ପାକିସ୍ତାନରେ ପହଞ୍ଚିଲେ ଆମେରିକା ସୈନ୍ୟ, ବଢ଼ିଲା ରାଜନୈତିକ ପାରା
Advertisement
Article Detail0/zeeodisha/odisha976827

ପାକିସ୍ତାନରେ ପହଞ୍ଚିଲେ ଆମେରିକା ସୈନ୍ୟ, ବଢ଼ିଲା ରାଜନୈତିକ ପାରା

ଅନ୍ୟପଟେ ଭାରତୀୟ ଗୁଇନ୍ଦା ଏଜେନ୍ସି ଦ୍ୱାରା ଜାରି କରାଯାଇଥିବା ଆଲର୍ଟରେ କୁହାଯାଇଛି ଯେ ପାକିସ୍ତାନରେ ବସିଥିବା ଆତଙ୍କବାଦୀମାନେ କଶ୍ମୀର ପାଇଁ କିଛି ବଡ ଯୋଜନା କରୁଛନ୍ତି । ଏଥିରେ ତାଲିବାନ ମଧ୍ୟ ତାଙ୍କୁ ସମର୍ଥନ କରିପାରେ ବୋଲି ମନେ କରାଯାଉଛି ।

ପାକିସ୍ତାନରେ ପହଞ୍ଚିଲେ ଆମେରିକା ସୈନ୍ୟ, ବଢ଼ିଲା ରାଜନୈତିକ ପାରା

ଇସଲାମାବାଦ: ଆଫଗାନିସ୍ତାନ (Afghanistan) ରୁ ଫେରି ଆସିଥିବା ଶହ ଶହ ଆମେରିକୀୟ ସୈନିକ (American soldiers) ଙ୍କ ପାକିସ୍ତାନ (Pakistan) ରେ ରହିବା ନେଇ ସେଠାରେ ଏକ ବଡ଼ ବିତର୍କ ଚାଲିଛି । ଏହି ମାମଲାରେ ଇମ୍ରାନ ସରକାର (Imran government) ବିରୋଧଙ୍କ ସମାଲୋଚନାର ଶିକାର ହେଉଛନ୍ତି । ସେପଟେ ଇମ୍ରାନ ସରକାରଙ୍କ ଗୃହମନ୍ତ୍ରୀ (Pakistan Home Minister) କହିଛନ୍ତି ଯେ ଆମେରିକାର ସୈନ୍ୟ (US military) ଅସ୍ଥାୟୀ ରୂପେ ସୀମିତ ଅବଧି ପାଇଁ ଏଠାରେ ଅଛନ୍ତି ।

ଆମେରିକାର ସେନା ଆଫଗାନିସ୍ତାନ ଛାଡିବା ସମୟରେ ଶହ ଶହ ଆମେରିକୀୟ ସୈନିକ (American soldiers) ପାକିସ୍ତାନରେ ପହଞ୍ଚିଛନ୍ତି । ଏହାକୁ ନେଇ ପାକିସ୍ତାନରେ ଚର୍ଚ୍ଚା ଜୋର ଧରିଛି ଯେ ଆମେରିକା ଏଠାରେ ସାମରିକ ବେସ ନିର୍ମାଣ କରିବାକୁ ଯାଉଛି । ପାକିସ୍ତାନର ଗୃହ ମନ୍ତ୍ରୀ ଶେଖ ରସିଦ ଅହମ୍ମଦ (Pakistan Interior Minister Sheikh Rashid Ahmed) ଏହି ଖବରକୁ ସମ୍ପୂର୍ଣ୍ଣ ଭୁଲ ବୋଲି କହିଛନ୍ତି ।

ଗୃହ ମନ୍ତ୍ରୀ ଡନ୍ ଖବରକାଗଜକୁ କହିଛନ୍ତି ଯେ ଆଫଗାନିସ୍ତାନରୁ ଫେରିବା ପରେ ଆମେରିକାର ସୈନିକମାନଙ୍କୁ ୨୧ରୁ ୩୦ ଦିନର ଟ୍ରାଞ୍ଜିଟ୍ ଭିସା ଦିଆଯାଇଛି । ପାକିସ୍ତାନ ମୁଶର୍ରଫ ଯୁଗକୁ ଫେରୁଛି କି ବୋଲି ପ୍ରଶ୍ନ କରିବାରୁ ସେ ଏହି କଥାକୁ ଖଣ୍ଡନ କରିଛନ୍ତି । ୨୦୦୨ରେ ସାମରିକ ଏକଛତ୍ରବାଦୀ ଶାସକ ପରଭେଜ ମୁଶର୍ରଫ ଆମେରିକାକୁ ଶ୍ୟାମସି ଓ ଜକୋବବାଦରେ ପାକିସ୍ତାନର ଏୟାରବେସ୍ ବ୍ୟବହାର କରିବାକୁ ଅନୁମତି ଦେଇଥିଲେ ।

