ଶସ୍ତା ସୁନା ଦେବ ମୋଦି ସରକାରଙ୍କ ଏହି ସ୍କିମ, ଜାନୁଆରୀ ୧ ଯାଏ କରିପାରିବେ ଆବେଦନ
Advertisement
Article Detail0/zeeodisha/odisha814349

ଶସ୍ତା ସୁନା ଦେବ ମୋଦି ସରକାରଙ୍କ ଏହି ସ୍କିମ, ଜାନୁଆରୀ ୧ ଯାଏ କରିପାରିବେ ଆବେଦନ

ଏଥର ରିଜର୍ଭ ବ୍ୟାଙ୍କ (RBI) ସୁନା ବଣ୍ଡର ମୂଲ୍ୟ ଗ୍ରାମ ପିଛା ୫,୦୦୦ ଟଙ୍କା ରଖିଛି । ସୁନା ବଣ୍ଡ କ୍ରୟ ପାଇଁ ଡିଜିଟାଲ ପେମେଣ୍ଟ କରିବାରୁ ପ୍ରତି ଗ୍ରାମରେ ୫୦ ଟଙ୍କା ରିହାତି ମିଳିବ । 

ଶସ୍ତା ସୁନା ଦେବ ମୋଦି ସରକାରଙ୍କ ଏହି ସ୍କିମ, ଜାନୁଆରୀ ୧ ଯାଏ କରିପାରିବେ ଆବେଦନ

ନୂଆଦିଲ୍ଲୀ: ଯଦି ଆପଣ ଶସ୍ତା ଦରରେ ସୁନାରେ ନିବେଶ କରିବାକୁ ଚାହୁଁଛନ୍ତି । ତେବେ ବିଗତ କିଛି ବର୍ଷ ହେବ ମୋଦି ସରକାର (Modi Govt) ଫିଜିକାଲ ସୁନାର ଚାହିଦା ହ୍ରାସ କରିବା ପାଇଁ ଏକ ସ୍ୱତନ୍ତ୍ର ଯୋଜନା ଚଳାଇଛନ୍ତି । ଏହାର ନାଁ ହେଉଛି ସୋଭରେନ୍ ଗୋଲ୍ଡ ବଣ୍ଡ ସ୍କିମ୍ (Sovereign Gold Bond Scheme) । ଏହି ଯୋଜନା ଅନ୍ତର୍ଗତ ମୋଦି ସରକାର ପୁଣି ଥରେ ସୁନା ବିକ୍ରି କରୁଛନ୍ତି । ଆପଣଙ୍କୁ କହି ରଖୁଛୁ ଯେ, ସରକାର ବଣ୍ଡ ଆକାରରେ ସୁନା ବିକ୍ରି କରନ୍ତି । ଏହି ସୁନାର ମୂଲ୍ୟ ଭାରତୀୟ ରିଜର୍ଭ ବ୍ୟାଙ୍କ ସ୍ଥିର କରିଥାଏ । ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସମୟ ସମୟରେ ଏହି ସୁନାର ମୂଲ୍ୟ (Gold Rate) ଜାରି କରିଥାଏ, ଯାହା ବଜାରରେ ଥିବା ଫିଜିକାଲ ସୁନା ଅପେକ୍ଷା ଶସ୍ତା ଏବଂ ନିରାପଦ ଅଟେ । ଏହି ଯୋଜନା ଅନ୍ତର୍ଗତ ସୁନାର ନୂତନ ମୂଲ୍ୟ ବିଷୟରେ ଆସନ୍ତୁ ଜାଣିବା ।

