Big Accident: ନଈରେ ବୁଡିଲା ନୌକା, ବାଲି ଉଠାଇବାକୁ ଯାଇଥିବା ୧୨ ଶ୍ରମିକ ନିଖୋଜ
Advertisement
Article Detail0/zeeodisha/odisha1312612

Big Accident: ନଈରେ ବୁଡିଲା ନୌକା, ବାଲି ଉଠାଇବାକୁ ଯାଇଥିବା ୧୨ ଶ୍ରମିକ ନିଖୋଜ

ନଦୀ ମଝିରେ ବେଆଇନ ବାଲି ଉଠାଇବାକୁ ଯାଇଥିବା ବେଳେ ଡଙ୍ଗା ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ତେବେ ଡଙ୍ଗାରେ ଥିବା ୧୮ରୁ ୬ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ବର୍ତ୍ତମାନ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ପ୍ରତୀକାତ୍ମକ

Bihar Big Accident, ପାଟନା: ରବିବାର ସକାଳେ ବିହାରର ମାନେର ଅଞ୍ଚଳରେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି। ହଳଦୀ ଛପରା ସଙ୍ଗମ ଘାଟରେ ଡଙ୍ଗା ବୁଡି ୧୨ ଜଣ ନିଖୋଜ ହୋଇଛନ୍ତି। ନଦୀ ମଝିରେ ବେଆଇନ ବାଲି ଉଠାଇବାକୁ ଯାଇଥିବା ବେଳେ ଏହି ଦୁର୍ଘଟଣାଟି ଘଟିଥିବା ସୂଚନା ମିଳିଛି। ତେବେ ଡଙ୍ଗାରେ ଥିବା ୧୮ରୁ ୬ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ବର୍ତ୍ତମାନ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ବିହାରର ରାଜଧାନୀ ପାଟନା ନିକ ହଳଦୀ ଛପରା ସଙ୍ଗମ ନଦୀ ଘାଟରେ ଏକ ବାଲି ଉଠା ଡଙ୍ଗା ବୁଡି ଯାଇଛି। ପ୍ରବଳ ପବନ ଯୋଗୁଁ ମଝି ନଈରେ ଡଙ୍ଗାଟି ଓଲଟି ପଡିଛି। ଏହି ଦୁର୍ଘଟଣାରେ ଡଙ୍ଗାରେ ଥିବା ୧୮ ଜଣଙ୍କ ମଧ୍ୟରୁ ୬ ଜଣ ବାହାରକୁ ଆସିଥିଲେ କିନ୍ତୁ ୧୨ ଜଣ ନିଖୋଜ ଅଛନ୍ତ। ଅନ୍ୟପକ୍ଷରେ, ଏହି ଘଟଣା ପରେ ପାଟନା, ଭୋଜପୁର ଏବଂ ଛପରା ପୋଲିସ ମଧ୍ୟରେ ସୀମା ବିବାଦ ସୃଷ୍ଟି ହୋଇଛି। ଦୁର୍ଘଟଣାଟି ପାଟନା, ଭୋଜପୁର ଏବଂ ସାରନ ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଘଟିଛି, କିନ୍ତୁ ଏହାକୁ ସାରନ ଜିଲ୍ଲା ଅଞ୍ଚଳର ବୋଲି କୁହାଯାଉଛି। 

Also Read: Flood Update: ଜାରି ରହିଛି ପ୍ରକୃତିର ତାଣ୍ଡବ, ବନ୍ୟା ଓ ଭୂସ୍ଖଳନରେ ୨୫ରୁ ଊର୍ଦ୍ଧ୍ୱ ମୃତ

