ଲତା ମଙ୍ଗେସକରଙ୍କୁ ଦିଆଯାଇଥିଲା ବିଷ, ବେଡରେ ପଡ଼ିଥିଲେ ୩ ମାସ
Advertisement
Article Detail0/zeeodisha/odisha1091126

ଲତା ମଙ୍ଗେସକରଙ୍କୁ ଦିଆଯାଇଥିଲା ବିଷ, ବେଡରେ ପଡ଼ିଥିଲେ ୩ ମାସ

Lata Mangeshkar Passes Away: ଲତା ମଙ୍ଗେସକର ଏକ ହଜାରରୁ ଅଧିକ ହିନ୍ଦୀ ଚଳଚ୍ଚିତ୍ର ଓ ୩୬ଟି ଆଞ୍ଚଳିକ ଚଳଚ୍ଚିତ୍ରରେ ଗୀତ ଗାଇଛନ୍ତି । ମୋଟ ଉପରେ ସେ ୫୦୦୦ରୁ ଅଧିକ ଗୀତରେ ସ୍ୱର ଦେଇଛନ୍ତି । ଏତେ ବର୍ଷ ମଧ୍ୟରେ ଲତା ଦିଦି ମଧୁବାଲା ଠାରୁ ଆରମ୍ଭ କରି ପ୍ରିୟଙ୍କା ଚୋପ୍ରାଙ୍କ ପାଇଁ ସ୍ୱର ଦେଇଛନ୍ତି ।

ଲତା ମଙ୍ଗେସକରଙ୍କୁ ଦିଆଯାଇଥିଲା ବିଷ, ବେଡରେ ପଡ଼ିଥିଲେ ୩ ମାସ

ନୂଆଦିଲ୍ଲୀ: Lata Mangeshkar Passes Away: ନିଜର ସୁମଧୁର ସ୍ୱର ମାଧ୍ୟମରେ କୋଟି କୋଟି ଲୋକଙ୍କୁ ବାନ୍ଧି ରଖିଥିବା ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର (Lata Mangeshkar) ଦୁନିଆରୁ ସବୁଦିନ ପାଇଁ ବିଦାୟ ନେଇଛନ୍ତି । ସେ ବଲିଉଡ ଚଳଚ୍ଚିତ୍ରରେ ଏପରି ଅନେକ ଗୀତ ଗାଇଛନ୍ତି ଯାହା ଏବେବି ଲୋକଙ୍କ ଓଠରେ ରହିଛି । କିନ୍ତୁ ଆଜି ଆମେ ଆପଣଙ୍କୁ ଲତା ମଙ୍ଗେସକରଙ୍କ ସେହି କାହାଣୀ କହିବୁ, ଯାହା ବିଷୟରେ ଆପଣ ଜାଣି ନଥିବେ । ଏହି କାହାଣୀ ଏକ ଷଡଯନ୍ତ୍ର ବିଷୟରେ ଯେଉଁଥିରେ ଲତା ଦିଦିଙ୍କୁ ହତ୍ୟା କରିବା ପାଇଁ ବିଷ ଦିଆଯାଇଥିଲା ।

ଲତା ଦିଦି (Lata Mangeshkar) ଙ୍କ ଏହି ହତ୍ୟା ପାଇଁ ଷଡ଼ଯନ୍ତ୍ର ବିଷୟରେ ତାଙ୍କ ଘନିଷ୍ଠ ବନ୍ଧୁ ପଦ୍ମ ସଚ୍ଚଦେବ (Padma Sachdeva) ଙ୍କ ପୁସ୍ତକ 'ଐସା କାହାଂ ସେ ଲାଉଂ'ରେ ମଧ୍ୟ ଉଲ୍ଲେଖ କରାଯାଇଛି । ଏଥିରେ କୁହାଯାଇଛି ଯେ ୩୩ ବର୍ଷ ବୟସରେ ଗାୟକଙ୍କୁ ହତ୍ୟା କରିବା ପାଇଁ ଏକ ଷଡ଼ଯନ୍ତ୍ର କରାଯାଇଥିଲା ।