ଅଧିକ ପଢ଼ନ୍ତୁ:-ପଶ୍ଚିମବଙ୍ଗରେ ମମତା-ବିଜେପିକୁ ଟକ୍କର ଦେବ କଂଗ୍ରେସ-ବାମ ଦଳର ମେଣ୍ଟ

ଏଥର ରିଜର୍ଭ ବ୍ୟାଙ୍କ (RBI) ସୁନା ବଣ୍ଡର ମୂଲ୍ୟ ଗ୍ରାମ ପିଛା ୫,୦୦୦ ଟଙ୍କା ରଖିଛି । ସୁନା ବଣ୍ଡ କ୍ରୟ ପାଇଁ ଡିଜିଟାଲ ପେମେଣ୍ଟ କରିବାରୁ ପ୍ରତି ଗ୍ରାମରେ ୫୦ ଟଙ୍କା ରିହାତି ମିଳିବ । ଏହିପରି ନିବେଶକଙ୍କ ପାଇଁ ବଣ୍ଡ ମୂଲ୍ୟ ଗ୍ରାମ ପିଛା ୪,୯୫୦ ଟଙ୍କା ହେବ । ଏହି ଯୋଜନା ଡିସେମ୍ୱର ୨୮ରେ ଆରମ୍ଭ ହୋଇ ଆସନ୍ତା ବର୍ଷ ଅର୍ଥାତ ଜାନୁୟାରୀ ୧,୨୦୨୧ରେ ବନ୍ଦ ହେବ । ଏନେଇ ଗୁରୁବାର RBI ବୟାନ ଜାରି କରିଛି ।

ଅଧିକ ପଢ଼ନ୍ତୁ:-ପ୍ରଶାନ୍ତ କିଶୋରଙ୍କୁ କଡ଼ା ଚେତାବନୀ ଦେଲେ 'ଦିଦି'!

ଏହାର ଅର୍ଥ ହେଉଛି ଆପଣ ଏହି ସମୟ ମଧ୍ୟରେ ସୁନା କିଣି ପାରିବେ । ଅତିକମରେ ଗୋଟିଏ ଗ୍ରାମ କିଣାଯାଇପାରିବ । ଏହାକୁ କିଣିବା ପାଇଁ ଆପଣଙ୍କୁ ଆପଣଙ୍କର ବ୍ୟାଙ୍କ, BSE, NSE ୱେବସାଇଟ୍ କିମ୍ବା ଡାକଘର ସହିତ ଯୋଗାଯୋଗ କରିବାକୁ ପଡିବ । ସେଠାରୁ ଏହାକୁ ଡିଜିଟାଲ୍ କ୍ରୟ କରାଯାଇପାରିବ । ଏହା ଏକ ପ୍ରକାର ସୁରକ୍ଷିତ ନିବେଶ କାରଣ ଶୁଦ୍ଧତା ପାଇଁ କୌଣସି ଚିନ୍ତା ରହିବ ନାହିଁ କି ସୁରକ୍ଷା ସମସ୍ୟା ମଧ୍ୟ ରହିବ ନାହିଁ । 

ଅଧିକ ପଢ଼ନ୍ତୁ:-ଲକଡାଉନରେ ଲୋକଙ୍କୁ ସାହାଯ୍ୟ କରିଥିବା ଶ୍ରେଷ୍ଠ-୧୦ ସାଂସଦଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ରାହୁଲ, ଜାଣନ୍ତୁ କିଏ ଅଛନ୍ତି ପ୍ରଥମ ସ୍ଥାନରେ

ଆର୍ଥିକ ବର୍ଷ ୨୦୧୯-୨୦ ରିଜର୍ଭ ବ୍ୟାଙ୍କ ଦଶ କିସ୍ତିରେ ୨,୩୧୬,୩୭ କୋଟି ଟଙ୍କା ଅର୍ଥାତ୍ ୬.୧୩ ଟନ୍ ମୂଲ୍ୟର ସୁନା ବଣ୍ଡ ଜାରି କରିଛି । ଏଥି ସହିତ କୋରୋନା କାଳରେ କ୍ରମାଗତ ୬ ମାସ ପାଇଁ ବଣ୍ଡ ଜାରି କରାଯାଉଛି । ଏହାର ଅର୍ଥ ହେଉଛି ଯଦି ଆପଣ ପୁଞ୍ଜି ବିନେଶରୁ ବଞ୍ଚିତ ହୁଅନ୍ତି ତେବେ ଏଥର ଆପଣଙ୍କୁ କିଛି ମାସ ଅପେକ୍ଷା କରିବାକୁ ପଡିପାରେ । ସରକାରଙ୍କ ଦ୍ୱାରା ଏହି ଯୋଜନା ଆରମ୍ଭ କରିବାର ଉଦ୍ଦେଶ୍ୟ ହେଉଛି ଆମଦାନୀ ଏବଂ ଫିଜିକାଲ ସୁନା ଚାହିଦା ହ୍ରାସ କରିବା ।