ଜନସଭାରେ ମଦ ପିଇବାର ଲାଭ କହିଲେ ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ, ଭିଡିଓ ହେଲା ଭାଇରାଲ
Advertisement

ଜନସଭାରେ ମଦ ପିଇବାର ଲାଭ କହିଲେ ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ, ଭିଡିଓ ହେଲା ଭାଇରାଲ

Gujarat Assembly Elections 2022: ସୋସିଆଲ ମିଡିଆରେ ତାଙ୍କ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି । ଆମେ ଆପଣଙ୍କୁ କହି ରଖୁଛୁ ଯେ, ଏହି ମାମଲା ଏଥିପାଇଁ ମଧ୍ୟ କୌତୁହଳପୂର୍ଣ୍ଣ କାରଣ ପଞ୍ଜାବର ମୁଖ୍ୟମନ୍ତ୍ରୀ (Punjab CM) ଓ ଆପ୍ ନେତା (AAP Leader) ଭଗବନ୍ତ ମାନ (Bhagwant Mann) ଜର୍ମାନୀରୁ ବିମାନ ଯୋଗେ ଆସିବା ସମୟରେ ନିଶାସକ୍ତ କରିଥିଲେ ବୋଲି ବିରୋଧୀ ଅଭିଯୋଗ କରିଥିଲେ । 

ଜନସଭାରେ ମଦ ପିଇବାର ଲାଭ କହିଲେ ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ, ଭିଡିଓ ହେଲା ଭାଇରାଲ

ନୂଆଦିଲ୍ଲୀ: Gujarat Assembly Elections 2022: ଗୁଜୁରାଟରେ ଚଳିତ ବର୍ଷ ଶେଷ ଆଡ଼କୁ ବିଧାନସଭା ନିର୍ବାଚନ (Gujarat Elections 2022) ଅନୁଷ୍ଠିତ ହେବାର ଅଛି । ଏହା ପୂର୍ବରୁ ରାଜ୍ୟ ରାଜନୀତିର ପାରା ବଢ଼ିଯାଇଛି । ନିକଟ ଅତୀତରେ ଗୁଜୁରାଟ ଗସ୍ତରେ ଆମ୍ ଆଦମୀ ପାର୍ଟି ମୁଖ୍ୟ (AAP Chief) ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ (Delhi CM) ଅରବିନ୍ଦ କେଜ୍ରିୱାଲ (Arvind Kejriwal) ଭାରତୀୟ ଜନତା ପାର୍ଟି (BJP) ସରକାରଙ୍କ ବିରୋଧୀରେ ଅଭିଯୋଗ ଆଣିଥିଲେ ଯେ, ଡ୍ରାୟ ଷ୍ଟେଟରେ ଲୋକମାନେ ମଦ ପିଇ ମରୁଛନ୍ତି । ଯଦି ତାଙ୍କ ସରକାର ଆସନ୍ତି ତେବେ ତାଙ୍କର ଧ୍ୟାନ ଉତ୍ତମ ଶିକ୍ଷା, ଭଲ ଡାକ୍ତରଖାନା ଏବଂ ଦୁର୍ନୀତିମୁକ୍ତ ଉପରେ ହେବ । କିନ୍ତୁ, ଏହି ସମୟରେ ଆମ୍ ଆଦମୀ ପାର୍ଟି (Aam Aadmi Party) ର ଜଣେ ପ୍ରାର୍ଥୀ ସୋମନାଥରେ ଏକ ଜନସଭାରେ ମଦ୍ୟପାନ କରିବାର ଲାଭ ବିଷୟରେ କହିଛନ୍ତି । 

ସୋସିଆଲ ମିଡିଆରେ ତାଙ୍କ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି । ଆମେ ଆପଣଙ୍କୁ କହି ରଖୁଛୁ ଯେ, ଏହି ମାମଲା ଏଥିପାଇଁ ମଧ୍ୟ କୌତୁହଳପୂର୍ଣ୍ଣ କାରଣ ପଞ୍ଜାବର ମୁଖ୍ୟମନ୍ତ୍ରୀ (Punjab CM) ଓ ଆପ୍ ନେତା (AAP Leader) ଭଗବନ୍ତ ମାନ (Bhagwant Mann) ଜର୍ମାନୀରୁ ବିମାନ ଯୋଗେ ଆସିବା ସମୟରେ ନିଶାସକ୍ତ କରିଥିଲେ ବୋଲି ବିରୋଧୀ ଅଭିଯୋଗ କରିଥିଲେ । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି । ନିକଟ ଅତୀତରେ ଯେତେବେଳେ ପଞ୍ଜାବର ସିଏମ ଭଗବନ୍ତ ମାନଙ୍କ ବିରୋଧରେ ଅଭିଯୋଗ ଆସିଥିଲା ଯେ ସେ ଜର୍ମାନୀରୁ ଭାରତ ଫେରୁଥିବା ସମୟରେ ନିଶାସକ୍ତ ଥିଲେ, ଯେଉଁଥିପାଇଁ ବିମାନଟି ବିଳମ୍ବ ହୋଇଥିଲା । 

