ସଞ୍ଚୟ ଉପରେ ରିହାତି: ୨୪ ଘଣ୍ଟା ମଧ୍ୟରେ ସୁଧ ହାର ହ୍ରାସ କରିବାର ନିଷ୍ପତ୍ତି ଫେରାଇ ନେଲେ ମୋଦି ସରକାର, ଅର୍ଥ ମନ୍ତ୍ରୀ କହିଲେ- ଭୁଲରେ ଜାରି ହୋଇଯାଇଥିଲା ଆଦେଶ
Advertisement

ସଞ୍ଚୟ ଉପରେ ରିହାତି: ୨୪ ଘଣ୍ଟା ମଧ୍ୟରେ ସୁଧ ହାର ହ୍ରାସ କରିବାର ନିଷ୍ପତ୍ତି ଫେରାଇ ନେଲେ ମୋଦି ସରକାର, ଅର୍ଥ ମନ୍ତ୍ରୀ କହିଲେ- ଭୁଲରେ ଜାରି ହୋଇଯାଇଥିଲା ଆଦେଶ

ସୂଚନାଯୋଗ୍ୟ, ସରକାର ବୁଧବାର ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ (PPF) ଓ ନ୍ୟାସନାଲ ସେଭିଙ୍ଗ ସାର୍ଟିଫିକେଟ୍ (NSC) ସମେତ ଛୋଟ ସଞ୍ଚୟ ଯୋଜନାରେ ସୁଧ ହାରକୁ ୧.୧ ପ୍ରତିଶତ ହ୍ରାସ କରିଥିଲେ । ଏହି ହ୍ରାସ ଏପ୍ରିଲ୍ ୧ରୁ ଆରମ୍ଭ ହେଉଥିବା ୨୦୨୧-୨୨ର ପ୍ରଥମ ତ୍ରୈମାସିକ ପାଇଁ କରାଯାଇଥିଲା । ସୁଧ ହାର ହ୍ରାସର ଧାରା ସହିତ ଏହି ପଦକ୍ଷେପ ନିଆଯାଇଛି । ଅର୍ଥ ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁଯାୟୀ ପିପିଏଫ ଉପରେ ସୁଧ ୦.୭ ପ୍ରତିଶତ କମ୍ କରି ୬.୪ ପ୍ରତିଶତ କରାଯାଇଥିବାବେଳେ ଏନଏସସି ଉପରେ ୦.୯ ପ୍ରତିଶତ କମ୍ କରି ୫.୯ ପ୍ରତିଶତ କରିଦିଆଯାଇଥିଲା ।

ସଞ୍ଚୟ ଉପରେ ରିହାତି: ୨୪ ଘଣ୍ଟା ମଧ୍ୟରେ ସୁଧ ହାର ହ୍ରାସ କରିବାର ନିଷ୍ପତ୍ତି ଫେରାଇ ନେଲେ ମୋଦି ସରକାର, ଅର୍ଥ ମନ୍ତ୍ରୀ କହିଲେ- ଭୁଲରେ ଜାରି ହୋଇଯାଇଥିଲା ଆଦେଶ

ନୂଆଦିଲ୍ଲୀ: ମୋଦି ସରକାର (Modi Govt) କ୍ଷୁଦ୍ର ସଞ୍ଚୟ ଯୋଜନାରେ ସୁଧ ହାର (Interest Rates of Small Savings Schemes) ହ୍ରାସ କରିବାର ନିଷ୍ପତ୍ତି ପ୍ରତ୍ୟାହାର କରି ନେଇଛନ୍ତି । ୨୪ ଘଣ୍ଟା ମଧ୍ୟରେ ଅର୍ଥ ମନ୍ତ୍ରଣାଳୟ ଏହାର ଆଦେଶ ପ୍ରତ୍ୟାହାର କରିନେଇଛି । ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ (Nirmala Sitharaman) କହିଛନ୍ତି ଯେ, ସୁଧ ହାର (Interest Rate) ହ୍ରାସ କରିବାକୁ ନିର୍ଦ୍ଦେଶ ଭୁଲରେ ଦିଆଯାଇଛି । ସମସ୍ତ ଯୋଜନା ଉପରେ ସୁଧ ହାର ଗତ ବର୍ଷ ମାର୍ଚ୍ଚ ତ୍ରୈମାସିକ ପରି ରହିବ । ଛୋଟ ସଞ୍ଚୟ ଯୋଜନା ଉପରେ ପୁରୁଣା ସୁଧ ହାର ଜାରି ରହିବ । ସେଭିଂ ଆକାଉଣ୍ଟରେ ଜମା ହୋଇଥିବା ରାଶି ଉପରେ ଆପଣଙ୍କୁ ବାର୍ଷିକ ୪ ପ୍ରତିଶତ ସୁଧ ମିଳିବା ଜାରି ରହିବ ।

