ରେଳ ଯାତ୍ରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍! ରେଲୱେ ପୁଣି ଘୋଷଣା କଲା ଅନେକ ଟ୍ରେନ୍, ଦେଖନ୍ତୁ ପୁରା ଲିଷ୍ଟ୍
Advertisement

ରେଳ ଯାତ୍ରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍! ରେଲୱେ ପୁଣି ଘୋଷଣା କଲା ଅନେକ ଟ୍ରେନ୍, ଦେଖନ୍ତୁ ପୁରା ଲିଷ୍ଟ୍

ଏହି ପର୍ଯ୍ୟାୟରେ ଯାତ୍ରୀଙ୍କ ଯାତ୍ରାକୁ ସହଜ କରିବା ପାଇଁ ରେଳବାଇ ୪ ଶତାବ୍ଦୀ ସମେତ ଅନେକ ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇଛି । ଏଥିମଧ୍ୟରେ ନୂଆଦିଲ୍ଲୀ-ଅମୃତସର (ଦୈନିକ), ନୂଆଦିଲ୍ଲୀ-ଅମୃତସର (ସାପ୍ତାହିକ), ଚଣ୍ଡିଗଡ଼-ଦିଲ୍ଲୀ (ସପ୍ତାହରେ ୬ ଦିନ), ନୂଆଦିଲ୍ଲୀ-ଦୌରାଇ (ଦୈନିକ) ସାମିଲ ରହିଛି । ଏହା ବ୍ୟତୀତ ସପ୍ତାହରେ ତିନି ଦିନ ସରାଇ ରୋହିଲ୍ଲା-ଜମ୍ମୁ ତାୱି ମଧ୍ୟରେ ଦୁରନ୍ତୋ ସ୍ପେଶାଲ ଚାଲିବ । ଟ୍ରେନ୍ ନମ୍ବର 02265/02266 ଦିଲ୍ଲୀ ସରାଇ ରୋହିଲ୍ଲା-ଜମ୍ମୁତୱି-ଦିଲ୍ଲୀ ସରାଇ ରୋହିଲ୍ଲା ଦୁରନ୍ତୋ ଏକ୍ସପ୍ରେସ ସ୍ପେଶାଲ ସପ୍ତାହରେ ତିନି ଦିନ ଚାଲିବ ।

ରେଳ ଯାତ୍ରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍! ରେଲୱେ ପୁଣି ଘୋଷଣା କଲା ଅନେକ ଟ୍ରେନ୍, ଦେଖନ୍ତୁ ପୁରା ଲିଷ୍ଟ୍

ନୂଆଦିଲ୍ଲୀ: Indian Railways: ଦେଶରେ କୋରୋନାର ଦ୍ୱିତୀୟ ଲହରୀ (Second Wave of Coronavirus) ଦିନକୁ ଦିନ ଅନିୟନ୍ତ୍ରିତ ହେବାରେ ଲାଗିଛି । କୋରୋନା (COVID-19) ନିୟନ୍ତ୍ରଣ ବାହାରେ ହୋଇଯିବାରୁ ଅନେକ ସ୍ଥାନରେ ମିନି ଲକଡାଉନ୍ (Lockdown) ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଏହାସହ ଅନେକ ସ୍ଥାନରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି । ତେଣୁ ଲୋକଙ୍କ ମଧ୍ୟରେ ପୁଣି ଥରେ ଆତଙ୍କ ଦେଖାଦେଇଛି । ମହାରାଷ୍ଟ୍ର, ଗୁଜୁରାଟ ଓ ପଞ୍ଜାବ ସମେତ ଅନେକ ରାଜ୍ୟରୁ ପୁଣି ଥରେ ପଳାୟନ ଆରମ୍ଭ ହୋଇଛି । ସ୍ଥିତି ଏପରି ହୋଇଯାଇଛି ଯେ ଉତ୍ତର ଭାରତ ଆଡକୁ ଯାଉଥିବା ଟ୍ରେନ (Trains) ରେ ଟିକେଟ୍ ମିଳୁନାହିଁ । ଯାତ୍ରୀମାନଙ୍କ ଭିଡ଼କୁ ଦୃଷ୍ଟିରେ ରଖି ରେଳବାଇ (Indian Railways) ସ୍ୱତନ୍ତ୍ର ଟ୍ରେନ୍ ଚଳାଉଛି ଏବଂ ବର୍ତ୍ତମାନ ଟ୍ରେନର ସେବା ବୃଦ୍ଧି ପାଇଁ ପ୍ରୟାସ ମଧ୍ୟ ଚାଲିଛି ।

