'ପୁଟିନ ହେଉଛନ୍ତି ଆଧୁନିକ ଯୁଗର ହିଟଲର'
Advertisement
Article Detail0/zeeodisha/odisha1107200

'ପୁଟିନ ହେଉଛନ୍ତି ଆଧୁନିକ ଯୁଗର ହିଟଲର'

Russia-Ukraine War: ଅନ୍ୟପଟେ, ଋଷ ସୈନ୍ୟ କାର୍ଯ୍ୟାନୁଷ୍ଠାନ (Russia Military Operation) ଆଦେଶ ଦେବା ପୂର୍ବରୁ ସୀମାରେ ଲଗାତର ବଢ଼ୁଥିବା ଉତ୍ତେଜନା ମଧ୍ୟରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି (Ukraine (President Volodymyr Zelensky) ଦେଶକୁ ସମ୍ୱୋଧନ କରି ଯୁଦ୍ଧକୁ ରୋକିବା ପାଇଁ ଏକ ଭାବପୂର୍ଣ୍ଣ ଅପିଲ କରିଥିଲେ । ସେ ଋଷର ଲୋକଙ୍କୁ ରୁଷ-ୟୁକ୍ରେନର ମିଳିତ ଇତିହାସ ଓ ସଂସ୍କୃତି ବିଷୟରେ ମନେ ପକାଇଥିଲେ । ଜେଲେନସ୍କି କହିଛନ୍ତି ଯେ ସେ ଭ୍ଲାଦିମିର ପୁଟିନଙ୍କୁ ମଧ୍ୟ ଫୋନ୍ କରିଥିଲେ, କିନ୍ତୁ କୌଣସି ଉତ୍ତର ମିଳି ନଥିଲା । ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି ଯେ ତାଙ୍କ ଦେଶ ଶାନ୍ତି ଚାହୁଁଛି ।

ଡିଜାଇନ୍ ଫଟୋ

ନୂଆଦିଲ୍ଲୀ: Russia-Ukraine War: ୟୁକ୍ରେନ-ଋଷ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇସାରିଛି । ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russian President Vladimir Putin) ୟୁକ୍ରେନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ପରେ ୟୁକ୍ରେନ (Ukraine) ର ଅଲଗା ଅଲଗା ସହରରୁ ବିସ୍ଫୋରଣର ଖବର ନିରନ୍ତର ଆସୁଛି । AFP ଅନୁଯାୟୀ, ପୁଟିନ ୟୁକ୍ରେନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ଋଷ (Russia) ଏହାକୁ ଦଖଲ କରିବାର କୌଣସି ଉଦ୍ଦେଶ୍ୟ ନାହିଁ । କିନ୍ତୁ ଯଦି କୌଣସି ବାହ୍ୟ ବିପଦ ଥାଏ, ତେବେ ତୁରନ୍ତ ଏହାର ଜବାବ ଦିଆଯିବ । 

ସେପଟେ ୟୁକ୍ରେନର ପୂର୍ବତନ ରାଷ୍ଟ୍ରପତି ପେଟ୍ରୋ ପୋରୋଶେଙ୍କୋ (Former Ukrainian President Petro Poroshenko) କହିଛନ୍ତି ଯେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Vladimir Putin)  ହେଉଛନ୍ତି ଆଧୁନିକ ଯୁଗର ହିଟଲର (Hitler) । ପୋରୋଶେଙ୍କୋ ବର୍ତ୍ତମାନ ସମୟରେ ୟୁକ୍ରେନ (Ukraine) ର ସାଂସଦ ଅଛନ୍ତି । ସେ କହିଛନ୍ତି ଯେ ଆଜି ଏକ ଦୁଃଖଦ ଦିନ କିନ୍ତୁ ବିଜୟ ୟୁକ୍ରେନର ହେବ ।

ୟୁକ୍ରେନର ରାଜଧାନୀ କୀଭ ((Kiev) ରେ ସଂସଦୀୟ ଦଳର ଏକ ଜରୁରୀ ବୈଠକ ଚାଲିଛି । ଏହି ସଭାରେ ଯୋଗଦେବାକୁ ଯାଉଥିବା ପୋରୋଶେଙ୍କୋ ସଂସଦ ବାହାରେ ସାମ୍ବାଦିକମାନଙ୍କ ସହ ବାର୍ତ୍ତାଳାପରେ ପୁଟିନ (Putin) ଙ୍କୁ ଏକ ଆଧୁନିକ ହିଟଲର (Hitler) ବୋଲି କହିଛନ୍ତି । ପୋରୋଶେଙ୍କୋ (Petro Poroshenko) ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ୟୁକ୍ରେନର ରାଷ୍ଟ୍ରପତି ରହିଥିଲେ । ଜଣେ ୟୁକ୍ରେନ ସାମ୍ବାଦିକ କହିଛନ୍ତି ଯେ ସଂସଦରେ ପରିବେଶ ଉତ୍ତେଜନାପୂର୍ଣ୍ଣ ରହିଛି ।

