ଯଦି ଆପଣଙ୍କ ପାଖରେ ଅଛି ଏହି ୧ ଟଙ୍କା, ତେବେ ଘରେ ବସି ରୋଜଗାର କରନ୍ତୁ ୭ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି?
Advertisement
Article Detail0/zeeodisha/odisha941982

ଯଦି ଆପଣଙ୍କ ପାଖରେ ଅଛି ଏହି ୧ ଟଙ୍କା, ତେବେ ଘରେ ବସି ରୋଜଗାର କରନ୍ତୁ ୭ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି?

ଆପଣ ସେହି ୧ ଟଙ୍କା ନୋଟ୍ ଅନଲାଇନରେ ନିଲାମ କରିପାରିବେ । ଯେଉଁଥି ପାଇଁ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିଲାମୀ ଡକାଯାଉଛି । ଆସନ୍ତୁ ଜାଣିବା, ଏହି ବିଶେଷ ନୋଟରେ ଏମିତି କ’ଣ ଅଛି, ଯାହାର ପ୍ରତିବଦଳରେ ଆପଣଙ୍କୁ ଗୋଟିଏ ଟଙ୍କା ଉପରେ ସାତ ଲକ୍ଷ ଦିଆଯାଉଛି । 

ଯଦି ଆପଣଙ୍କ ପାଖରେ ଅଛି ଏହି ୧ ଟଙ୍କା, ତେବେ ଘରେ ବସି ରୋଜଗାର କରନ୍ତୁ ୭ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି?

ନୂଆଦିଲ୍ଲୀ: Indian Currency: ଆଜିକାଲି ଅନେକ ଲୋକ ନୋଟ୍ ଓ ମୁଦ୍ରା ସଂଗ୍ରହ କରିବାକୁ ପସନ୍ଦ କରୁଛନ୍ତି । ଯଦି ଆପଣ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ, ତେବେ ଘରେ ବସି ଆପଣ କୌଣସି ପରିଶ୍ରମ ନକରି ୭ ଲକ୍ଷ ଟଙ୍କା ରୋଜଗାର କରିପାରିବେ । ଯାହା ଏହି କୋରୋନା କାଳରେ ମୋଟା ଅଙ୍କର ରାଶି ହେବ ଓ ଏହା ଆପଣଙ୍କ ଅସୁବିଧା ସମୟରେ କାମରେ ଆସିପାରେ । ୨୬ ବର୍ଷ ପୂର୍ବେ ଭାରତ ସରକାର ୧ ଟଙ୍କିଆ ନୋଟ୍ (Old 1 rupee note) ମୁଦ୍ରଣ କରିବା ବନ୍ଦ କରିଦେଇଥିଲେ । କିନ୍ତୁ ୨୦୧୫ରେ ଏହା ପୁଣି ଛାପିବା ଆରମ୍ଭ କଲା । ଏହା ପରେ ୧ ଟଙ୍କିଆ ନୋଟ୍ ( 1 rupee note) ଏକ ପରିବର୍ତ୍ତିତ ରୂପରେ ଦେଖାଗଲା । କିନ୍ତୁ ଆଜି ଆମେ ଆପଣଙ୍କୁ ଏଠାରେ ଏକ ଏପରି ୧ ଟଙ୍କିଆ ନୋଟ୍ (One Rupee Note) ବିଷୟରେ କହିବୁ ଯାହା ସ୍ୱାଧୀନତା ପୂର୍ବର ଅଟେ । ଯଦି ଆପଣଙ୍କ ପାଖରେ ଏହା ଅଛି, ତେବେ ଆପଣ ଘରେ ବସିଥିବା ସେହି ନୋଟକୁ ବିକ୍ରି କରି ୭ ଲକ୍ଷ ଟଙ୍କା ରୋଜଗାର କରିପାରିବେ । 

ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କୁ ବହୁତ ବଡ଼ ଖୁସି ଖବର ଦେଲେ ମୋଦି ସରକାର, ମିଳିବ ୨୮ ପ୍ରତିଶତ ମହଙ୍ଗା ଭତ୍ତା

ଆପଣ ସେହି ୧ ଟଙ୍କା ନୋଟ୍ ଅନଲାଇନରେ ନିଲାମ କରିପାରିବେ । ଯେଉଁଥି ପାଇଁ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିଲାମୀ ଡକାଯାଉଛି । ଆସନ୍ତୁ ଜାଣିବା, ଏହି ବିଶେଷ ନୋଟରେ ଏମିତି କ’ଣ ଅଛି, ଯାହାର ପ୍ରତିବଦଳରେ ଆପଣଙ୍କୁ ଗୋଟିଏ ଟଙ୍କା ଉପରେ ସାତ ଲକ୍ଷ ଦିଆଯାଉଛି । 

ଅଧିକ ପଢ଼ନ୍ତୁ:-୬ କୋଟି କର୍ମଚାରୀଙ୍କ ପାଇଁ ବଡ଼ ଖବର!

ସ୍ୱାଧୀନତା ପୂର୍ବର ଏହି ନୋଟରେ ଆରବିଆଇ ଗଭର୍ଣ୍ଣର ଜେଡବ୍ଲୁ କେଲିଙ୍କ ଦସ୍ତଖତ ରହିଛି । ୮୦ ବର୍ଷ ପୁରୁଣା ଏହି ନୋଟ୍ ବ୍ରିଟିଶ ସରକାର ଦ୍ୱାରା ଜାରି କରାଯାଇଥିଲା । ଆପଣଙ୍କୁ କହି ରଖୁଛୁ ଯେ, ଇବେ (eBay) ରେ ସମସ୍ତ ନୋଟ୍ ପାଇଁ ଏତେ ବଡ଼ ନିଲାମୀ ଡକାଯାଉ ନାହିଁ ।  ଇବେରେ ଅନେକ ନୋଟ୍ ମଧ୍ୟ ବହୁତ ଶସ୍ତାରେ ମିଳୁଛି । ସେହିଭଳି ଏକ ଟଙ୍କାର ୧୯୯୬ରେ ମୁଦ୍ରିତ ଏକ ନୋଟ୍ ପାଇଁ ୪୫,୦୦୦ ଟଙ୍କା ମିଳୁଛି । କିନ୍ତୁ ଏହି ବିଶେଷ ନୋଟ୍ ପାଇଁ ଇବେ ୱେବସାଇଟରେ ସାତ ଲକ୍ଷ ଟଙ୍କା ଦିଆଯାଉଛି, ତେଣୁ ସୁଯୋଗକୁ ହାତଛଡା କରନ୍ତୁ ନାହିଁ । ଯଦି ଆପଣଙ୍କ ପାଖରେ ଏହି ପୁରୁଣା ନୋଟ୍ ଅଛି ତେବେ ଆପଣ ସହଜରେ ଘରେ ବସି ୭ ଲକ୍ଷ ଟଙ୍କା ରୋଜଗାର କରିପାରେ ।