ତୃତୀୟ ବିଶ୍ୱ ଯୁଦ୍ଧର ପଦଧ୍ୱନି! ୟୁକ୍ରେନରେ ପ୍ରବେଶ କଲା ଋଷର ଯୁଦ୍ଧ ଟ୍ୟାଙ୍କ୍, ରାଜଧାନୀ ସମେତ ଅନେକ ସହରରେ ବାଲିଷ୍ଟିକ୍ ମିସାଇଲ୍ ଆକ୍ରମଣ
Advertisement
Article Detail0/zeeodisha/odisha1106968

ତୃତୀୟ ବିଶ୍ୱ ଯୁଦ୍ଧର ପଦଧ୍ୱନି! ୟୁକ୍ରେନରେ ପ୍ରବେଶ କଲା ଋଷର ଯୁଦ୍ଧ ଟ୍ୟାଙ୍କ୍, ରାଜଧାନୀ ସମେତ ଅନେକ ସହରରେ ବାଲିଷ୍ଟିକ୍ ମିସାଇଲ୍ ଆକ୍ରମଣ

Russia-Ukraine War: ଋଷର ଆକ୍ରମଣ ପରେ ନାଟୋ (NATO) ଋଷ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହେଉଛି । ରିପୋର୍ଟ ଅନୁଯାୟୀ, ନାଟୋର ୩୦ ସଦସ୍ୟ ଦେଶରୁ ଋଷ ଉପରେ ଆକ୍ରମଣ ହେବାର ଚର୍ଚ୍ଚା ହେଉଛି । ନାଟୋ ଋଷ ବିରୋଧରେ ଧାରା -୩ ବ୍ୟବହାର କରିପାରେ । ଋଷର ଆକ୍ରମଣ ଉପରେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ କହିଛନ୍ତି ଯେ ଏହି ଆକ୍ରମଣରେ ଇଂଲଣ୍ଡ ଓ ଏହାର ସହଯୋଗୀ ଦଳ ଦୃଢ଼ ଜବାବ ଦେବେ ।

ଡିଜାଇନ୍ ଫଟୋ

ନୂଆଦିଲ୍ଲୀ: Russia-Ukraine War: ଋଷ ଓ ୟୁକ୍ରେନ ମଧ୍ୟରେ ମାସ ଧରି ଚାଲି ଆସୁଥିବା ଉତ୍ତେଜନା ଗୁରୁବାର ଯୁଦ୍ଧରେ ପରିଣତ ହୋଇଛି । ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russian President Vladimir Putin) ୟୁକ୍ରେନ (Ukraine) ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ୟୁକ୍ରେନ ସୈନ୍ୟବାହିନୀ ଆତ୍ମସମର୍ପଣ କରୁ । ଏହି ବୟାନର କିଛି ସମୟ ପରେ ୟୁକ୍ରେନର ବିଦ୍ରୋହୀମାନଙ୍କ ଦଖଲରେ ଥିବା ଅଞ୍ଚଳ ଓ ରାଜଧାନୀ କୀଭ (Kiev) ରେ ବଡ଼ ବଡ଼ ବିସ୍ଫୋରଣ ହେବାର ଖବର ଆସିଛି । ଖବର ଅନୁଯାୟୀ, କ୍ରାମାତୋସ୍କରେ ଦୁଇଟି ବିସ୍ଫୋରଣ ଘଟିଛି । ଋଷ (Russia) ର ସୈନିକମାନେ କ୍ରିମିଆ ଦେଇ ୟୁକ୍ରେନରେ ପ୍ରବେଶ କରୁଛନ୍ତି ।

ରିପୋର୍ଟ ଅନୁଯାୟୀ, ଋଷ ଦାବି କରିଛି ଯେ, ସେ ୟୁକ୍ରେନର ଏୟାରବେସ, ଏୟାର ଡିଫେନ୍ସକୁ ନଷ୍ଟ କରିଦେଇଛି । ସେ ୟୁକ୍ରେନ ନ୍ୟାସନାଲ ଗାର୍ଡର ମୁଖ୍ୟାଳୟକୁ ନଷ୍ଟ କରିଦେଇଛି ବୋଲି ଋଷର ସୈନ୍ୟ ଦାବି କରିଛନ୍ତି । ୟୁକ୍ରେନ ସେନାରେ ଅନେକ ଆହତ ହୋଇଛନ୍ତି ।

