ ଛାତରୁ ପଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ମୃତକ ଯୁବକ ଥିଲେ ଗଁଦିଆ ଥାନା ମହୁଲଖୋଳି ଗାଁର ଟୁନା ବେହେରା। ସେ ଭେଷଜ ବିଭାଗରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ। ୬ ମହଲା ଉପରୁ ପଡି ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଟୁନା ଆତ୍ମହତ୍ୟା କରିଥିବା କୁହାଯାଉଥିଲା। 

Also Read: Police rapes sex worker: ରେଡ୍ ବିଫଳ ହେବାରୁ ଯୌନ କର୍ମୀଙ୍କୁ ପୋଲିସ ଦୁଷ୍କର୍ମ କରିଥିବା ଅଭିଯୋ

ତେବେ ବାରମ୍ବାର ହସ୍ପିଟାଲ ଉପରୁ ରୋଗୀ ପଡି ମୃତ୍ୟ ବରଣ କରୁଛନ୍ତି। ମୃତ୍ୟୁର କାରଣ ଯାହା ହେଉନା କାହିଁକି, କିନ୍ତୁ ହସ୍ପିଟାଲରେ ରୋଗୀଙ୍କ ସୁରକ୍ଷାକୁ ନେଇ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ରୋଗୀଙ୍କୁ କାହିଁକୁ ଛାତ ଉପରେ ଛଡା ଯାଉଛି? ଏଥିପାଇଁ କିଏ ଅନୁମତି ଦେଉଛି? ବୋଲି ସାଧାରଣରେ ପ୍ରଶ୍ନ ସୃଷ୍ଟି ହେଉଛି। ହସ୍ପିଟାଲର ସୁରକ୍ଷା ଦାୟିତ୍ୱରେ ଥିବା ସୁରାକ୍ଷାକର୍ମୀ ନିଜ କାମ ସିଠିକ ଭାବରେ ତୁଲାଇଲେ ଓ ହସ୍ପିଟାଲ କର୍ତ୍ତୃପକ୍ଷ ଏହାକୁ ଗୁରୁତର ସହ ନେଲେ ଏଭିଳି ଦୁର୍ଘଟଣା ହ୍ରାସ ପାଇବ ବୋଲି କୁହାଯାଉଛି।