ତ୍ରିପୁରାରେ ବିଜେପିକୁ ବଡ଼ ଝଟକା! ଦଳରୁ ଇସ୍ତଫା ଦେଲେ ୨ ବିଧାୟକ
Advertisement
Article Detail0/zeeodisha/odisha1091092

ତ୍ରିପୁରାରେ ବିଜେପିକୁ ବଡ଼ ଝଟକା! ଦଳରୁ ଇସ୍ତଫା ଦେଲେ ୨ ବିଧାୟକ

Tripura BJP MLA Sudip Roy Barman Resign: ତ୍ରିପୁରା ସରକାର (Tripura Government) ରେ ସୁଦୀପ ରୟ (Sudip Roy Burman) ଜଣେ ପୂର୍ବତନ ମନ୍ତ୍ରୀ ରହିଥିଲେ । ଦଳ ବିରୋଧୀ କାର୍ଯ୍ୟକଳାପ ଯୋଗୁଁ ତାଙ୍କୁ ମନ୍ତ୍ରୀ ପଦରୁ ହଟାଇ ଦିଆଯାଇଥିଲା । ଗଣମାଧ୍ୟମ ସହ କଥାବାର୍ତ୍ତା କରି ସେ କହିଥିଲେ ଯେ ରାଜ୍ୟରେ ଗଣତନ୍ତ୍ରର କୌଣସି ସ୍ଥାନ ନାହିଁ କାରଣ ଗଣତାନ୍ତ୍ରିକ ଅମ୍ଳଜାନ ଶେଷ ହୋଇଯାଇଛି । ରାଜ୍ୟରେ ଲୋକଙ୍କ ସ୍ୱରକୁ ଦମନ କରିବାର ମଧ୍ୟ ଅଭିଯୋଗ କରିଛନ୍ତି ସୁଦୀପ ରୟ ବର୍ମନ ।

ତ୍ରିପୁରାରେ ବିଜେପିକୁ ବଡ଼ ଝଟକା! ଦଳରୁ ଇସ୍ତଫା ଦେଲେ ୨ ବିଧାୟକ

ନୂଆଦିଲ୍ଲୀ: Tripura BJP MLA Sudip Roy Barman Resign: ତ୍ରିପୁରାରେ ଭାରତୀୟ ଜନତା ପାର୍ଟି (BJP) କୁ ବଡ଼ ଝଟକା ଲାଗିଛି । ସୋମବାର ତ୍ରିପୁରାର ବିଜେପି ବିଧାୟକ (BJP MLA) ସୁଦୀପ ରୟ ବର୍ମନ (Sudip Roy Burman) ବିଧାନସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଏହା ସହିତ ତାଙ୍କର ଘନିଷ୍ଠ ସହଯୋଗୀ ଆଶିଷ କୁମାର ସାହା (Ashish Kumar Saha) ମଧ୍ୟ ଇସ୍ତଫା ଦେଇଛନ୍ତି । ଉଭୟ ମଧ୍ୟ ବିଜେପିର ପ୍ରାଥମିକ ସଦସ୍ୟତା ଛାଡିଛନ୍ତି । ଯଦି ସୂତ୍ରକୁ ବିଶ୍ୱାସ କରାଯାଏ ତେବେ ଉଭୟ ଦିଲ୍ଲୀ ଆସିଛନ୍ତି । ସେମାନେ ଦିଲ୍ଲୀରେ କଂଗ୍ରେସରେ ଯୋଗ ଦେଇପାରନ୍ତି । ଗତ କିଛି ଦିନ ହେବ ସୁଦୀପ ରୟ ବର୍ମନ ଦଳ ଓ ସରକାରଙ୍କୁ ସମାଲୋଚନା କରୁଥିଲେ ।

ଏହାପୂର୍ବରୁ ଜାନୁଆରୀ ୨୯ରେ ବିଦ୍ରୋହୀ ବିଜେପି ବିଧାୟକ ସୁଦୀପ ରୟ ବର୍ମନ (Sudip Roy Burman) ତ୍ରିପୁରା ସରକାର ଉପରେ ଆକ୍ରମଣ କରିଥିଲେ । ସେ କହିଥିଲେ ଯେ, ରାଜ୍ୟରେ ଗଣତନ୍ତ୍ର ନାହିଁ ଓ ଲୋକମାନେ ଏଠାରେ ଶ୍ୱାସରୁଦ୍ଧ ହେଉଛନ୍ତି । ଏଥି ସହିତ ଦଳ ଛାଡିବା ପ୍ରଶ୍ନ ଉପରେ ସେ କହିଥିଲେ ଯେ ଲୋକଙ୍କୁ ପଚାରିବା ପରେ ସେ ତାଙ୍କ ଭବିଷ୍ୟତ ବିଷୟରେ ନିଷ୍ପତ୍ତି ନେବେ । ୨୦୨୩ରେ ତ୍ରିପୁରାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ।

