Himachal Pradesh Opinion Poll 2022: ହିମାଚଳରେ ପୁଣି କ୍ଷମତାକୁ ଫେରିବ କି ବିଜେପି, ନା କଂଗ୍ରେସ ଗଢ଼ିବ ସରକାର; ଜାଣନ୍ତୁ କ'ଣ କହୁଛି ସର୍ଭେ
Advertisement
Article Detail0/zeeodisha/odisha1377901

Himachal Pradesh Opinion Poll 2022: ହିମାଚଳରେ ପୁଣି କ୍ଷମତାକୁ ଫେରିବ କି ବିଜେପି, ନା କଂଗ୍ରେସ ଗଢ଼ିବ ସରକାର; ଜାଣନ୍ତୁ କ'ଣ କହୁଛି ସର୍ଭେ

Himachal Pradesh Opinion Poll 2022: ଚଳିତ ବର୍ଷ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ସମସ୍ତ ଦଳ ନିଜ ନିଜର  ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ନିର୍ବାଚନ ମାହୌଲ ମଧ୍ୟ ସୃଷ୍ଟି କରାଯାଉଛି । ପ୍ରମୁଖ ଦଳମାନଙ୍କ ମଧ୍ୟରେ ବିଜେପି ଓ କଂଗ୍ରେସ ନିଜ ନିଜ ଉପାୟରେ ନିର୍ବାଚନ ପାଇଁ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଦମରେ କ୍ଷମତାକୁ ଫେରିବାକୁ ବିଜେପି ଆତ୍ମବିଶ୍ୱାସୀ ଥିବାବେଳେ କଂଗ୍ରେସ ନିଜର ଗଡ଼କୁ ଫେରିବା ପାଇଁ ଯଥାସମ୍ଭବ ଚେଷ୍ଟା କରିବ ।

Himachal Pradesh Opinion Poll 2022: ହିମାଚଳରେ ପୁଣି କ୍ଷମତାକୁ ଫେରିବ କି ବିଜେପି, ନା କଂଗ୍ରେସ ଗଢ଼ିବ ସରକାର; ଜାଣନ୍ତୁ କ'ଣ କହୁଛି ସର୍ଭେ

ନୂଆଦିଲ୍ଲୀ: Himachal Pradesh Opinion Poll 2022: ହିମାଚଳ ପ୍ରଦେଶ (Himachal Pradesh Assembly Elections 2022) ଓ ଗୁଜରାଟର ବିଧାନସଭା ନିର୍ବାଚନ (Gujarat Assembly Elections 2022) ତାରିଖ ଯେକୌଣସି ସମୟରେ ଘୋଷଣା କରାଯାଇପାରେ । ଉଭୟ ରାଜ୍ୟରେ ନିର୍ବାଚନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇସାରିଛି । ଏହା ହେଉଛି ୨୦୨୨ର ଶେଷ ନିର୍ବାଚନ ଓ ଏହାକୁ ୨୦୨୪ର କ୍ୱାର୍ଟର ଫାଇନାଲ୍ ମଧ୍ୟ କୁହାଯାଉଛି । ସମସ୍ତ ରାଜନୈତିକ ଦଳ ନିଜ ନିଜର ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଙ୍କ ଠାରୁ ଆରମ୍ଭ କରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ (BJP National President) ଜେପି ନଡ୍ଡା (JP Nadda), ଗୃହମନ୍ତ୍ରୀ ଅମିତ ଶାହ (Amit Shah) ପର୍ଯ୍ୟନ୍ତ ଅନେକ ନେତା ଦଳ ସପକ୍ଷରେ ମାହୌଲ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି । ସେପଟେ ରେ ଅଧ୍ୟକ୍ଷ ନିର୍ବାଚନକୁ ନେଇ ବ୍ୟସ୍ତ ଥିବା କଂଗ୍ରେସ (Congress) ମଧ୍ୟ ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଛି । ଏଥର ଉଭୟ ରାଜ୍ୟରେ ଆମ୍ ଆଦମୀ ପାର୍ଟି (AAP) ମଧ୍ୟ ତୃତୀୟ ଖେଳାଳି ଭାବରେ ନିଜର ଦମ୍ ଦେଖାଉଛି ।