ବାସ୍ତବରେ, ଗଙ୍ଗା ଏବଂ ସୋନ ନଦୀର ମିଳନ ସ୍ଥଳରେ ଝଡ଼ ଯୋଗୁଁ ଡଙ୍ଗା ବୁଡ଼ି ଯାଇଛି। ଏହି ଡଙ୍ଗାରେ ପ୍ରାୟ ୧୮ ଜଣ ଶ୍ରମିକ ଥିଲେ। କୁହାଯାଉଛି ଯେ, ବେଆଇନ ବାଲି ବୋଝେଇ ଡଙ୍ଗାକୁ ମାନେରରୁ ଗୋବିନ୍ଦପୁର ବୈଶାଲୀକୁ ନିଆଯାଉଥିଲା। ମାନେର ଥାନାର ସବ୍-ଇନ୍ସପେକ୍ଟର କହିଛନ୍ତି ଯେ, ହଳଦୀ ଛପରା ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଥିବା ଖବର ସତ। ଡଙ୍ଗା ଦୁର୍ଘଟଣା ଘଟିଛି କିନ୍ତୁ ତାହା ମାନେର ଥାନା ଅଞ୍ଚଳରେ ନୁହେଁ ବରଂ ଡୋରିଗଞ୍ଜ ଥାନା ପରିସୀମାରେ ଘଟିଛି। ଅନେକ ଲୋକ ନିଖୋଜ ଅଛନ୍ତି ଯାହାର ସନ୍ଧାନ ଚାଲିଛି। 

ବେଆଇନ ବାଲି ଖନନ ଯୋଗୁଁ କ୍ରମାଗତ ଡଙ୍ଗା ଦୁର୍ଘଟଣା ଘଟୁଛି। ନିକଟ ଅତୀତରେ ବେଆଇନ ବାଲି ଖନନ ସମୟରେ ଏହା ହେଉଛି ଦ୍ୱିତୀୟ ଦୁର୍ଘଟଣା। ଏହାପୂର୍ବରୁ ମାନେର ଅଞ୍ଚଳରେ ବେଆଇନ ଡଙ୍ଗାରେ ସିଲିଣ୍ଡର ବିସ୍ଫୋରଣ ହେତୁ ଅନେକ ଲୋକଙ୍କର ମୃତ୍ୟୁ ଘଟିଥିଲା। ତେବେ ଏଭଳି ବେଆଇନ ବାଲି ଖନନ ରୋକିବାକୁ ପ୍ରଶାସନ ପକ୍ଷରୁ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ ବୋଲି ସାଧାରଣରେ ଦାବି ହେଉଛି। 

Also Read: Bhubaneswar AIIMS: ହସ୍ପିଟାଲ ଛାତ ଉପରୁ ପଡି଼ ରୋଗୀ ମୃତ

ସୂଚନା ଯୋଗ୍ୟ, ଶନିବାର ପଡୋଶୀ ବାଂଲାଦେଶରେ ଏକ ବଡଧରଣର ନୌକା ଦୁର୍ଘଟଣା ହୋଇଥିଲା। ଢାକା ଠାରୁ ୧୬୦ କିଲୋମିଟର ଦୂର ହାତିଆ ନିକଟ ସମୁଦ୍ରରେ ୧୩ଟି ମାଛଧରା ଡଙ୍ଗା ବୁଡିଯାଇଥିଲା। ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୭ ଜଣ ନିଖୋଜ ହୋଇଯାଇଥିଲେ। ବର୍ଷେ ତଳେ ବାଂଲାଦେଶରେ ଠିକ୍ ଏହି ଭଳି ଏକ ଦୁର୍ଘଟଣା ଘଟିଥିଲା। ବ୍ରାହମବାରିଆ ଜିଲ୍ଲାରେ ବାଲି ବୋଝେଇ ଜାହାଜକୁ ଧକା ଦେଇ ଏକ ବୋଟ୍ ବୁଡି ଯାଇଥିଲେ। ଏଥିରେ ୭ ଜଣ ଶିଶୁଙ୍କ ସମେତ ମୋଟ ୨୨ ଜଣଙ୍କ ମୃତ୍ୟୁ ହୋଇଥିଲା।