ମୋଦି ସରକାର ନୂଆ ବର୍ଷରେ ଦେଲେ ଉପହାର, PF ଆକାଉଣ୍ଟରେ ଆସିଯାଇଛି ଟଙ୍କା, ଯଥା ଶୀଘ୍ର ଏପରି କରନ୍ତୁ ଚେକ୍
Advertisement
Article Detail0/zeeodisha/odisha820540

ମୋଦି ସରକାର ନୂଆ ବର୍ଷରେ ଦେଲେ ଉପହାର, PF ଆକାଉଣ୍ଟରେ ଆସିଯାଇଛି ଟଙ୍କା, ଯଥା ଶୀଘ୍ର ଏପରି କରନ୍ତୁ ଚେକ୍

କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର (Santosh Gangwar) ଡିସେମ୍ବର ୩୧ରେ ଏହା ଘୋଷଣା କରିଛନ୍ତି । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କର୍ମଚାରୀ ଭବିଷ୍ୟତ ନିଧି ସଙ୍ଗଠନ (EPFO) ଆକାଉଣ୍ଟରେ ସରକାର ୮.୫ ପ୍ରତିଶତ ସୁଧ ଦେବା ଆରମ୍ଭ କରିଛନ୍ତି ।

ମୋଦି ସରକାର ନୂଆ ବର୍ଷରେ ଦେଲେ ଉପହାର, PF ଆକାଉଣ୍ଟରେ ଆସିଯାଇଛି ଟଙ୍କା, ଯଥା ଶୀଘ୍ର ଏପରି କରନ୍ତୁ ଚେକ୍

ନୂଆଦିଲ୍ଲୀ: ନୂଆ ବର୍ଷରେ ମୋଦି ସରକାର (Modi Govt) କର୍ମଚାରୀ ଭବିଷ୍ୟତ ନିଧି ସଙ୍ଗଠନ (EPFO) ର ୬ କୋଟିରୁ ଅଧିକ ଅଂଶୀଦାରଙ୍କୁ ନୂତନ ବର୍ଷ ଉପହାର ଦେଇଛନ୍ତି । EPFO ର ପ୍ରାୟ ୬ କୋଟିରୁ ଅଧିକ ସଦସ୍ୟ କର୍ମଚାରୀଙ୍କ PF ଆକାଉଣ୍ଟକୁ ସୁଧ ପରିମାଣ ଟ୍ରାନ୍ସଫର କରିବା ଆରମ୍ଭ କରିଦେଇଛି । କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର (Santosh Gangwar) ଡିସେମ୍ବର ୩୧ରେ ଏହା ଘୋଷଣା କରିଛନ୍ତି । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କର୍ମଚାରୀ ଭବିଷ୍ୟତ ନିଧି ସଙ୍ଗଠନ (EPFO) ଆକାଉଣ୍ଟରେ ସରକାର ୮.୫ ପ୍ରତିଶତ ସୁଧ ଦେବା ଆରମ୍ଭ କରିଛନ୍ତି ।

ଅଧିକ ପଢ଼ନ୍ତୁ:-ଗେହଲଟ ବନାମ ପାଇଲଟ: ରାଜସ୍ଥାନ କଂଗ୍ରେସରେ ଝଡ଼ ପୂର୍ବର ନୀରବତା!

କେନ୍ଦ୍ର ଶ୍ରମ ମନ୍ତ୍ରୀ ସାନ୍ତୋଶ ଗାଙ୍ଗୱାର (Union Labor Minister Santosh Gangwar) କହିଛନ୍ତି ଯେ, ମୋତେ ଇପିଏଫର ୬ କୋଟି ଆକାଉଣ୍ଟଧାରୀଙ୍କୁ ଏହି ସୂଚନା ଦେଉଥିବାରୁ ଖୁସି ଲାଗୁଛି ଯେ ସରକାର ସେମାନଙ୍କ ଆକାଉଣ୍ଟରେ ୮.୫ ପ୍ରତିଶତ ସୁଧ ହାର ଟ୍ରାନ୍ସଫର କରିଛନ୍ତି । ଲୋକମାନେ ଏହି ଆକାଉଣ୍ଟରୁ ଏହି ଟଙ୍କା ଉଠାଇ ପାରିବେ । EPFO ଆକାଉଣ୍ଟଧାରୀମାନେ ଘରେ ବସି ସେମାନଙ୍କର PF ବାଲାନ୍ସ ମଧ୍ୟ ଚେକ୍ କରିପାରିବେ । ଏଥିପାଇଁ ସେମାନେ SMS, ଅନଲାଇନ୍, ମିସ୍ କଲ୍ କିମ୍ବା UMANG ଆପର ସାହାଯ୍ୟ ନେଇପାରିବେ ।

ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କୁ ଖୁବ୍ ଶୀଘ୍ର ମିଳିବ ନୂତନ ବର୍ଷର ଉପହାର, ବଢ଼ିବ ଦରମା!