ଅଧିକ ପଢ଼ନ୍ତୁ:-କୋରୋନାର ପ୍ରକୋପ: ଏହି ଦେଶରେ ୪ ସପ୍ତାହ ପାଇଁ ଲାଗିଲା ଲକଡାଉନ, ସ୍କୁଲ ବି ରହିବ ବନ୍ଦ

ସୂଚନାଯୋଗ୍ୟ, ସରକାର ବୁଧବାର ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ (PPF) ଓ ନ୍ୟାସନାଲ ସେଭିଙ୍ଗ ସାର୍ଟିଫିକେଟ୍ (NSC) ସମେତ ଛୋଟ ସଞ୍ଚୟ ଯୋଜନାରେ ସୁଧ ହାରକୁ ୧.୧ ପ୍ରତିଶତ ହ୍ରାସ କରିଥିଲେ । ଏହି ହ୍ରାସ ଏପ୍ରିଲ୍ ୧ରୁ ଆରମ୍ଭ ହେଉଥିବା ୨୦୨୧-୨୨ର ପ୍ରଥମ ତ୍ରୈମାସିକ ପାଇଁ କରାଯାଇଥିଲା । ସୁଧ ହାର ହ୍ରାସର ଧାରା ସହିତ ଏହି ପଦକ୍ଷେପ ନିଆଯାଇଛି । ଅର୍ଥ ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁଯାୟୀ ପିପିଏଫ ଉପରେ ସୁଧ ୦.୭ ପ୍ରତିଶତ କମ୍ କରି ୬.୪ ପ୍ରତିଶତ କରାଯାଇଥିବାବେଳେ ଏନଏସସି ଉପରେ ୦.୯ ପ୍ରତିଶତ କମ୍ କରି ୫.୯ ପ୍ରତିଶତ କରିଦିଆଯାଇଥିଲା ।

ଅଧିକ ପଢ଼ନ୍ତୁ:-ଦେଶରେ ତାଣ୍ଡବ କରୁଛି କୋରୋନା, ୬ ମାସ ପରେ ଗୋଟିଏ ଦିନରେ ସାମ୍ନାକୁ ଆସିଲା ରେକର୍ଡ ସଂଖ୍ୟକ ମାମଲା...

ପାଞ୍ଚ ବର୍ଷର ବରିଷ୍ଠ ନାଗରିକ ସଞ୍ଚୟ ଯୋଜନାରେ ସୁଧ ହାର ୦.୯ ପ୍ରତିଶତ ହ୍ରାସ କରି ୬.୫ ପ୍ରତିଶତ କରିଦିଆଯାଇଥିଲା । ଏହି ଯୋଜନା ଅଧୀନରେ ତ୍ରୈମାସିକ ଆଧାରରେ ସୁଧ ଦିଆଯାଇଥାଏ । ପ୍ରଥମ ଥର ପାଇଁ ସଞ୍ଚୟ ଆକାଉଣ୍ଟରେ ଜମା ଉପରେ ସୁଧ ୦.୫ ପ୍ରତିଶତ ହ୍ରାସ କରି ୩.୫ ପ୍ରତିଶତ କରାଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଉପରେ ବାର୍ଷିକ ୪ ପ୍ରତିଶତ ସୁଧ ମିଳୁଥିଲା । ସୁଧରେ ସର୍ବାଧିକ ୧.୧ ପ୍ରତିଶତର ହ୍ରାସ ଏକ ବର୍ଷର ଜମା ରାଶି ଉପରେ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ପୁରୁଣା ସୁଧ ହାର ୫.୫ ପ୍ରତିଶତ ହିଁ ରହିବ ।

ଅଧିକ ପଢ଼ନ୍ତୁ:-ଯଦି ଆପଣ ଟ୍ରେନରେ ଯାତ୍ରା କରିବା ସମୟରେ କରିବେ ଏହି ଭୁଲ ତ ଆପଣଙ୍କୁ ୩ ବର୍ଷ ଯାଏ ହେବ ଜେଲ, ରେଲୱେ ଦେଲା ଚେତାବନୀ

ଜାରି ରହିବ ପୁରୁଣା ସ୍କିମ୍ 

ସେହିଭଳି ଦୁଇ ବର୍ଷ ପାଇଁ ଟର୍ମ ଜମା ଉପରେ ସୁଧକୁ ୦.୫ ପ୍ରତିଶତ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଥିଲା କିନ୍ତୁ ଏହା ଉପରେ ମଧ୍ୟ ୫.୫ ପ୍ରତିଶତ ସୁଧ ମିଳିବ । ଅନ୍ୟପକ୍ଷେ ତିନି ବର୍ଷର ଜମା ଉପରେ ପୁରୁଣା ସୁଧ ହାର ଜାରି ରହିବ । ଏଥି ସହିତ ପାଞ୍ଚ ବର୍ଷର ଜମା ଉପରେ ସୁଧ ୦.୯ ପ୍ରତିଶତ ହ୍ରାସ ହେବ ନାହିଁ । ପୁରୁଣା ସ୍କିମ୍ ଜାରି ରହିବ ।