'ଜାପାନର ଅସ୍ତିତ୍ୱ ଶେଷ ହୋଇଯିବ', ଜାଣନ୍ତୁ କାହିଁକି ଏମିତି ଟ୍ୱିଟ୍ କଲେ ଏଲୋନ୍ ମସ୍କ
Advertisement

'ଜାପାନର ଅସ୍ତିତ୍ୱ ଶେଷ ହୋଇଯିବ', ଜାଣନ୍ତୁ କାହିଁକି ଏମିତି ଟ୍ୱିଟ୍ କଲେ ଏଲୋନ୍ ମସ୍କ

ଆପଣଙ୍କୁ କହିରଖୁଛୁ ଯେ ଜାପାନର ଜନସଂଖ୍ୟା ୨୦୦୮ରେ ଏହାର ଶିଖରରେ ଥିଲା କିନ୍ତୁ ଏହା ପରେ ଜନ୍ମ ହାର କମିବା କାରଣରୁ ଏହା ହ୍ରାସ ପାଇଛି । କିନ୍ତୁ ଜାପାନ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥ ବ୍ୟବସ୍ଥା ଭାବରେ ରହିଆସିଛି, କାର ନିର୍ମାତା ଠାରୁ ଆରମ୍ଭ କରି ଗେମ୍ ଡେଭଲପର୍ସ ପର୍ଯ୍ୟନ୍ତ ବୈଶ୍ୱିକ ସ୍ତରରେ ଦବଦବା ରହିଆସିଛି । 

'ଜାପାନର ଅସ୍ତିତ୍ୱ ଶେଷ ହୋଇଯିବ', ଜାଣନ୍ତୁ କାହିଁକି ଏମିତି ଟ୍ୱିଟ୍ କଲେ ଏଲୋନ୍ ମସ୍କ

ନୂଆଦିଲ୍ଲୀ: Elon Musk on Japan: ଟେସଲା ସିଇଓ ଏଲୋନ୍ ମସ୍କ (Tesla CEO Elon Musk) ସର୍ବଦା ଚର୍ଚ୍ଚାରେ ରହିଆସୁଛନ୍ତି । ସେ ପ୍ରତିଦିନ ନୂଆ ନୂଆ ଟ୍ୱିଟ୍ କରୁଛନ୍ତି, ଯାହା ସବୁ ଚର୍ଚ୍ଚାର ବିଷୟ ପାଲଟୁଛି । ଏହା କ୍ରମରେ ସେ ଜାପାନ (Japan) କୁ ନେଇ ଏକ ଟ୍ୱିଟ୍ କରିଛନ୍ତି । ଯାହାକୁ ନେଇ ସାରା ଦୁନିଆରେ ଚର୍ଚ୍ଚା ଚାଲିଛି । ସେ (Elon Musk) ଟ୍ୱିଟ୍ କରି କହିଛନ୍ତି ଯେ, "ଉଚ୍ଚ ଜନ୍ମ ହାର ବିନା ଜାପାନ ଶେଷରେ ନିଜର ଅସ୍ତିତ୍ୱକୁ ସମାପ୍ତ କରିଦେବ ।" ସୋମବାର ମସ୍କ କରିଥିବା ଏହି ଟ୍ୱିଟକୁ ନେଇ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଛି । ଏହି ପ୍ରସଙ୍ଗରେ ଯେଉଁମାନେ ନିଜର ମତ ରଖିଛନ୍ତି ସେମାନଙ୍କ ମଧ୍ୟରୁ ବହୁ ସଂଖ୍ୟାରେ ଜାପାନ ସରକାର (Japanese Government) ଙ୍କୁ ଟାର୍ଗେଟ କରିଛନ୍ତି ।

ମସ୍କ ଟ୍ୱିଟ୍ କରି କହିଛନ୍ତି ଯେ, "ସ୍ପଷ୍ଟ ଭାବେ କହିବାର ବିପଦ ସହ ଯେ ପର୍ଯ୍ୟନ୍ତ ଜନ୍ମ ହାରକୁ ମୃତ୍ୟୁ ହାରଠାରୁ ଅଧିକ କରିବା ପାଇଁ କିଛି ପରିବର୍ତ୍ତନ ନହୁଏ, ଶେଷରେ ଜାପାନ ନିଜର ଅସ୍ତିତ୍ୱ ହରାଇବ । ଏହା ବିଶ୍ୱ ପାଇଁ ଏକ ବଡ କ୍ଷତି ହେବ ।"

ଆପଣଙ୍କୁ କହିରଖୁଛୁ ଯେ ଜାପାନର ଜନସଂଖ୍ୟା ୨୦୦୮ରେ ଏହାର ଶିଖରରେ ଥିଲା କିନ୍ତୁ ଏହା ପରେ ଜନ୍ମ ହାର କମିବା କାରଣରୁ ଏହା ହ୍ରାସ ପାଇଛି । କିନ୍ତୁ ଜାପାନ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥ ବ୍ୟବସ୍ଥା ଭାବରେ ରହିଆସିଛି, କାର ନିର୍ମାତା ଠାରୁ ଆରମ୍ଭ କରି ଗେମ୍ ଡେଭଲପର୍ସ ପର୍ଯ୍ୟନ୍ତ ବୈଶ୍ୱିକ ସ୍ତରରେ ଦବଦବା ରହିଆସିଛି । 

ସେପଟେ ସେଣ୍ଟର ଫର ଆମେରିକାନ ପ୍ରୋଗ୍ରେସର ବରିଷ୍ଠ ସହକର୍ମୀ ଟୋବିୟସ୍ ହାରିସ୍ ଲେଖିଛନ୍ତି ଯେ, ଏହି ଟ୍ୱିଟ୍ କରିବାର କ’ଣ ଆବଶ୍ୟକ? ସେ ଲେଖିଛନ୍ତି ଯେ, ଜାପାନର ଜନସଂଖ୍ୟା ଭବିଷ୍ୟତ ଚିନ୍ତା ଏହା ନୁହେଁ କି 'ଜାପାନର ଅସ୍ତିତ୍ୱ ଶେଷ ହୋଇଯିବ', ବରଂ ଗଭୀର ସାମାଜିକ ଅବ୍ୟବସ୍ଥା ଅଛି, ଯାହା ନିମ୍ନ ଜନସଂଖ୍ୟା ସ୍ତରରେ ହ୍ରାସର ପରିମାଣ ସ୍ୱରୂପ ରହିଛି । କିନ୍ତୁ ଜାପାନର ଅନେକ ସମୀକ୍ଷକ କହିଛନ୍ତି ଯେ, ପରିସ୍ଥିତି ଆଶ୍ଚର୍ଯ୍ୟଜନକ ନୁହେଁ । ସେମାନେ ଏହି ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ଯେପରି ଟେକେୟାର କେନ୍ଦ୍ର ନିର୍ମାଣ କରିବା ଓ ମହିଳାଙ୍କୁ ଶିଶୁ ଜନ୍ମ କରିବା ପରେ କାମକୁ ଫେରିବା ବ୍ୟବସ୍ତାକୁ ସହଜ କରିବା ଭଳି ନ ଉଠାଇ ପାଇଁ ଜାପାନ ସରକାରଙ୍କୁ ସମାଲୋଚନା କରିଛନ୍ତି ।

ଏହା ବି ପଢ଼ନ୍ତୁ:-ୟୁକ୍ରେନ ଯୁଦ୍ଧ ମଧ୍ୟରେ ବର୍ତ୍ତମାନ ଚୀନ ସହ ମହାଯୁଦ୍ଧ କରିବାକୁ ପ୍ରସ୍ତୁତ ଜାପାନ!

ଏହା ବି ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ୧୮ ମାସର DA ବକେୟାକୁ ନେଇ ଆସିଲା ସବୁଠୁ ବଡ଼ ଅପଡେଟ୍, ଜାଣନ୍ତୁ କେତେ ମିଳିବ ଟଙ୍କା

ଏହା ବି ପଢ଼ନ୍ତୁ:-ଡ୍ରାଇଭିଂ ଲାଇସେନ୍ସ ତିଆରି ପାଇଁ ସରକାର ବଦଳାଇଲେ ନିୟମ, ଏଣିକି ଆପଣଙ୍କୁ କାଟିବାକୁ ପଡ଼ିବନି RTO ର ଚକ୍କର

 

ଜଣେ ଟ୍ୱିଟର ୟୁଜର ଲେଖିଛନ୍ତି କି, "ସେମାନେ କହୁଛନ୍ତି ଯେ ଜନ୍ମ ହାର ହ୍ରାସ ପାଉଛି, କିନ୍ତୁ ଏହାର ମୁକାବିଲା ପାଇଁ ସରକାର ଠୋସ୍ ପଦକ୍ଷେପ ନେଉନାହାଁନ୍ତି, ଆମେ କଣ କହିପାରିବା? ସେମାନେ ଯାହା କୁହନ୍ତି ଓ କରନ୍ତି, ଏହା ପରସ୍ପର ବିରୋଧୀ । ଏହି ପରିବେଶରେ 'ଠିକ ଅଛି, ଚାଲନ୍ତୁ ଗୋଟିଏ ସନ୍ତାନ ଜନ୍ମ କରିବା' କହିଥିବା ବ୍ୟକ୍ତି କିଏ? ମୁଁ ଜାପାନ ପାଇଁ ନିରାଶ ଅନୁଭବ କରୁଛି ।"