ଭାରତୀୟ ବଂଶୋଦ୍ଭବ ଏହି ୨ ଖେଳାଳି ଭାଙ୍ଗିଲେ ଟିମ୍ ଇଣ୍ଡିଆର ସ୍ୱପ୍ନ, ଶେଷ ୫୨ ବଲ୍ ପର୍ଯ୍ୟନ୍ତ ଚାଲିଥିଲା ସଂଘର୍ଷ
Advertisement

ଭାରତୀୟ ବଂଶୋଦ୍ଭବ ଏହି ୨ ଖେଳାଳି ଭାଙ୍ଗିଲେ ଟିମ୍ ଇଣ୍ଡିଆର ସ୍ୱପ୍ନ, ଶେଷ ୫୨ ବଲ୍ ପର୍ଯ୍ୟନ୍ତ ଚାଲିଥିଲା ସଂଘର୍ଷ

ନ୍ୟୁଜିଲାଣ୍ଡ କ୍ରିକେଟ୍ ଦଳ ମ୍ୟାଚର ଶେଷ ଇନିଂସରେ ୯ ୱିକେଟ୍ ହରାଇ ୧୬୫ ରନ୍ ସଂଗ୍ରହ କରିଥିଲା ​। ରଚିନ୍ ରବିନ୍ଦ୍ର (Rachin Ravindra) ଓ ଅଜାଜ ପଟେଲ (Ajaz Patel) ସଂଯମତା ପ୍ରଦର୍ଶନ କରିଥିଲେ ଓ ଦଶମ ୱିକେଟ୍ ଖସିବାକୁ ଦେଇନଥିଲେ । 

ଭାରତୀୟ ବଂଶୋଦ୍ଭବ ଏହି ୨ ଖେଳାଳି ଭାଙ୍ଗିଲେ ଟିମ୍ ଇଣ୍ଡିଆର ସ୍ୱପ୍ନ, ଶେଷ ୫୨ ବଲ୍ ପର୍ଯ୍ୟନ୍ତ ଚାଲିଥିଲା ସଂଘର୍ଷ

ନୂଆଦିଲ୍ଲୀ: India vs New Zealand 1st Test Match: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୨ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍ ଡ୍ର ହୋଇଯାଇଛି । ଏହି ଲଢ଼େଇ ଶେଷ ବଲ୍ ପର୍ଯ୍ୟନ୍ତ ଚାଲିଥିଲା, ଯାହା ପରେ ସମସ୍ତ ଖେଳାଳି ପାଭିଲିୟନକୁ ଫେରିବାକୁ ବାଧ୍ୟ ହୋଇଥିଲେ । ଭାରତୀୟ ବୋଲରମାନେ ବହୁ ଚେଷ୍ଟା କରିବା ସତ୍ତ୍ୱେ ଶେଷରେ ନ୍ୟୁଜିଲାଣ୍ଡ ଦଳର ଏପରି ୨ ଖେଳାଳିଙ୍କ ଯୋଗୁଁ ମ୍ୟାଚ୍ ଜିତିବାରେ ଅସଫଳ ହୋଇଛନ୍ତି, ସେହି ଖେଳାଳିମାନେ ହେଉଛନ୍ତି ଭାରତୀୟ ବଂଶୋଦ୍ଭବ ।

ରଚିନ୍-ଏଜାଜ୍ ଭାଙ୍ଗିଲା ଭାରତର ସ୍ୱପ୍ନ

ନ୍ୟୁଜିଲାଣ୍ଡ କ୍ରିକେଟ୍ ଦଳ ମ୍ୟାଚର ଶେଷ ଇନିଂସରେ ୯ ୱିକେଟ୍ ହରାଇ ୧୬୫ ରନ୍ ସଂଗ୍ରହ କରିଥିଲା ​। ରଚିନ୍ ରବିନ୍ଦ୍ର (Rachin Ravindra) ଓ ଅଜାଜ ପଟେଲ (Ajaz Patel) ସଂଯମତା ପ୍ରଦର୍ଶନ କରିଥିଲେ ଓ ଦଶମ ୱିକେଟ୍ ଖସିବାକୁ ଦେଇନଥିଲେ । ରାଚିନ୍ ୯୧ ବଲରେ ୧୮* ରନ୍ ସଂଗ୍ରହ କରିଥିଲେ ଓ ଏଜାଜ୍ ୨୩ ବଲରେ ୨* ରନର ସ୍କୋର କରିଥିଲେ ।

ଏକଦା ଭାରତର ବିଜୟ ସହଜ ମନେ ହେଉଥିଲା

ନ୍ୟୁଜିଲାଣ୍ଡ  (New Zealand Team) ର ଦ୍ୱିତୀୟ ଇନିଂସରେ ନବମ ୱିକେଟ୍ ଟିମ୍ ସାଉଥ୍  (Tim Southee) ଭାବରେ ଖସିଥିଲା, ଯେତେବେଳେ ରବିନ୍ଦ୍ର ଜାଡେଜା ତାଙ୍କୁ LBW ଆଉଟ୍ କରିଥିଲେ । ସେତେବେଳେ କିୱି ଦଳର ସ୍କୋର ୧୫୫/୯ ହୋଇଯାଇଥିଲା ଓ  ଟିମ୍ ଇଣ୍ଡିଆର ବିଜୟ ନିଶ୍ଚିତ ପ୍ରାୟ ଲାଗୁଥଲା କାରଣ ଦଳକୁ ପ୍ରାୟ ୯-୧୦ ଓଭରରେ ଗୋଟିଏ ୱିକେଟ୍ ନେବାର ଥିଲା ।

ଶେଷ ୫୨ ବଲ ପର୍ଯ୍ୟନ୍ତ ଚାଲିଥିଲା ସଂଘର୍ଷ 

ମ୍ୟାଚର ଶେଷ ଘଣ୍ଟାରେ ରଚିନ୍ ରବିନ୍ଦ୍ର ଓ ଅଜାଜ ପଟେଲ ଚମତ୍କାର ଖେଳ ​​ପ୍ରଦର୍ଶନ କରିଥିଲେ ଓ ପରବର୍ତ୍ତୀ ୫୨ ବଲ୍ ପର୍ଯ୍ୟନ୍ତ ନିଜ ୱିକେଟ୍ ବଞ୍ଚାଇ ରଖିଥିଲେ । ଭାରତୀୟ ବୋଲରଙ୍କ ସାମ୍ନା ସାହସିକତା ସହ କରିଥିଲେ ।

ଭାରତୀୟ ବଂଶୋଦ୍ଭବ ହେଉଛନ୍ତି ରବିନ୍ଦ୍ର

ରଚିନ୍ ରବିନ୍ଦ୍ର (Rachin Ravindra) ୧୮ ନଭେମ୍ବର ୧୯୯୯ରେ ୱେଲିଙ୍ଗଟନ (Wellington) ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ରବି କୃଷ୍ଣମୂର୍ତ୍ତୀ (Ravi Krishnamurthy) ବେଙ୍ଗାଲୁରୁ (Bengaluru) ସହ ସମ୍ପର୍କ ରଖନ୍ତି । ସେ ପେଶାରେ ଜଣେ ସଫ୍ଟୱେର୍ ସିଷ୍ଟମ ଆର୍କିଟେକ୍ଟ ଅଟନ୍ତି । ତାଙ୍କ ମାତାଙ୍କ ନାମ ଦୀପା କୃଷ୍ଣମୂର୍ତ୍ତୀ (Deepa Krishnamurthy) ।

ଏଜାଜ ମଧ୍ୟ ହେଉଛନ୍ତି ଭାରତୀୟ ବଂଶୋଦ୍ଭବ 

ଏଜାଜ ପଟେଲ (Ajaz Patel) ମଧ୍ୟ ଭାରତୀୟ ବଂଶୋଦ୍ଭବ, ସେ ୨୧ ଅକ୍ଟୋବର ୧୯୮୮ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ପରେ ସେ ୧୬ ନଭେମ୍ବର ୨୦୧୮ରେ ପାକିସ୍ତାନ ବିପକ୍ଷରେ କିୱି ଦଳ ପାଇଁ ଟେଷ୍ଟ ଡେବ୍ୟୁ କରିଥିଲେ । ଚାଲିଥିବା କାନପୁର ଟେଷ୍ଟର ପ୍ରଥମ ଇନିଂସରେ ୨ଟି ୱିକେଟ୍ ଓ ଦ୍ୱିତୀୟ ଇନିଂସରେ ୧ ୱିକେଟ୍ ନେଇଥିଲେ ।

ଏହା ବି ପଢ଼ନ୍ତୁ:-୩୦ ବର୍ଷ ପରେ କଂଗ୍ରେସରେ ଦେଖିବାକୁ ମିଳୁଛି 'ଖୁସି', କିନ୍ତୁ ୟୁପି ଜିତିବା ପାଇଁ ଦଳ ସାମ୍ନାରେ ରହିଛି ଏସବୁ ଚ୍ୟାଲେଞ୍ଜ

ଏହା ବି ପଢ଼ନ୍ତୁ:-ଚୀନର ଋଣ ଜାଲରେ ଫସିଲା ଆଉ ଏକ ଦେଶ, 'ଡ୍ରାଗନ'କୁ ହସ୍ତାନ୍ତର କରିବାକୁ ବାଧ୍ୟ ହେଲା ଦେଶର ଏକମାତ୍ର ଅନ୍ତର୍ଜାତୀୟ ବିମାନବନ୍ଦର

ଏହା ବି ପଢ଼ନ୍ତୁ:-ପୁଣି ଟେନସନ୍ ବଢ଼ାଇଲା ଚୀନ; ପୂର୍ବ ଲଦାଖ ନିକଟରେ ରାଜପଥ ନିର୍ମାଣ କରୁଛି ଡ୍ରାଗନ୍, LAC ରେ ମିସାଇଲ୍ ରେଜିମେଣ୍ଟ ମଧ୍ୟ କଲା ମୁତୟନ

ଏହା ବି ପଢ଼ନ୍ତୁ:-WHO ଏହିପରି କରିଥାଏ ମାରାତ୍ମକ କୋରୋନା ଭାରିଆଣ୍ଟର ନାମକରଣ, ଜାଣନ୍ତୁ ପୂରା ବିଷୟ...

ଏହା ବି ପଢ଼ନ୍ତୁ:-ପୁରୁଷଙ୍କ ଯୌନ ସମସ୍ୟାକୁ ଦୂର କରିବାରେ ପ୍ରଭାବଶାଳୀ କେବଳ ୨ଟି ଖଜୁରୀ, ଏହି ଉପାୟରେ କରନ୍ତୁ ସେବନ ତା'ପରେ ଦେଖନ୍ତୁ କମାଲ!