ଅଧିକ ପଢ଼ନ୍ତୁ:-କୋରୋନାର ଦ୍ୱିତୀୟ ଲହରୀ ଭାଙ୍ଗିଲା ସମସ୍ତ ରେକର୍ଡ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୪୫ ହଜାର ନୂତନ ସଂକ୍ରମିତ ଚିହ୍ନଟ, ୧୦ ଲକ୍ଷ ପାର କଲା ସକ୍ରିୟ ମାମଲା

ଏହି ପର୍ଯ୍ୟାୟରେ ଯାତ୍ରୀଙ୍କ ଯାତ୍ରାକୁ ସହଜ କରିବା ପାଇଁ ରେଳବାଇ ୪ ଶତାବ୍ଦୀ ସମେତ ଅନେକ ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇଛି । ଏଥିମଧ୍ୟରେ ନୂଆଦିଲ୍ଲୀ-ଅମୃତସର (ଦୈନିକ), ନୂଆଦିଲ୍ଲୀ-ଅମୃତସର (ସାପ୍ତାହିକ), ଚଣ୍ଡିଗଡ଼-ଦିଲ୍ଲୀ (ସପ୍ତାହରେ ୬ ଦିନ), ନୂଆଦିଲ୍ଲୀ-ଦୌରାଇ (ଦୈନିକ) ସାମିଲ ରହିଛି । ଏହା ବ୍ୟତୀତ ସପ୍ତାହରେ ତିନି ଦିନ ସରାଇ ରୋହିଲ୍ଲା-ଜମ୍ମୁ ତାୱି ମଧ୍ୟରେ ଦୁରନ୍ତୋ ସ୍ପେଶାଲ ଚାଲିବ । ଟ୍ରେନ୍ ନମ୍ବର 02265/02266 ଦିଲ୍ଲୀ ସରାଇ ରୋହିଲ୍ଲା-ଜମ୍ମୁତୱି-ଦିଲ୍ଲୀ ସରାଇ ରୋହିଲ୍ଲା ଦୁରନ୍ତୋ ଏକ୍ସପ୍ରେସ ସ୍ପେଶାଲ ସପ୍ତାହରେ ତିନି ଦିନ ଚାଲିବ ।

ଅଧିକ ପଢ଼ନ୍ତୁ:-ସରକାର ବଦଳାଇଲେ ପେନସନର ନିୟମ, ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ହେବ ବଡ଼ ଲାଭ

ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନର ନୂତନ ତାଲିକା...

୧. ଟ୍ରେନ୍ ନମ୍ବର 02265/02266 - ଦିଲ୍ଲୀ ସରାଇ ରୋହିଲ୍ଲା-ଜମ୍ମୁତୱି ଦୁରନ୍ତୋ ଏକ୍ସପ୍ରେସ ସ୍ପେଶାଲ ଏପ୍ରିଲ ୧୧ରୁ ଚାଲିବ ।

୨. ଟ୍ରେନ୍ ନମ୍ବର 02013/02014 - ନୂଆଦିଲ୍ଲୀ-ଅମୃତସର ଶତାବ୍ଦୀ ଦୈନିକ ଏକ୍ସପ୍ରେସ ଏପ୍ରିଲ ୧୦ରୁ ଚାଲିବ ।

