ଅଯୋଧ୍ୟାରେ ଆରମ୍ଭ ହେଲା ଭବ୍ୟ ଦୀପାବଳୀ ଉତ୍ସବ; ଆରତୀ ଓ ଲେଜର ଶୋ'ର ପ୍ରଦର୍ଶନୀ, ଆଜି ୧୨ ଲକ୍ଷ ଦୀପ ଜଳାଇବାର ସୃଷ୍ଟି ହେବ ରେକର୍ଡ
Advertisement
Article Detail0/zeeodisha/odisha1020282

ଅଯୋଧ୍ୟାରେ ଆରମ୍ଭ ହେଲା ଭବ୍ୟ ଦୀପାବଳୀ ଉତ୍ସବ; ଆରତୀ ଓ ଲେଜର ଶୋ'ର ପ୍ରଦର୍ଶନୀ, ଆଜି ୧୨ ଲକ୍ଷ ଦୀପ ଜଳାଇବାର ସୃଷ୍ଟି ହେବ ରେକର୍ଡ

ଏଠାରେ କହି ରଖୁଛୁ ଯେ ଗତ ବର୍ଷ ଯୋଗୀ ଆଦିତ୍ୟନାଥଙ୍କ ସରକାର 'ଦୀପୋତ୍ସବ'ରେ ୬ ଲକ୍ଷରୁ ଅଧିକ ଦୀପ ଜାଳିଥିଲେ ।

ଅଯୋଧ୍ୟାରେ ଆରମ୍ଭ ହେଲା ଭବ୍ୟ ଦୀପାବଳୀ ଉତ୍ସବ; ଆରତୀ ଓ ଲେଜର ଶୋ'ର ପ୍ରଦର୍ଶନୀ, ଆଜି ୧୨ ଲକ୍ଷ ଦୀପ ଜଳାଇବାର ସୃଷ୍ଟି ହେବ ରେକର୍ଡ

ନୂଆଦିଲ୍ଲୀ: Diwali In Ayodhya 2021: ଉତ୍ତରପ୍ରଦେଶ ସରକାର ଅଯୋଧ୍ୟାରେ 'ଦୀପୋତ୍ସବ' (Ayodhya Deepotsav 2021) ରେ ୧୨ ଲକ୍ଷ ଦୀପ ଜଳାଇବେ । ଏହି ୧୨ ଲକ୍ଷ ଦୀପ ମଧ୍ୟରୁ ୯ ଲକ୍ଷ ଦୀପ ସରାୟୁ ନଦୀର କୂଳରେ ସ୍ଥିତ ରାମ କୀ ପୌଡ଼ିରେ ଜଳାଯିବ । ଏଥି ସହିତ ଅଯୋଧ୍ୟାର ମଠ ମନ୍ଦିରରେ ୩ ଲକ୍ଷ ଦୀପ ଜଳାଯିବ । ଏହି ସମସ୍ତ ଦୀପ ସନ୍ଧ୍ୟା ୬ଟାରୁ ଜଳାଯିବ । ୧୨ ଲକ୍ଷ ଦୀପ ସହିତ ଯୋଗୀ ସରକାର ଅଯୋଧ୍ୟାରେ ଦୀପ ଜାଳିବାର ନିଜର ପୁରୁଣା ରେକର୍ଡ ଭାଙ୍ଗିବେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଜି କିଶନ ରେଡ୍ଡୀ, ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ ପଟେଲ ଏବଂ ରାଜ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (Yogi Adityanath) ମଧ୍ୟ ଯୋଗଦେବେ । ଏହି ସମୟ ମଧ୍ୟରେ ସିଏମ୍ ଯୋଗୀ ସରାୟୁ ଆରତୀ ମଧ୍ୟ କରିବେ ।

ଏଠାରେ କହି ରଖୁଛୁ ଯେ ଗତ ବର୍ଷ ଯୋଗୀ ଆଦିତ୍ୟନାଥଙ୍କ ସରକାର 'ଦୀପୋତ୍ସବ'ରେ ୬ ଲକ୍ଷରୁ ଅଧିକ ଦୀପ ଜାଳିଥିଲେ । ସରକାରଙ୍କ କହିବାନୁସାରେ, ସୋମବାରଠାରୁ ପାଞ୍ଚ ଦିନ ପର୍ଯ୍ୟନ୍ତ ଚାଲୁଥିବା ଉତ୍ସବରେ ରାମଲୀଲା, 3D ହୋଲୋଗ୍ରାଫିକ୍ ପ୍ରଦର୍ଶନ, ଲେଜର ଶୋ ଏବଂ ବାଣ ଫୁଟାଇବା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ ।

ଅଯୋଧ୍ୟାରେ ରାମଲୀଲା ମଞ୍ଚ କରିବା ପାଇଁ ଶ୍ରୀଲଙ୍କାରୁ ଏକ ସାଂସ୍କୃତିକ ଦଳ ଡକାଯାଇଛି । ନେପାଳର ଜନକପୁରରୁ ଦଳ ସୋମବାର ରାମଲୀଲା ମଞ୍ଚସ୍ଥ କରିଥିବାବେଳେ ଜମ୍ମୁ କଶ୍ମୀର, ଗୁଜୁରାଟ, ଆସାମ, କର୍ଣ୍ଣାଟକ ଏବଂ ପଶ୍ଚିମବଙ୍ଗରୁ ଆସିଥିବା ଦଳ ପାଞ୍ଚ ଦିନ ଯାଏ ଉତ୍ସବ ସମୟରେ ଏହାକୁ ମଞ୍ଚସ୍ଥ କରିବେ ।

ଏହା ବି ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ନୂଆ ଦାମ୍, ଗାଡ଼ିରେ ତେଲ ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍

ଏହା ବି ପଢ଼ନ୍ତୁ:-ଦହି ଶରୀର ପାଇଁ ବେଶ ଉପକାରୀ, ଜାଣନ୍ତୁ ଏହାର ୧୮ଟି ଉପକାରିତା

ଏହା ବି ପଢ଼ନ୍ତୁ:-ନୀରଜଙ୍କ ସମେତ ୧୨ ଜଣ ଖେଳାଳିଙ୍କୁ ମିଳିବ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର, ଦେଖନ୍ତୁ ପୂରା ତାଲିକା

ଏହା ବି ପଢ଼ନ୍ତୁ:-ସମୀର ୱାଙ୍ଖଡ଼େ ପିନ୍ଧନ୍ତି ୧୦ କୋଟିର ଡ୍ରେସ୍, ପ୍ରାଇଭେଟ୍ ଆର୍ମି ଦ୍ୱାରା କରନ୍ତି ବଟି ଆଦାୟ, ଜାଣନ୍ତୁ ନବାବ ମଲିକଙ୍କ ୧୦ଟି ବଡ଼ ଅଭିଯୋଗ