ସେପଟେ ୟୁକ୍ରେନ ସୈନ୍ୟବାହିନୀ କହିଛି ଯେ ସେମାନେ ଲୁହାନସ୍କ ଅଞ୍ଚଳରେ ଋଷର ୫ଟି ବିମାନ ଓ ଗୋଟିଏ ହେଲିକପ୍ଟରକୁ ଗୁଳି ମାରି ଖସାଇ ଦେଇଛନ୍ତି ।

ଋଷର ଆକ୍ରମଣ ପରେ ନାଟୋ (NATO) ଋଷ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହେଉଛି । ରିପୋର୍ଟ ଅନୁଯାୟୀ, ନାଟୋର ୩୦ ସଦସ୍ୟ ଦେଶରୁ ଋଷ ଉପରେ ଆକ୍ରମଣ ହେବାର ଚର୍ଚ୍ଚା ହେଉଛି । ନାଟୋ ଋଷ ବିରୋଧରେ ଧାରା -୩ ବ୍ୟବହାର କରିପାରେ । ଋଷର ଆକ୍ରମଣ ଉପରେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ କହିଛନ୍ତି ଯେ ଏହି ଆକ୍ରମଣରେ ଇଂଲଣ୍ଡ ଓ ଏହାର ସହଯୋଗୀ ଦଳ ଦୃଢ଼ ଜବାବ ଦେବେ ।

ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Vladimir Putin) ୟୁକ୍ରେନ (Ukraine) ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଘୋଷଣା କରି କହିଛନ୍ତି ଯେ ଏହି ଯୁଦ୍ଧକୁ ଏଡାଯାଇପାରିବ ନାହିଁ । ଋଷର ରାଷ୍ଟ୍ରପତି (Russian President) ଏହା ମଧ୍ୟ କହିଛନ୍ତି ଯେ ଯେଉଁ ଦେଶ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରୁଛନ୍ତି ସେମାନଙ୍କୁ ମଧ୍ୟ ଏହାର ଗୁରୁତର ପରିଣାମର ଭୋଗିବାକୁ ପଡ଼ିବ । ଇତିହାସରେ ଏପରି ପରିଣାମ କେବେ ମଧ୍ୟ ହେବ ନାହିଁ । ସେ କହିଛନ୍ତି ଯେ ଏହି ବିବାଦ ଆମ ପାଇଁ ଜୀବନ ଓ ମୃତ୍ୟୁର ପ୍ରଶ୍ନ । ୟୁକ୍ରେନ ନିଓ-ନାଜିମାନଙ୍କୁ ସମର୍ଥନ କରୁଛି, ସେଥିପାଇଁ ଆମେ କୁ ଆକ୍ରମଣ କରିବାକୁ ନିଷ୍ପତ୍ତି ନେଇଛୁ ।

ପୁଟିନ (Vladimir Putin) କହିଛନ୍ତି ଯେ, ଯିଏ ଆମ ସହିତ ହସ୍ତକ୍ଷେପ କରିବାକୁ କିମ୍ବା ଆମ ଲୋକଙ୍କ ପ୍ରତି ବିପଦ ସୃଷ୍ଟି କରିବାକୁ ଚେଷ୍ଟା କରେ ସେ ଜାଣିବା ଉଚିତ ଯେ ଋଷ (Russia) ର ପ୍ରତିକ୍ରିୟା ତୁରନ୍ତ ମିଳିବ ଏବଂ ଆପଣଙ୍କୁ ଏପରି ପରିଣାମ ଆଡ଼କୁ ନେଇଯିବ ଯେପରି ଆପଣ ଆପଣଙ୍କର ଇତିହାସରେ ପୂର୍ବରୁ କେବେବି ଅନୁଭବ କରି ନାହାଁନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ୟୁକ୍ରେନରେ ଆମର ଯୋଜନା ( ବିଶେଷ ସାମରିକ ଅପରେସନ୍) ୟୁକ୍ରେନ ଅଞ୍ଚଳର ଦଖଲ କରିବାରେ ସାମିଲ ନାହିଁ ।

ଅନ୍ୟପଟେ ଋଷ (Russia) ର ଆକ୍ରମଣ ଉପରେ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ (US President Joe Biden)  ନିଜର ପ୍ରତିକ୍ରିୟା ଦେଇଛନ୍ତି । ଏହି ଆକ୍ରମଣରେ ଘଟିଥିବା ପ୍ରତ୍ୟେକ ମୃତ୍ୟୁ ପାଇଁ ଋଷ (Russia) ଦାୟୀ ରହିବ ବୋଲି ସେ କହିଛନ୍ତି । ଆମେରିକା ଓ ଏହାର ସହଯୋଗୀମାନେ ଶୀଘ୍ର ଏକ ଯୋଜନା ପ୍ରସ୍ତୁତ କରିବେ ଏବଂ ଋଷକୁ ଉଚିତ ଉତ୍ତର ଦିଆଯିବ । ବାଇଡେନ କହିଛନ୍ତି ଯେ ମୁଁ ଆଜି ସନ୍ଧ୍ୟାରେ ହ୍ୱାଇଟ ହାଉସରୁ ପରିସ୍ଥିତି ଉପରେ ନଜର ରଖିବି ଓ ମୋର ଜାତୀୟ ସୁରକ୍ଷା ଦଳରୁ ନିୟମିତ ଅପଡେଟ୍ ପ୍ରାପ୍ତ କରିବି । ଆସନ୍ତାକାଲି ମୁଁ ସକାଳେ ମୋର G7 ସହକର୍ମୀଙ୍କୁ ଭେଟିବି । ଆମେ ଆମର ନାଟୋ ସହଯୋଗୀମାନଙ୍କ ସହିତ ସମନ୍ୱୟ ରକ୍ଷା କରିବୁ ।

ଏହା ବି ପଢ଼ନ୍ତୁ:-ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲେ ପୁଟିନ; ଧମାକାରେ ଥରି ଉଠିଲା ବିଭିନ୍ନ ସହର

ଏହା ବି ପଢ଼ନ୍ତୁ:-କିସମିସ ଓ ମହୁର ଆଶ୍ଚର୍ଯ୍ୟଜନକ ଲାଭ: ପୁରୁଷଙ୍କ ଯୌନ ସ୍ୱାସ୍ଥ୍ୟ ପାଇଁ ହୋଇଥାଏ ବହୁତ ଲାଭଦାୟକ, ଏହି ସମୟରେ କରନ୍ତୁ ସେବନ

ଏହା ବି ପଢ଼ନ୍ତୁ:-ତୃତୀୟ ବିଶ୍ୱଯୁଦ୍ଧ ମୁହାଁ ଦୁନିଆ! ଜାଣନ୍ତୁ ୟୁକ୍ରେନ-ଋଷ ସଙ୍କଟରେ କେଉଁ ଦେଶ କାହା ସହିତ ଛିଡା ହୋଇଛି?

ଏହା ବି ପଢ଼ନ୍ତୁ:-ମର୍ଯ୍ୟାଦାର ସମସ୍ତ ସୀମା ଲଙ୍ଘିଛି ଏହି ୱେବ୍ ସିରିଜ୍, ଭୁଲରେ ବି ଦେଖନ୍ତୁନି ପରିବାର ସହ

ସେହିପରି, ଋଷ ସୈନ୍ୟ କାର୍ଯ୍ୟାନୁଷ୍ଠାନ (Russia Military Operation) ଆଦେଶ ଦେବା ପୂର୍ବରୁ ସୀମାରେ ଲଗାତର ବଢ଼ୁଥିବା ଉତ୍ତେଜନା ମଧ୍ୟରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି (Ukraine (President Volodymyr Zelensky) ଦେଶକୁ ସମ୍ୱୋଧନ କରି ଯୁଦ୍ଧକୁ ରୋକିବା ପାଇଁ ଏକ ଭାବପୂର୍ଣ୍ଣ ଅପିଲ କରିଥିଲେ । ସେ ଋଷର ଲୋକଙ୍କୁ ରୁଷ-ୟୁକ୍ରେନର ମିଳିତ ଇତିହାସ ଓ ସଂସ୍କୃତି ବିଷୟରେ ମନେ ପକାଇଥିଲେ । ଜେଲେନସ୍କି କହିଛନ୍ତି ଯେ ସେ ଭ୍ଲାଦିମିର ପୁଟିନଙ୍କୁ ମଧ୍ୟ ଫୋନ୍ କରିଥିଲେ, କିନ୍ତୁ କୌଣସି ଉତ୍ତର ମିଳି ନଥିଲା । ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି ଯେ ତାଙ୍କ ଦେଶ ଶାନ୍ତି ଚାହୁଁଛି ।