ତ୍ରିପୁରା ସରକାର (Tripura Government) ରେ ସୁଦୀପ ରୟ (Sudip Roy Burman) ଜଣେ ପୂର୍ବତନ ମନ୍ତ୍ରୀ ରହିଥିଲେ । ଦଳ ବିରୋଧୀ କାର୍ଯ୍ୟକଳାପ ଯୋଗୁଁ ତାଙ୍କୁ ମନ୍ତ୍ରୀ ପଦରୁ ହଟାଇ ଦିଆଯାଇଥିଲା । ଗଣମାଧ୍ୟମ ସହ କଥାବାର୍ତ୍ତା କରି ସେ କହିଥିଲେ ଯେ ରାଜ୍ୟରେ ଗଣତନ୍ତ୍ରର କୌଣସି ସ୍ଥାନ ନାହିଁ କାରଣ ଗଣତାନ୍ତ୍ରିକ ଅମ୍ଳଜାନ ଶେଷ ହୋଇଯାଇଛି । ରାଜ୍ୟରେ ଲୋକଙ୍କ ସ୍ୱରକୁ ଦମନ କରିବାର ମଧ୍ୟ ଅଭିଯୋଗ କରିଛନ୍ତି ସୁଦୀପ ରୟ ବର୍ମନ ।

ଏହା ବି ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର! ମହଙ୍ଗା ଭତ୍ତାରେ ପୁଣି ହେବ ବୃଦ୍ଧି, ଜାଣନ୍ତୁ କେତେ ବଢ଼ିବ ଦରମା

ଏହା ବି ପଢ଼ନ୍ତୁ:-କୁକୁର ସହ ମହିଳା ରଖିଲେ ଶାରୀରିକ ସମ୍ପର୍କ, ଫଟୋ ଦେଖି କୋର୍ଟ ଦେଲେ ଏହି ବଡ଼ ଦଣ୍ଡ

ଏହା ବି ପଢ଼ନ୍ତୁ:-କୋରୋନା ମାମଲାରେ ଆସିଲା ବଡ଼ ଆଶ୍ୱସ୍ତିକର ଖବର

ଏହା ବି ପଢ଼ନ୍ତୁ:-ପୁରୁଷମାନେ ଯୌନ ଶକ୍ତି ବଢ଼ାଇବା ପାଇଁ ଆପଣାନ୍ତୁ ଏହି ୬ଟି ପ୍ରାକୃତିକ ଉପାୟ

ଏହା ବି ପଢ଼ନ୍ତୁ:-ଏହି ବଲିଉଡ଼ ଅଭିନେତ୍ରୀ ଏସବୁ ଫିଲ୍ମରେ ଦେଇଛନ୍ତି ଅତ୍ୟଧିକ ବୋଲ୍ଡ ସିନ୍, ନ୍ୟୁଡ୍ ଭିଡିଓ ମଧ୍ୟ ହୋଇସାରିଛି ଲିକ୍

 

ବିଧାୟକ କହିଛନ୍ତି ଯେ, ସିପିଆଇ (ଏମ) (CPI(M)) କୁ କ୍ଷମତାରୁ ହଟାଇବା ଓ ବିଜେପିକୁ କ୍ଷମତାକୁ ଆଣିବାରେ ତାଙ୍କର ପ୍ରମୁଖ ସହଯୋଗୀ ଆଶିଷ ସାହା ଓ ତାଙ୍କ କର୍ମକର୍ତ୍ତା ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନ ଗସ୍ତ କରିବା ସହ ଲୋକମାନଙ୍କ ସହ ଆଲୋଚନା କରୁଛନ୍ତି । ସେ କହିଛନ୍ତି ଯେ ଆମେ ବର୍ତ୍ତମାନ ସରକାରଙ୍କ ଦ୍ୱାରା ପୀଡିତ ଲୋକଙ୍କ ସ୍ୱର ଶୁଣିବା ଆରମ୍ଭ କରିଛୁ । ସେ ଦାବି କରିଛନ୍ତି ଯେ ସରକାର ବର୍ତ୍ତମାନ ସେମାନଙ୍କ ସ୍ୱାର୍ଥର ପୂର୍ତ୍ତି କରିବାରେ ସକ୍ଷମ ନୁହଁନ୍ତି ।