ରେଲୱେ ଦେଲା ଆଉ ଏକ ଖୁସି ଖବର: ଘୋଷଣା କଲା ଅନେକ ସ୍ୱତନ୍ତ୍ର ଟ୍ରେନ୍, ଦେଖନ୍ତୁ ପୁରା ଲିଷ୍ଟ୍
Advertisement

ରେଲୱେ ଦେଲା ଆଉ ଏକ ଖୁସି ଖବର: ଘୋଷଣା କଲା ଅନେକ ସ୍ୱତନ୍ତ୍ର ଟ୍ରେନ୍, ଦେଖନ୍ତୁ ପୁରା ଲିଷ୍ଟ୍

ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ (Indian Railways) ଆହୁରି ଅନେକ ସ୍ୱତନ୍ତ୍ର ଟ୍ରେନ୍ ଘୋଷଣା କରିଛି । ଭାରତୀୟ ରେଲୱେ ଦ୍ୱାରା ଏହି ଟ୍ରେନଗୁଡ଼ିକର ଘୋଷଣା ବଡୋଦରା-ଜାମନଗର, ନନ୍ଦେଡ-ଶ୍ରୀଗଙ୍ଗାନଗର, ମୁମ୍ବାଇ ସେଣ୍ଟ୍ରାଲ-ବଲସାଡ ରୁଟ୍ ପାଇଁ କରାଯାଇଛି । 

ରେଲୱେ ଦେଲା ଆଉ ଏକ ଖୁସି ଖବର: ଘୋଷଣା କଲା ଅନେକ ସ୍ୱତନ୍ତ୍ର ଟ୍ରେନ୍, ଦେଖନ୍ତୁ ପୁରା ଲିଷ୍ଟ୍

ନୂଆଦିଲ୍ଲୀ: ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ (Indian Railways) ଆହୁରି ଅନେକ ସ୍ୱତନ୍ତ୍ର ଟ୍ରେନ୍ ଘୋଷଣା କରିଛି । ଭାରତୀୟ ରେଲୱେ ଦ୍ୱାରା ଏହି ଟ୍ରେନଗୁଡ଼ିକର ଘୋଷଣା ବଡୋଦରା-ଜାମନଗର, ନନ୍ଦେଡ-ଶ୍ରୀଗଙ୍ଗାନଗର, ମୁମ୍ବାଇ ସେଣ୍ଟ୍ରାଲ-ବଲସାଡ ରୁଟ୍ ପାଇଁ କରାଯାଇଛି । ଯାତ୍ରୀମାନଙ୍କୁ ଏହି ଟ୍ରେନରେ ଯାତ୍ରା କରିବା ସମୟରେ କୋଭିଡ-19 (COVID-19) କୁ ରୋକିବା ପାଇଁ ପୂର୍ବ ପରି ପ୍ରୋଟୋକଲକୁ ଅନୁସରଣ କରିବାକୁ ପଡିବ । ଭାରତୀୟ ରେଳବାଇ ଦ୍ୱାରା ପରିଚାଳିତ ଏହି ସ୍ୱତନ୍ତ୍ର ଟ୍ରେନ୍ ବିଷୟରେ ଅଧିକ ସୂଚନା ପାଇଁ ଆପଣ www.enquiry.indianrail.gov.in ଭିଜିଟ କରିପାରିବେ । ଆସନ୍ତୁ ଜାଣିବା ଭାରତୀୟ ରେଳବାଇ କେଉଁ ଟ୍ରେନ୍ ଘୋଷଣା କରିଛି ।

ଅଧିକ ପଢ଼ନ୍ତୁ:-ଆସିଯାଇଛି ମାର୍ଚ୍ଚ ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍

୧. 02959 ଭଡୋଦରା ଠାରୁ ଜାମନଗର ସୁପରଫାଷ୍ଟ ସ୍ପେଶାଲ୍ (ସପ୍ତାହରେ ୫ ଦିନ - ରବିବାର ଓ ବୁଧବାର ଚାଲିବ ନାହିଁ) - ଏହି ସ୍ୱତନ୍ତ୍ର ଟ୍ରେନ୍ ମାର୍ଚ୍ଚ ୧ରୁ ପ୍ରତିଦିନ ଦିନ ୧୫.୫୦ରେ ଭଡୋଦରା ରେଳ ଷ୍ଟେସନରୁ ପ୍ରସ୍ଥାନ କରିବ ଓ ସେହି ଦିନ ଜାମନଗରରେ ରାତି ୨୩.୩୫ରେ ପହଞ୍ଚିବ । 