୩. ଟ୍ରେନ୍ ନମ୍ବର 04051/04052- ନୂଆଦିଲ୍ଲୀ-ଦୌରାଇ-ନୂଆଦିଲ୍ଲୀ ଦୈନିକ ଶତାବ୍ଦୀ ଏପ୍ରିଲ ୧୦ରେ ଚାଲିବ ।

୪. ଟ୍ରେନ୍ ନମ୍ବର 04053/04054- ନୂଆଦିଲ୍ଲୀ-ଅମୃତସର ସାପ୍ତାହିକ ଶତାବ୍ଦୀ ସାପ୍ତାହିକ ଏପ୍ରିଲ ୧୧ରୁ ଚାଲିବ ।

୫. ଟ୍ରେନ୍ ନମ୍ବର 02046/02045- ଚଣ୍ଡିଗଡ଼-ନୂଆଦିଲ୍ଲୀ-ଚଣ୍ଡିଗଡ଼ ଶତାବ୍ଦୀ ଏପ୍ରିଲ ୧୦ରୁ ଚାଲିବ । ଏହି ଟ୍ରେନ୍ ବୁଧବାର ଚାଲିବ ନାହିଁ ।

୬.ଟ୍ରେନ୍ ନମ୍ବର 06097/06098- କୋଚୁଭେଲି-ଯୋଗନଗରୀ ଋଷିକେଶ-କୋଚୁଭେଲି ସାପ୍ତାହିକ ସୁପରଫାଷ୍ଟ ସ୍ପେଶାଲ ଏପ୍ରିଲ ୧୬ରୁ ଚାଲିବ ।

୭. ଟ୍ରେନ୍ ନମ୍ବର 06151/06152- ଚେନ୍ନାଇ-ହଜରତ ନିଜାମୁଦ୍ଦିନ-ଚେନ୍ନାଇ ସାପ୍ତାହିକ ଗରୀବ ରଥ ସ୍ପେଶାଲ ଚାଲିବ ।

୮. ଟ୍ରେନ୍ ନମ୍ବର 06155/06156- ମଦୁରାଇ-ହଜରତ ନିଜାମୁଦ୍ଦିନ-ମଦୁରାଇ ଏପ୍ରିଲ ୨୦ରୁ ସପ୍ତାହରେ ଦୁଇ ଦିନ ଚାଲିବ ।

୯. ଟ୍ରେନ୍ ନମ୍ବର 02349/02350- ସାପ୍ତାହିକ ହମସଫର ଏକ୍ସପ୍ରେସ  ଗୋଡ୍ଡା-ନୂଆଦିଲ୍ଲୀରୁ ଏପ୍ରିଲ ୧୯ରୁ ଚାଲିବ ।

୧୦. ଟ୍ରେନ୍ ନମ୍ବର 02307/02308- ଏପ୍ରିଲ୍ ୧୯ରୁ ଗୋଡ୍ଡା ଠାରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ନିୟମିତ ଚାଲିବ ।

୧୧. ଟ୍ରେନ୍ ନମ୍ବର 01401 ସୁପରଫାଷ୍ଟ ସ୍ପେଶାଲ୍ ଟ୍ରେନ୍ - ପୁଣେରୁ ଏପ୍ରିଲ ୯, ୧୧, ୧୬ ଏବଂ ୧୯ରେ ଚାଲିବ । ଏହି ଟ୍ରେନ୍ ଦାନାପୁର ଯାଏ ଯିବ ।

୧୨. ଟ୍ରେନ୍ ନମ୍ବର 01402 ସ୍ୱତନ୍ତ୍ର ଟ୍ରେନ୍ ଏପ୍ରିଲ ୧୧,୧୩,୧୮ ଏବଂ ୨୦ରେ ଦାନପୁରରୁ ଚାଲିବ । ଏହା ପୁଣେକୁ ଯିବ । ଏହି ଟ୍ରେନ୍ ଦାନପୁରରୁ ଅପରାହ୍ନ ୪ ଟାରେ ପ୍ରସ୍ଥାନ କରିବ ।