ଏହି ସ୍ୱତନ୍ତ୍ର ପୋର୍ଟାଲରେ ତେଲ ବିହନର ମୂଲ୍ୟ ଓ ଷ୍ଟକ୍ ବିଷୟରେ ବିସ୍ତୃତ ସୂଚନା ଉପଲବ୍ଧ ହେବ ।
Trending Photos
ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ମହଙ୍ଗା ମାଡ଼ର ଶିକାର ହେଉଥିବା ସାଧାରଣ ଜନତାଙ୍କ ପାଇଁ ଆଶ୍ୱସ୍ତିକର ଖବର ଅଛି । ସାଧାରଣ ଲୋକଙ୍କୁ ଖାଇବା ତେଲ (Edible Oil) ର କଳା ବଜାରୀରୁ ରକ୍ଷା କରିବା ପାଇଁ ସରକାର ନୂଆ ଯୋଜନା କରିଛନ୍ତି । ଏହି ପ୍ରସଙ୍ଗରେ ଗ୍ରାହକ ବ୍ୟାପାର ମନ୍ତ୍ରଣାଳୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି କ୍ରମରେ ବର୍ତ୍ତମାନ ସରକାର ଖାଇବା ତେଲ (Edible Oil) ପୋର୍ଟାଲ ପ୍ରସ୍ତୁତ କରିଛନ୍ତି । ଏହି ଖାଇବା ତେଲ ପୋର୍ଟାଲ ସୋମବାର ଠାରୁ ଆରମ୍ଭ ହେବ ।
ଏହି ସ୍ୱତନ୍ତ୍ର ପୋର୍ଟାଲରେ ତେଲ ବିହନର ମୂଲ୍ୟ ଓ ଷ୍ଟକ୍ ବିଷୟରେ ବିସ୍ତୃତ ସୂଚନା ଉପଲବ୍ଧ ହେବ । ଏହା ସହିତ ସାପ୍ତାହିକ ଅପଡେଟ୍ ମଧ୍ୟ ଦିଆଯିବ । ପ୍ରତି ସପ୍ତାହରେ ଏହି ପୋର୍ଟାଲରେ ତଥ୍ୟ ପ୍ରକାଶ ପାଇବ । ଅର୍ଥାତ ବର୍ତ୍ତମାନ ଏଥିରେ ତ୍ରୁଟି ହେବାର ସମ୍ଭାବନା ବହୁତ କମ୍ ରହିବ । ଏଥିପାଇଁ ଉତ୍ପାଦକମାନଙ୍କୁ ମଧ୍ୟ ଏକ ଲଗଇନ୍ ତିଆରି କରିବାକୁ ପଡିବ । କେବଳ ସରକାରଙ୍କ ବିଭାଗ ଏହାର ତଦାରଖ କରିବେ । ସରକାର ଏହା ଆଶା କରୁଛି ଯେ ଏଥିରୁ ପାରଦର୍ଶିତା ବଢ଼ିବ ଓ ତେଲର ମୂଲ୍ୟ ମଧ୍ୟ ନିୟନ୍ତ୍ରଣରେ ରହିବ ।
ସୋମବାର ଠାରୁ ଆରମ୍ଭ ହେବ ପୋର୍ଟାଲ୍
ବ୍ୟବସାୟୀ ତଥା ଇଣ୍ଡଷ୍ଟ୍ରୀମାନେ ଏହା ମାଧ୍ୟମରେ ସେମାନଙ୍କ ଷ୍ଟକ ବିଷୟରେ ସୂଚନା ଦେଇପାରିବେ, ଯାହା ରାଜ୍ୟ ସରକାରଙ୍କ ଦ୍ୱାରା ନଜର ରଖାଯିବ । କେବଳ ଖାଇବା ତେଲ (Edible Oil) ଓ ତୈଳ ମଞ୍ଜି (Oil seed) ଷ୍ଟକ୍ ପାଇଁ ସରକାର ଏକ ନୂତନ ପୋର୍ଟାଲ୍ ଲଞ୍ଚ କରୁଛନ୍ତି । ଏହା କଳା ବଜାରୀକୁ ରୋକିବାରେ ସାହାଯ୍ୟ କରିବ । ଶୁକ୍ରବାର ଏଥିପାଇଁ ସରକାର ଏକ ବଡ଼ ବୈଠକ କରିଥିଲେ । ଏଥିରେ ପୋର୍ଟାଲ ବିଷୟରେ ତାଲିମ ଦିଆଯାଇଛି ଓ ସମଗ୍ର ପ୍ରକ୍ରିୟା ସହିତ ଜଡିତ ସୂଚନା ମଧ୍ୟ ଦିଆଯାଇଛି ।
ଶୁକ୍ରବାର ଦିଆଯାଇଥିଲା ତାଲିମ
ଏହି ବୈଠକରେ ଯୁଗ୍ମ ସଚିବ, ଖାଦ୍ୟ ସଚିବ ଏବଂ ଖାଦ୍ୟ କମିଶନର ମଧ୍ୟ ଯୋଗ ଦେଇଥିଲେ । ଏହି ବୈଠକରେ ଖାଇବା ତେଲ ପ୍ରକ୍ରିୟାକରଣ ଆସୋସିଏସନ (Edible Oil Processing Associations) ର ପ୍ରତିନିଧୀମାନେ ମଧ୍ୟ ଉପସ୍ଥିତ ଥିଲେ । ଏହି ବୈଠକରେ ସମସ୍ତ ବିଷୟ ଉପରେ ଆଲୋଚନା କରାଯାଇଥିଲା ଏବଂ ଏହା ପରେ ଏହି ପୋର୍ଟାଲକୁ ନେଇ ସହମତି ହୋଇପାରିଛି ।
ଅଧିକ ପଢ଼ନ୍ତୁ:-କଂଗ୍ରେସରେ ସାମିଲ ହେଲେ କହ୍ନେୟା କୁମାର ଓ ଜିଗ୍ନେଶ ମେଭାନୀ
ଅଧିକ ପଢ଼ନ୍ତୁ:-ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସିଦ୍ଧୁ
ଅଧିକ ପଢ଼ନ୍ତୁ:-BJP ରେ ସାମିଲ ହେବେ କ୍ୟାପଟେନ ଅମରିନ୍ଦର?
ଅଧିକ ପଢ଼ନ୍ତୁ:-କେରଳରେ ବଢ଼ୁଛି ତାଲିବାନ ସମର୍ଥକଙ୍କ ସଂଖ୍ୟା, ଶିକ୍ଷିତ ମହିଳାମାନଙ୍କୁ କରାଯାଉଛି ଟାର୍ଗେଟ; CPI(M) ର ଡକ୍ୟୁମେଣ୍ଟରୁ ହୋଇଛି ଖୁଲାସା