ବର୍ତ୍ତମାନ ଉଭୟ ରାଜ୍ୟରେ ବିଜେପି କ୍ଷମତାରେ ଅଛି । ଏହାପୂର୍ବରୁ C VOTER ଉଭୟ ରାଜ୍ୟରେ abp ନ୍ୟୁଜ ପାଇଁ ଓପିନିୟନ ପୋଲ୍ ସର୍ଭେ କରିଛି । ଏହି ସର୍ଭେ ଉଭୟ ରାଜ୍ୟର ସମସ୍ତ ବିଧାନସଭା ଆସନରେ କରାଯାଇଛି । ଏହି ସର୍ଭେ ପାଇଁ ଉଭୟ ରାଜ୍ୟରେ ୬୫ ହଜାର ୬୨୧ ଜଣଙ୍କ ସହ ଆଲୋଚନା କରାଯାଇଛି । ସର୍ଭେରେ ମାର୍ଜିନ୍ ଓ ତ୍ରୁଟି ପ୍ଲସ୍ ମାଇନସ୍ ୩ରୁ ପ୍ଲସ୍ ମାଇନସ୍ ୫ ପ୍ରତିଶତ ମଧ୍ୟରେ ଅଛି । ଏହି ଓପିନିୟନ ପୋଲ୍ ସର୍ଭେରେ ପ୍ରଶ୍ନ କରାଯାଇଥିଲା ଯେ ଉଭୟ ରାଜ୍ୟରେ କେଉଁ ଦଳ କେତେ ଆସନ ପାଇବେ? ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି । ଆସନ୍ତୁ ଜାଣିବା ଏହି ସର୍ଭେରେ କ'ଣ ବାହାରିଛି..

ହିମାଚଳ ପ୍ରଦେଶରେ କିଏ କେତୋଟି ଆସନ ଜିତିବେ? (ମୋଟ ଆସନ ୬୮)

ବିଜେପି- ୩୭-୪୫
କଂଗ୍ରେସ- ୨୧-୨୯
ଆପ୍- ୦-୧
ଅନ୍ୟମାନେ-୦-୩

ସର୍ଭେରୁ ଜଣାପଡ଼ିଛି ଯେ, ଉଭୟ ଗୁଜୁରାଟ ଓ ହିମାଚଳ ପ୍ରଦେଶରେ ବିଜେପି ପୁଣି ଥରେ କ୍ଷମତାକୁ ଫେରିବ ବୋଲି ଆଶା କରାଯାଉଛି । ଏହି ଓପିନିୟନ ପୋଲ୍ ଅନୁସାରେ,  ଗୁଜୁରାଟ ଓ ହିମାଚଳ ପ୍ରଦେଶରେ ବିଜେପି କ୍ଷମତାକୁ ଫେରିବ ବୋଲି ଆଶା କରାଯାଉଛି । ଗତ ବିଧାନସଭା ନିର୍ବାଚନ ବିଷୟରେ କହିବାକୁ ଗଲେ ହିମାଚଳ ପ୍ରଦେଶରେ ବିଜେପି ୪୪ଟି ଆସନ ଜିତିଥିଲା ଓ କଂଗ୍ରେସ ୨୧ଟି ଆସନ ଜିତିବାରେ ସକ୍ଷମ ହୋଇଥିଲା । ଓପିନିୟନ ପୋଲ୍ ସର୍ଭେରେ, ଏଥର ମଧ୍ୟ ଉଭୟ ଦଳ ୨୦୧୭ରେ ପାଇଥିବା ପରି ସମାନ ସଂଖ୍ୟକ ଆସନ ପାଇବେ ବୋଲି ଆଶା କରାଯାଉଛି ।

ଅଧିକ ପଢ଼ନ୍ତୁ:-ଗୁଜରାଟରେ କିଏ ଗଢ଼ିବ ସରକାର? ବିଜେପି ନା କଂଗ୍ରେସ, ଜାଣନ୍ତୁ ଆପକୁ ମିଳିବ କେତୋଟି ଆସନ, ପ୍ରଥମ ସର୍ଭେରେ ହେଲା ବଡ଼ ଖୁଲାସା

ଅଧିକ ପଢ଼ନ୍ତୁ:-'ସମସ୍ତେ ଜାଣନ୍ତି, ଅମିତ ଶାହଙ୍କ ଘରେ ହୋଇଥିଲା ବିଧାୟକଙ୍କ ବୈଠକ'; ଜାଣନ୍ତୁ କାହିଁକି ଏହା କହିଲେ ଅଶୋକ ଗେହଲୋତ

ଅଧିକ ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର! ମୋଦି ସରକାର କଲେ ଦୀପାବଳୀ ବୋନସ ଘୋଷଣା, ମିଳିବ ୭୮ ଦିନର ଅତିରିକ୍ତ ଦରମା