୨. 02960 ଜାମନଗରରୁ ଭଡୋଦରା ସୁପରଫାଷ୍ଟ ସ୍ପେଶାଲ୍ (ସପ୍ତାହରେ ୫ ଦିନ - ରବିବାର ଓ ବୁଧବାର ଚାଲିବ ନାହିଁ) - ଏହି ସ୍ୱତନ୍ତ୍ର ଟ୍ରେନ୍ ଜାମନଗର ରେଳ ଷ୍ଟେସନରୁ ମାର୍ଚ୍ଚ ୧ରୁ ପ୍ରତିଦିନ ସକାଳ ୪.୪୫ରେ ଛାଡିବ ଏବଂ ସେହି ଦିନ ରାତି ୧୨.୩୦ରେ ଭଡୋଦାରେ ପହଞ୍ଚିବ ।

୩. 07623 ନାନ୍ଦେଡରୁ ଶ୍ରୀଗଙ୍ଗାନଗର ସ୍ପେଶାଲ୍ (ସପ୍ତାହରେ ଗୋଟିଏ ଦିନ) - ସ୍ୱତନ୍ତ୍ର ଭଡା ସହିତ- ଏହି ସ୍ୱତନ୍ତ୍ର ଟ୍ରେନ୍ ନାନ୍ଦେଡ ରେଳ ଷ୍ଟେସନରୁ ଏପ୍ରିଲ ୧ରୁ ପ୍ରତି ଗୁରୁବାର ସକାଳ ୬.୫୦ରେ ଚାଲିବ ଏବଂ ପରଦିନ ସନ୍ଧ୍ୟା ୧୯.୨୦ରେ ଶ୍ରୀଗଙ୍ଗାନଗରରେ ପହଞ୍ଚିବ ।

ଅଧିକ ପଢ଼ନ୍ତୁ:-ମାର୍ଚ୍ଚ ୧ରୁ ବଦଳିଯିବ ବ୍ୟାଙ୍କିଂ ଓ LPG ସିଲିଣ୍ଡର ସହ ଜଡ଼ିତ ଏହି ନିୟମ, ଦେଶର କୋଟି କୋଟି ଲୋକ ହେବେ ପ୍ରଭାବିତ!

୪. 07624 ଶ୍ରୀଗଙ୍ଗାନଗରରୁ ନାନ୍ଦେଡ୍ ସ୍ପେଶାଲ୍ (ସପ୍ତାହରେ ଗୋଟିଏ ଦିନ) - ସ୍ୱତନ୍ତ୍ର ଭଡା ସହିତ- ଏପ୍ରିଲ ୩ରୁ ଏହି ସ୍ୱତନ୍ତ୍ର ଟ୍ରେନ୍ ଶ୍ରୀଗଙ୍ଗାନଗର ରେଳ ଷ୍ଟେସନରୁ ପ୍ରତ୍ୟେକ ଶନିବାର ଅପରାହ୍ନ ୧୨.୩୦ରେ ଛାଡ଼ିବ ଏବଂ ସୋମବାର ଅପରାହ୍ନ ୨.୩୦ରେ ନାନ୍ଦେଡରେ ପହଞ୍ଚିବ ।

୫. 09023 ମୁମ୍ବାଇ ସେଣ୍ଟ୍ରାଲରୁ ଭାଲସାଡ ସ୍ପେଶାଲ (ଦୈନିକ) - ଏହି ସ୍ୱତନ୍ତ୍ର ଟ୍ରେନ ମୁମ୍ବାଇ ସେଣ୍ଟ୍ରାଲ ରେଳ ଷ୍ଟେସନରୁ ମାର୍ଚ୍ଚ ୧ରୁ ସନ୍ଧ୍ୟା ୧୮.୧୦ରୁ ଚାଲିବ ଏବଂ ସେହି ଦିନ ବଲସାଦ ରେଳ ଷ୍ଟେସନରେ ରାତି ୨୩.୦୫ରେ ପହଞ୍ଚିବ ।

୬. 09024 ଭାଲସାଲାଡରୁ ମୁମ୍ବାଇ ସେଣ୍ଟ୍ରାଲ୍ ସ୍ପେଶାଲ୍ (ଦୈନିକ) - ଏହି ସ୍ୱତନ୍ତ୍ର ଟ୍ରେନ ମାର୍ଚ୍ଚ ୧ରୁ ପ୍ରତିଦିନ ସକାଳ ୦୪.୪୦ରେ ବଲସାଦ ରେଳ ଷ୍ଟେସନରୁ ଚାଲିବ ଏବଂ ସେହି ଦିନ ସକାଳ ୯.୧୫ରେ ମୁମ୍ବାଇ ସେଣ୍ଟ୍ରାଲ ରେଳ ଷ୍ଟେସନରେ ପହଞ୍ଚିବ ।