ଏଠାରେ କହି ରଖୁଛୁ ଯେ, ଗୁରୁବାର ସକାଳେ ପୁଟିନ (Vladimir Putin) ୟୁକ୍ରେନ (Ukraine) ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଘୋଷଣା କରିଛନ୍ତି । ଏହା ପରେ ୟୁକ୍ରେନର ଅନେକ ଅଞ୍ଚଳରେ ଏୟାର ଷ୍ଟ୍ରାଇକ୍ ହୋଇଛି । ୟୁକ୍ରେନ କହିଛି ଯେ, ଋଷର ଆକ୍ରମଣରେ ଏପର୍ଯ୍ୟନ୍ତ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଆକ୍ରମଣରେ ସାମରିକ ବେସକୁ ଟାର୍ଗେଟ କରାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି । 

ସେପଟେ ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ କରାଯାଉ ନାହିଁ ବୋଲି ଋଷ (Russia) ସ୍ପଷ୍ଟ କରିଛି । ପୁଟିନ (Putin) ତାଙ୍କ ସମ୍ୱୋଧନରେ ୟୁକ୍ରେନ ସୈନ୍ୟବାହିନୀକୁ ଆତ୍ମସମର୍ପଣ କରିବାକୁ କହିଛନ୍ତି ଓ ଏହି ପ୍ରସଙ୍ଗରେ କେହି ହସ୍ତକ୍ଷେପ କରିବା ଉଚିତ୍ ନୁହେଁ ବୋଲି ଚେତାବନୀ ଦେଇଛନ୍ତି ।

ଏହା ବି ପଢ଼ନ୍ତୁ:-ଗୁପ୍ତଚରରୁ ଋଷର 'ସର୍ବେସର୍ବା', ଜାଣନ୍ତୁ କେମିତି ଏତେ କ୍ଷମତାଶାଳୀ ହେଲେ ପୁଟିନ

ଏହା ବି ପଢ଼ନ୍ତୁ:-ତୃତୀୟ ବିଶ୍ୱ ଯୁଦ୍ଧର ପଦଧ୍ୱନି! ୟୁକ୍ରେନରେ ପ୍ରବେଶ କଲା ଋଷର ଯୁଦ୍ଧ ଟ୍ୟାଙ୍କ୍, ରାଜଧାନୀ ସମେତ ଅନେକ ସହରରେ ବାଲିଷ୍ଟିକ୍ ମିସାଇଲ୍ ଆକ୍ରମଣ

ଏହା ବି ପଢ଼ନ୍ତୁ:-ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲେ ପୁଟିନ; ଧମାକାରେ ଥରି ଉଠିଲା ବିଭିନ୍ନ ସହର

ଏହା ବି ପଢ଼ନ୍ତୁ:-କିସମିସ ଓ ମହୁର ଆଶ୍ଚର୍ଯ୍ୟଜନକ ଲାଭ: ପୁରୁଷଙ୍କ ଯୌନ ସ୍ୱାସ୍ଥ୍ୟ ପାଇଁ ହୋଇଥାଏ ବହୁତ ଲାଭଦାୟକ, ଏହି ସମୟରେ କରନ୍ତୁ ସେବନ

 

ଅନ୍ୟପଟେ, ଋଷ ସୈନ୍ୟ କାର୍ଯ୍ୟାନୁଷ୍ଠାନ (Russia Military Operation) ଆଦେଶ ଦେବା ପୂର୍ବରୁ ସୀମାରେ ଲଗାତର ବଢ଼ୁଥିବା ଉତ୍ତେଜନା ମଧ୍ୟରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି (Ukraine (President Volodymyr Zelensky) ଦେଶକୁ ସମ୍ୱୋଧନ କରି ଯୁଦ୍ଧକୁ ରୋକିବା ପାଇଁ ଏକ ଭାବପୂର୍ଣ୍ଣ ଅପିଲ କରିଥିଲେ । ସେ ଋଷର ଲୋକଙ୍କୁ ରୁଷ-ୟୁକ୍ରେନର ମିଳିତ ଇତିହାସ ଓ ସଂସ୍କୃତି ବିଷୟରେ ମନେ ପକାଇଥିଲେ । ଜେଲେନସ୍କି କହିଛନ୍ତି ଯେ ସେ ଭ୍ଲାଦିମିର ପୁଟିନଙ୍କୁ ମଧ୍ୟ ଫୋନ୍ କରିଥିଲେ, କିନ୍ତୁ କୌଣସି ଉତ୍ତର ମିଳି ନଥିଲା । ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି ଯେ ତାଙ୍କ ଦେଶ ଶାନ୍ତି ଚାହୁଁଛି ।