ବିରୋଧୀ ଦଳର ନେତାମାନେ ଅଭିଯୋଗ କରିଛନ୍ତି ଯେ, ମାନ ଠିକ୍ ଭାବରେ ଚାଲିବାକୁ ମଧ୍ୟ ସକ୍ଷମ ନଥିଲେ । ସେପଟେ ଆପ୍ ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛି । ଅନ୍ୟପକ୍ଷେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ଗୁଜୁରାଟରୁ ମଦକୁ ନେଇ ସର୍ବଶେଷ ବିବାଦ ସାମ୍ନାକୁ ଆସିଛି । 

ଅଧିକ ପଢ଼ନ୍ତୁ:-ଅମିତ ଶାହଙ୍କୁ ଉଦ୍ଧବ ଠାକରେଙ୍କ ଖୋଲା ଚ୍ୟାଲେଞ୍ଜ, କହିଲେ- ମୁମ୍ୱାଇ ଆସନ୍ତୁ ତା'ପରେ..

ଅଧିକ ପଢ଼ନ୍ତୁ:-ତେଜସ୍ୱୀ ଯାଦବଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଗାଦି ଛାଡ଼ିବେ ନୀତିଶ କୁମାର!

ଅଧିକ ପଢ଼ନ୍ତୁ:-କାଶ୍ମୀରରେ ହେବ ବିଜେପି-ନ୍ୟାସନାଲ କନଫରେନ୍ସ ମଧ୍ୟରେ ମେଣ୍ଟ! ଉମରଙ୍କ ପରେ ଫାରୁକ୍ ଅବଦୁଲ୍ଲାଙ୍କ ବଦଳିଲା ସ୍ୱର

 

ଗୁଜୁରାଟର ସୋମନାଥରେ ସାଧାରଣ ସଭାକୁ ସମ୍ବୋଧିତ କରି ଆପ୍ ପ୍ରାର୍ଥୀ ଜଗମାଲ ୱାଲା କହିଛନ୍ତି ଯେ, "ଦୁନିଆରେ ୧୯୬ଟି ଦେଶ ଅଛି ଯେଉଁଠାରେ ୮୦୦ କୋଟି ଲୋକ ବାସ କରନ୍ତି । ଏହି ୧୯୬ଟି ଦେଶରେ ବାସ କରୁଥିବା ଲୋକଙ୍କର ମଦ୍ୟପାନ କରିବାର ସମ୍ପୂର୍ଣ୍ଣ ସ୍ୱାଧୀନତା ଅଛି । କେବଳ ଭାରତର ଜନସଂଖ୍ୟା ୧୩୦- ୧୪୦ କୋଟି ରହିଛି ଓ  ସାରା ଦେଶରେ ମଦ୍ୟପାନ କରିବାକୁ ନେଇ ରିହାତି ରହିଛି । କେବଳ ଗୁଜୁରାଟରେ ମଦ ବ୍ୟାନ୍ କରାଯାଇଛି । ଏହା ପ୍ରମାଣ କରେ ଯେ ମଦ୍ୟପାନ ଖରାପ ନୁହେଁ । ବଡ଼ ଡାକ୍ତର, ଆଇଏଏସ୍ ଏବଂ ଆଇପିଏସ୍ ଅଧିକାରୀମାନେ ମଦ୍ୟପାନ କରନ୍ତି ।"

ଏହି ଭିଡିଓକୁ ଦେଶ୍ ଗୁଜୁରାଟ ଟ୍ୱିଟରରେ ସେୟାର କରିଛି । ତେବେ ଏହି ପ୍ରସଙ୍ଗରେ ଦଳର କୌଣସି ପ୍ରତିକ୍ରିୟା ମିଳିନାହିଁ । ସୂଚନାଯୋଗ୍ୟ, ଗୁଜୁରାଟରେ ବିଧାନସଭା ନିର୍ବାଚନ ଚଳିତ ବର୍ଷ ଶେଷ ସୁଦ୍ଧା ହେବ । ଏଥର ଆମ୍ ଆଦମୀ ପାର୍ଟି ନିର୍ବାଚନ ଉପରେ ସମ୍ପୂର୍ଣ୍ଣ ଜୋର ଲଗାଇଛି । ଯେଉଁଥିପାଇଁ ମୁକାବିଲା ତ୍ରିକୋଣୀୟ ହୋଇପଡ଼଼ିଛି । ଏହାପୂର୍ବରୁ ମଧ୍ୟ ଆପ୍ (AAP) ବିଧାନସଭା ନିର୍ବାଚନରେ ମୈଦାନକୁ ଓହ୍ଲାଇଥିଲା, କିନ୍ତୁ ସଫଳତା ପାଇପାରି ନଥିଲା ।