ସୁନା ଦରରେ ସାମାନ୍ୟ ପରିବର୍ତ୍ତନ, ଜାଣନ୍ତୁ ଆଜିର ରେଟ୍
Advertisement
Article Detail0/zeeodisha/odisha791146

ସୁନା ଦରରେ ସାମାନ୍ୟ ପରିବର୍ତ୍ତନ, ଜାଣନ୍ତୁ ଆଜିର ରେଟ୍

ଆଜି ଦେଶରେ ରୁପା ମୂଲ୍ୟ (Silver Price) ରେ କୌଣସି ପରିବର୍ତ୍ତ ଘଟିନାହିଁ । ଗତକାଲି ରୁପା ମୂଲ୍ୟରେ ୭୦୦ ଟଙ୍କାର ବୃଦ୍ଧି ଘଟି ଥିବା ବେଳେ ଆଜି  ରୁପା ମୂଲ୍ୟରେ କୌଣସି ବୃଦ୍ଧି ଘଟି ନାହିଁ । ଫଳରେ ଆଜି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୨,୩୦୦ ଟଙ୍କା ରହିଛି ।

ସୁନା ଦରରେ ସାମାନ୍ୟ ପରିବର୍ତ୍ତନ, ଜାଣନ୍ତୁ ଆଜିର ରେଟ୍

ନୂଆଦିଲ୍ଲୀ: ବୈଶ୍ୱିକ ବଜାରରେ ଆଜି ମୂଲ୍ୟବାନ ଧାତୁ ଦରରେ କୌଣସି ପରିବର୍ତ୍ତନ ଘଟିନାହିଁ । ଯାହାର ପ୍ରଭାବ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳୁଛି । ଦେଶରେ ଗତକାଲି ସୁନା ମୂଲ୍ୟରେ ୬୦ ଟଙ୍କାର ବୃଦ୍ଧି ଘଟିଛି । ଅନ୍ୟପକ୍ଷେ ଆଜି (ରବିବାର) ଦେଶରେ ୧୦ ଗ୍ରାମ ସୁନା ଦର (Gold Price) ରେ ୧୦ ଟଙ୍କା ବଢ଼ିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୫୦,୯୦୦ ଟଙ୍କାକୁ ପହଞ୍ଚିଛି । ଗତକାଲି ଏହାର ମୂଲ୍ୟ ୫୦,୮୯୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୧୦ ଟଙ୍କାର ହ୍ରାସ ଘଟିଛି । ଫଳରେ ୧୦ ଗ୍ରାମ ସୁନା ଦର ୪୯,୯୦୦ ଟଙ୍କାରେ ପହଞ୍ଚିଛି । ଅନ୍ୟପଟେ ଗତକାଲି ଏହାର ମୂଲ୍ୟ ୪୯,୮୯୦ ଟଙ୍କା ଥିଲା ।

ଅନ୍ୟପକ୍ଷେ ଆଜି ଦେଶରେ ରୁପା ମୂଲ୍ୟ (Silver Price) ରେ କୌଣସି ପରିବର୍ତ୍ତ ଘଟିନାହିଁ । ଗତକାଲି ରୁପା ମୂଲ୍ୟରେ ୭୦୦ ଟଙ୍କାର ବୃଦ୍ଧି ଘଟି ଥିବା ବେଳେ ଆଜି  ରୁପା ମୂଲ୍ୟରେ କୌଣସି ବୃଦ୍ଧି ଘଟି ନାହିଁ । ଫଳରେ ଆଜି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୨,୩୦୦ ଟଙ୍କା ରହିଛି । ଯାହା ଗତକାଲି ମଧ୍ୟ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୨,୩୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୨୩୦ ଟଙ୍କାରେ ରହିଛି । ଯାହା ଗତକାଲି ୬,୧୬୦ ଟଙ୍କା ଥିଲା ।

ଅଧିକ ପଢ଼ନ୍ତୁ:-'କୋରୋନା ପରି ଆଉ ଏକ ମହାମାରୀର ମୁହଁରେ ଠିଆ ହୋଇଛୁ ଆମେ, ନ ସମ୍ଭାଳିବା ତ ବର୍ବାଦ ହୋଇଯିବ...'

ସେହିପରି ଆଜି ରାଜଧାନୀ ଭୁବନେଶ୍ୱର (Bhubaneswar) ରେ ମଧ୍ୟ ସୁନା ଦର (Gold Rate) ରେ ବୃଦ୍ଧି ଘଟିଛି । ଗତକାଲି ଅର୍ଥାତ ଶନିବାର ଭୁବନେଶ୍ୱରରେ ସୁନା ଦରରେ ୧୪୦ ଟଙ୍କାର ବୃଦ୍ଧି ଘଟିଥିଲା । ସେପଟେ ଆଜି ୧୦ ଗ୍ରାମ ସୁନା ମୂଲ୍ୟରେ ୧୦ ଟଙ୍କାର ବୃଦ୍ଧି ଘଟିଛି । ଯାହା ପରେ ଭୁବନେଶ୍ୱରରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୫୧,୩୯୦ ଟଙ୍କାରେ ପହଞ୍ଚିଛି । ଗତକାଲି ୧୦ ଗ୍ରାମ ସୁନା ମୂଲ୍ୟ ୫୧,୩୮୦ ଟଙ୍କାରେ ବନ୍ଦ ହୋଇଥିଲା । ଅନ୍ୟପକ୍ଷେ ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟରେ ୧୦ ଟଙ୍କାର ବୃଦ୍ଧି ଦେଖାଦେଇଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୭,୧୧୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ୪୭,୧୦୦ ଟଙ୍କା ରହିଥିଲା ।

ଅଧିକ ପଢ଼ନ୍ତୁ:-ଟ୍ରମ୍ପଙ୍କୁ ଲାଗିଲା ଆଉ ଏକ ଝଟକା

ସେପଟେ ଆଜି ଭୁବନେଶ୍ୱରରେ ରୁପା ମୂଲ୍ୟ (Silver Price) ରେ ମଧ୍ୟ କୌଣସି ପରିବର୍ତ୍ତନ ଘଟିନାହିଁ । ଗତକାଲି ରୁପା ମୂଲ୍ୟରେ ୨୦୦ ଟଙ୍କାର ବୃଦ୍ଧି ଘଟିଥିବା ବେଳେ ଆଜି ରୁପା ମୂଲ୍ୟରେ କୌଣସି ବୃଦ୍ଧି ରେକର୍ଡ କରାଯାଇ ନାହିଁ । ଫଳରେ ଆଜି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୬,୭୦୦ ଟଙ୍କା ରହିଛି । ଯାହା ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୬,୭୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୬୭୦ ଟଙ୍କାରେ ରହିଛି । ଯାହା ଗତକାଲି ୬,୬୭୦ ଟଙ୍କା ଥିଲା ।