ଏହି ଘଟଣା ୧୯୬୩ ମସିହାରେ ଘଟିଥିଲା । ଲତା ମଙ୍ଗେସକର ଗୁରୁତର ଅସୁସ୍ଥ ହୋଇପଡିଥିଲେ । ଡାକ୍ତରମାନଙ୍କୁ ଡକାଯାଇଥିଲା ଓ ଡାକ୍ତରୀ ପରୀକ୍ଷାରେ ଏହା ଜଣାପଡିଥିଲା ​​ଯେ ତାଙ୍କୁ ଧୀରେ ଧୀରେ ମାରୁଥିବା ବିଷ (Slow Poison) ଦିଆଯାଇଥିଲା । ଏହି ଘଟଣା ଗାୟକଙ୍କୁ ଶାରୀରିକ ସ୍ତରରେ ଦୁର୍ବଳ କରିଦେଇଥିଲା ଓ ସେ ପ୍ରାୟ ତିନିମାସ ଶଯ୍ୟାଶାୟୀ ଥିଲେ ।

ଏହା ବି ପଢ଼ନ୍ତୁ:-ତ୍ରିପୁରାରେ ବିଜେପିକୁ ବଡ଼ ଝଟକା! ଦଳରୁ ଇସ୍ତଫା ଦେଲେ ୨ ବିଧାୟକ

ଏହା ବି ପଢ଼ନ୍ତୁ:-କୁକୁର ସହ ମହିଳା ରଖିଲେ ଶାରୀରିକ ସମ୍ପର୍କ, ଫଟୋ ଦେଖି କୋର୍ଟ ଦେଲେ ଏହି ବଡ଼ ଦଣ୍ଡ

ଏହା ବି ପଢ଼ନ୍ତୁ:-ପୁରୁଷମାନେ ଯୌନ ଶକ୍ତି ବଢ଼ାଇବା ପାଇଁ ଆପଣାନ୍ତୁ ଏହି ୬ଟି ପ୍ରାକୃତିକ ଉପାୟ

ଏହା ବି ପଢ଼ନ୍ତୁ:-ଏହି ବଲିଉଡ଼ ଅଭିନେତ୍ରୀ ଏସବୁ ଫିଲ୍ମରେ ଦେଇଛନ୍ତି ଅତ୍ୟଧିକ ବୋଲ୍ଡ ସିନ୍, ନ୍ୟୁଡ୍ ଭିଡିଓ ମଧ୍ୟ ହୋଇସାରିଛି ଲିକ୍

 

ଏହି ଘଟଣାର ପରେ ତୁରନ୍ତ ତାଙ୍କ ରୋଷେଆ ମଜୁରୀ ନ ନେଇ ଘରୁ ଅଦୃଶ୍ୟ ହୋଇଯାଇଥିଲେ । ଏହା ପରେ ବଲିଉଡର ସ୍ୱର୍ଗତ ଗୀତିକାର ମଜରୁହ ସୁଲତାନପୁରୀ ନିୟମିତ ଭାବରେ ଦିଦିଙ୍କ ପାଖକୁ ଯାଉଥିଲେ, ପ୍ରଥମେ ତାଙ୍କ ଖାଦ୍ୟର ସ୍ବାଦ ଚାଖିଥିଲେ ଓ ତା’ପରେ ତାଙ୍କୁ ଖାଇବାକୁ ଅନୁମତି ଦେଉଥିଲେ ।

ଲତା ମଙ୍ଗେସକର ଏକ ହଜାରରୁ ଅଧିକ ହିନ୍ଦୀ ଚଳଚ୍ଚିତ୍ର ଓ ୩୬ଟି ଆଞ୍ଚଳିକ ଚଳଚ୍ଚିତ୍ରରେ ଗୀତ ଗାଇଛନ୍ତି । ମୋଟ ଉପରେ ସେ ୫୦୦୦ରୁ ଅଧିକ ଗୀତରେ ସ୍ୱର ଦେଇଛନ୍ତି । ଏତେ ବର୍ଷ ମଧ୍ୟରେ ଲତା ଦିଦି ମଧୁବାଲା ଠାରୁ ଆରମ୍ଭ କରି ପ୍ରିୟଙ୍କା ଚୋପ୍ରାଙ୍କ ପାଇଁ ସ୍ୱର ଦେଇଛନ୍ତି ।