ଜାଣନ୍ତୁ କିପରି ପାଇବେ ବାଲାନ୍ସର ସୂଚନା 

EPF ପାସବୁକ୍ ପାଇବାକୁ ହେଲେ EPFO ​​ୱେବସାଇଟରେ ପଞ୍ଜିକରଣ କରିବା ଆବଶ୍ୟକ । ଆପଣ କିପରି ନିଜକୁ ପଞ୍ଜୀକୃତ କରିପାରିବେ ପ୍ରଥମେ ଜାଣନ୍ତୁ...

- https://unifiedportal-mem.epfindia.gov.in/memberinterface/ କୁ ଯାଆନ୍ତୁ ।

- ସକ୍ରିୟ UAN (ୟୁନିଭର୍ସାଲ୍ ଆକାଉଣ୍ଟ୍ ନମ୍ବର) ଉପରେ କ୍ଲିକ୍ କରନ୍ତୁ ।

- ଆପଣଙ୍କ ସ୍କ୍ରିନରେ ଏକ ନୂତନ ପେଜ୍ ଦେଖାଯିବ । UAN, ଆଧାର, ପାନ୍ ଏବଂ ଅନ୍ୟାନ୍ୟ ବିବରଣୀ ଦାଖଲ କରନ୍ତୁ । ମନେରଖନ୍ତୁ ଯେ କିଛି ସୂଚନା ଦାଖଲ କରିବା ଆବଶ୍ୟକ । ଏଗୁଡିକ ଲାଲ ରଙ୍ଗର ଏଷ୍ଟ୍ରିକ ସହିତ ଚିହ୍ନିତ କରାଯାଇଥାଏ ।

- 'ଗେଟ୍ ଅଥରାଇଜେଶନ୍ PIN' ଉପରେ କ୍ଲିକ୍ କରନ୍ତୁ । ଆପଣଙ୍କ ସ୍କ୍ରିନରେ ଏକ ନୂତନ ପେଜ୍ ଦେଖାଯିବ । ଏଥିରେ, ଆପଣଙ୍କୁ ରେକର୍ଡ ହୋଇଥିବା ବିବରଣୀ ଯାଞ୍ଚ କରିବାକୁ କୁହାଯିବ । ମୋବାଇଲରେ SMS ମାଧ୍ୟମରେ OTP ପଠାଯିବ ।

- OTP ଦାଖଲ କରନ୍ତୁ ଏବଂ ଭାଲିଡେଟ୍ OTP ଏବଂ ଆକ୍ଟିଭ UAN ଉପରେ କ୍ଲିକ୍ କରନ୍ତୁ । UAN ସକ୍ରିୟ ହେଲେ ଆପଣ ପାସୱାର୍ଡ ସହିତ ଏକ SMS ପାଇବେ । ଆପଣଙ୍କ ଖାତାକୁ ଲଗ୍ ଇନ୍ କରିବାକୁ ଏହି ପାସୱାର୍ଡ ବ୍ୟବହାର କରନ୍ତୁ । ଲଗ୍ ଇନ୍ କରିବା ପରେ ଆପଣ ଆପଣଙ୍କର ପାସୱାର୍ଡ ପରିବର୍ତ୍ତନ କରିପାରିବେ ।

- ଯଦି ଆପଣଙ୍କର UAN ନମ୍ବର EPFO ​​ସହିତ ପଞ୍ଜିକୃତ ହୋଇଛି, ତେବେ ଆପଣଙ୍କର PF ବାଲାନ୍ସ ବିଷୟରେ ସୂଚନା SMS ମାଧ୍ୟମରେ ମିଳିଯିବ । ଏଥିପାଇଁ ଆପଣଙ୍କୁ 7738299899 ନମ୍ୱରରେ EPFOHO UAN ENG (ଶେଷ ତିନୋଟି ଅକ୍ଷର ଭାଷା ପାଇଁ) ଲେଖି  ପଠାଇବାକୁ ପଡିବ । ଆପଣଙ୍କର PF ସୂଚନା ମେସେଜ ମାଧ୍ୟମରେ ମିଳିଯିବ ।