ପୁଣି କମିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ୍
Advertisement
Article Detail0/zeeodisha/odisha740125

ପୁଣି କମିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ୍

ଆଜି ଦେଶରେ ରୁପା ମୂଲ୍ୟ (Silver Price) ରେ ମଧ୍ୟ ହ୍ରାସ ଘଟିଛି । ଆଜି ରୁପା ଦରରେ ୧,୫୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୭,୨୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ୬୮,୭୦୦ ଟଙ୍କା ଥିଲା ।

ପୁଣି କମିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ୍

ନୂଆଦିଲ୍ଲୀ: ଆଜି ପୁଣି ସୁନା-ରୁପା ମୂଲ୍ୟ (Gold-Silver Rate) ରେ ହ୍ରାସ ରେକର୍ଡ କରାଯାଇଛି । ଅନ୍ୟପକ୍ଷେ ଅନ୍ତର୍ଜାତୀୟ ବଜାରରେ ମଧ୍ୟ ମୂଲ୍ୟବାନ ଧାତୁର ମୂଲ୍ୟରେ ବୃଦ୍ଧି ଘଟିଛି । ଯାହାର ପ୍ରଭାବ ଘରୋଇ ବଜାରରେ ଦେଖିବାକୁ ମିଳିଛି । ଆଜି(ବୁଧବାର) ଦେଶରେ ସୁନା ଦରରେ ହ୍ରାସ ଘଟିଛି । ଆଜି ୧୦ ଗ୍ରାମ ସୁନା ଦର (Gold Price) ରେ ୧,୨୧୦ ଟଙ୍କାର ହ୍ରାସ ରେକର୍ଡ କରାଯାଇଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ (Gold Price) ୫୦,୫୪୦ ଟଙ୍କାକୁ ପହଞ୍ଚିଛି । ଗତକାଲି ଏହାର ମୂଲ୍ୟ ୫୧,୭୫୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ମଧ୍ୟ ୧,୨୧୦ ଟଙ୍କାର ହ୍ରାସ ଦେଖାଦେଇଛି । ଫଳରେ ୧୦ ଗ୍ରାମ ସୁନା ଦର ୪୯,୫୪୦ ଟଙ୍କାରେ ପହଞ୍ଚିଛି । ଅନ୍ୟପଟେ ଗତକାଲି ଏହାର ମୂଲ୍ୟ ୫୦,୭୫୦ ଟଙ୍କା ଥିଲା ।

ଅଧିକ ପଢ଼ନ୍ତୁ:-ଏହି କାରଣରୁ ବିହାରରେ ମଜଭୁତ ହେଉଛି କଂଗ୍ରେସ, ଜାଣନ୍ତୁ କ’ଣ ରହିଛି ରାଜନୈତିକ ସମୀକରଣ

ସେହିପରି ଆଜି ଦେଶରେ ରୁପା ମୂଲ୍ୟ (Silver Price) ରେ ମଧ୍ୟ ହ୍ରାସ ଘଟିଛି । ଆଜି ରୁପା ଦରରେ ୧,୫୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୭,୨୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ୬୮,୭୦୦ ଟଙ୍କା ଥିଲା ।

ଅନ୍ୟପଟେ ରାଜଧାନୀ ଭୁବନେଶ୍ୱର (Bhubaneswar) ରେ ସୁନା ଦର (Gold Rate) ରେ ମଧ୍ୟ ହ୍ରାସ ଘଟିଛି । ଆଜି ସୁନା ମୂଲ୍ୟରେ ୫୭୦ ଟଙ୍କା ଖସିଛି । ଫଳରେ ୧୦ ଗ୍ରାମ ସୁନା ମୂଲ୍ୟ ୫୩,୬୩୦ ଟଙ୍କା ପହଞ୍ଚିଛି । ଗତକାଲି ୧୦ ଗ୍ରାମ ସୁନା ମୂଲ୍ୟ ୫୪,୨୦୦ ଟଙ୍କାରେ ବନ୍ଦ ହୋଇଥିଲା । ଅନ୍ୟପକ୍ଷେ ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟରେ ୫୬୦ ଟଙ୍କାର ହ୍ରାସ ରେକର୍ଡ କରାଯାଇଛି । ଫଳରେ ୧୦ ଗ୍ରାମ ସୁନା ମୂଲ୍ୟ ୪୯,୧୬୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ୪୯,୭୨୦ ଟଙ୍କା ରହିଥିଲା ।

ଅଧିକ ପଢ଼ନ୍ତୁ:-ଅଡୁଆରେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ନୋଟିସ ଜାରି କଲେ ହାଇକୋର୍ଟ

ଆଜି ଭୁବନେଶ୍ୱରରେ ମଧ୍ୟ ରୁପା ଦର (Silver Rate) ରେ ହ୍ରାସ ରେକର୍ଡ କରାଯାଇଛି । ଆଜି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟରେ ୧,୫୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୭,୨୦୦ ଟଙ୍କାରେ ପହଞ୍ଚିଛି । ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୮,୭୦୦ ଟଙ୍କା ଥିଲା ।