ସେପଟେ ଶେଖ ରସିଦ ଅହମ୍ମଦ ବିରୋଧୀ ଦଳର ମେଣ୍ଟ ପିଡିଏମର ନେତା ଫଜଲୁର ରେହମାନଙ୍କ ସେହି କଥାକୁ ଖଣ୍ଡନ କରିଛନ୍ତି ଯେ ରାଜଧାନୀ ଇସଲାମାବାଦର ହୋଟେଲଗୁଡିକରେ ସରକାର ଆମେରିକାର ସୈନ୍ୟଙ୍କୁ ରଖୁଛନ୍ତି ।

ପାକିସ୍ତାନର ଗୃହମନ୍ତ୍ରୀ କହିଛନ୍ତି ଯେ ଆଫଗାନିସ୍ତାନରୁ ୨,୧୯୨ ଜଣ ଲୋକ ଟୋର୍କାମ ସୀମାରୁ. ୧୬୨୭ ବିମାନ ମାଧ୍ୟମରେ ପାକିସ୍ତାନ ପହଞ୍ଚିଛନ୍ତି । ଚମନ ସୀମାରୁ ବହୁତ କମ୍ ଲୋକ ଆସିଛନ୍ତି । ଚମନ ସୀମାରୁ ଉଭୟ ଦେଶ ମଧ୍ୟରେ ସାମାନ୍ୟ ପରିସ୍ଥିତିରେ ମଧ୍ୟ ଯିବା ଆସିବା ଲାଗି ରହିଥାଏ । ସେ ଏହା ମଧ୍ୟ କହିଛନ୍ତି ଯେ ତାଲିବାନ ପାକିସ୍ତାନକୁ ଆଶ୍ୱାସନା ଦେଇଛି ଯେ ସେମାନଙ୍କ ମାଟିରୁ କୌଣସି ଆତଙ୍କବାଦୀ କାର୍ଯ୍ୟକଳାପ କରିପାରିବାକୁ ଦେବେ ନାହିଁ ।

ଅନ୍ୟପଟେ ଭାରତୀୟ ଗୁଇନ୍ଦା ଏଜେନ୍ସି ଦ୍ୱାରା ଜାରି କରାଯାଇଥିବା ଆଲର୍ଟରେ କୁହାଯାଇଛି ଯେ ପାକିସ୍ତାନରେ ବସିଥିବା ଆତଙ୍କବାଦୀମାନେ କଶ୍ମୀର ପାଇଁ କିଛି ବଡ ଯୋଜନା କରୁଛନ୍ତି । ଏଥିରେ ତାଲିବାନ ମଧ୍ୟ ତାଙ୍କୁ ସମର୍ଥନ କରିପାରେ ବୋଲି ମନେ କରାଯାଉଛି ।

ଅଧିକ ପଢ଼ନ୍ତୁ:-ମାସର ପ୍ରଥମ ଦିନରେ ପେଟ୍ରୋଲ-ଡିଜେଲ ମୂଲ୍ୟରେ ହ୍ରାସ, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍

ଅଧିକ ପଢ଼ନ୍ତୁ:-ଆସିଯାଇଛି ସେପ୍ଟେମ୍ବର ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍

ଅଧିକ ପଢ଼ନ୍ତୁ:-ଆମେରିକା ଚାଲିଯିବା ମାତ୍ରେ ପଞ୍ଜଶୀର ଉପରେ ଆକ୍ରମଣ କଲା ତାଲିବାନ, ପାଲଟା ଆକ୍ରମଣରେ ଅନେକ ଆତଙ୍କୀ ନିହତ

ଅଧିକ ପଢ଼ନ୍ତୁ:-ନିଜ ମା'ବାପାଙ୍କୁ ଘରେ ରଖନ୍ତି ନାହିଁ ଏହି ୫ ବଲିଉଡ ତାରକା, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା