ଆହୁରି କମିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ୍
Advertisement
Article Detail0/zeeodisha/odisha733273

ଆହୁରି କମିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ୍

ଆଜି ଦେଶରେ ରୁପା ମୂଲ୍ୟ(Silver Price)ରେ ମଧ୍ୟ ହ୍ରାସ ଦେଖାଦେଇଛି । ଆଜି ରୁପା ଦରରେ ୭୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୭,୧୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ୬୭,୮୦୦ ଟଙ୍କା ଥିଲା ।

ଆହୁରି କମିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ୍

ନୂଆଦିଲ୍ଲୀ: ଦେଶରେ ପୁଣି ସୁନା-ରୁପା ମୂଲ୍ୟ(Gold-Silver Rate)ରେ ହ୍ରାସ ଘଟିଛି । ଅନ୍ୟପଟେ ବୈଶ୍ୱିକ ବଜାରରେ ମୂଲ୍ୟବାନ ଧାତୁର ମୂଲ୍ୟରେ ମଧ୍ୟ ହ୍ରାସ ରେକର୍ଡ କରାଯାଇଛି । ଯାହାର ପ୍ରଭାବ ଭାରତର ଘରୋଇ ବଜାରରେ ମଧ୍ୟ ଦେଖିବାକୁ ମିଳିଛି । ଆଜି ଅର୍ଥାତ ଶନିବାର ଦେଶରେ ସୁନା ଦରରେ କମି ଆସିଛି । ଆଜି ୧୦ ଗ୍ରାମ ସୁନା ଦର(Gold Rate)ରେ ୩୦ ଟଙ୍କାର ହ୍ରାସ ରେକର୍ଡ କରାଯାଇଛି । ଫଳରେ ୧୦ ଗ୍ରାମ ସୁନା ମୂଲ୍ୟ(Gold Price) ୫୧,୯୫୦ ଟଙ୍କାକୁ ପହଞ୍ଚିଛି । ଗତକାଲି ଏହାର ମୂଲ୍ୟ ୫୧,୯୮୦ ଟଙ୍କା ଥିଲା । ସେହିପରି ଦେଶରେ ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ମଧ୍ୟ ୩୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ଦର ୫୦,୯୫୦ ଟଙ୍କାରେ ପହଞ୍ଚିଛି ।  ଅନ୍ୟପଟେ ଗତକାଲି ଏହାର ମୂଲ୍ୟ ୫୦,୯୮୦ ଟଙ୍କା ଥିଲା ।

ସେହିପରି ଆଜି ଦେଶରେ ରୁପା ମୂଲ୍ୟ(Silver Price)ରେ ମଧ୍ୟ ହ୍ରାସ ଦେଖାଦେଇଛି । ଆଜି ରୁପା ଦରରେ ୭୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୭,୧୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ୬୭,୮୦୦ ଟଙ୍କା ଥିଲା ।

ଅଧିକ ପଢ଼ନ୍ତୁ:-ବହୁତ ବଡ଼ ଖୁସି ଖବର ଦେଲା WHO

ଅନ୍ୟପଟେ ରାଜଧାନୀ ଭୁବନେଶ୍ୱର(Bhubaneswar)ରେ ବି ସୁନା ମୂଲ୍ୟ(Gold Rate)ରେ ହ୍ରାସ ଘଟିଛି । ଆଜି ସୁନା ମୂଲ୍ୟ ୪୦୦ ଟଙ୍କା ଖସିଛି । ଫଳରେ ୧୦ ଗ୍ରାମ ସୁନା ମୂଲ୍ୟ ୫୫,୦୬୦ ଟଙ୍କା ପହଞ୍ଚିଛି । ଗତକାଲି ମଧ୍ୟ ୧୦ ଗ୍ରାମ ସୁନା ମୂଲ୍ୟ ୫୫,୪୬୦ ଟଙ୍କାରେ ବନ୍ଦ ହୋଇଥିଲା । ଅନ୍ୟପକ୍ଷେ ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟରେ ୩୬୦ ଟଙ୍କାର ହ୍ରାସ ରେକର୍ଡ କରାଯାଇଛି । ଫଳରେ ୧୦ ଗ୍ରାମ ସୁନା ମୂଲ୍ୟ ୫୦,୪୮୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ୫୧,୫୬୦ ଟଙ୍କା ରହିଥିଲା ।

ଅଧିକ ପଢ଼ନ୍ତୁ:-ଏଥର ବାପା ନୁହେଁ, ପୁଅ ଯୋଗୁଁ ଭାଙ୍ଗିଯିବ ଉଦ୍ଧବ ସରକାର !

ଅଧିକ ପଢ଼ନ୍ତୁ:-ଗେହଲଟ୍ ହେବେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ତ ପାଇଲଟଙ୍କୁ ମିଳିବ ମୁଖ୍ୟମନ୍ତ୍ରୀ ପଦ !

ଆଜି ଭୁବନେଶ୍ୱରରେ ମଧ୍ୟ ରୁପା ଦର(Silver Price)ରେ ହ୍ରାସ ଘଟିଛି । ଆଜି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟରେ ୭୦୦ ଟଙ୍କାର ହ୍ରାସ ରେକର୍ଡ କରାଯାଇଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୭,୧୦୦ ଟଙ୍କାରେ ପହଞ୍ଚିଛି । ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୭,୮୦୦ ଟଙ୍କା ଥିଲା ।