LIC ର ଏହି ପଲିସିରୁ ବଢ଼ିପାରେ ଆପଣଙ୍କ ମାସିକ ଆୟ: ପ୍ରତି ମାସରେ ପାଆନ୍ତୁ ୯ ହଜାର ଟଙ୍କା, ନିବେଶ ପାଇଁ କରିବାକୁ ହେବ ଏହି କାମ
Advertisement

LIC ର ଏହି ପଲିସିରୁ ବଢ଼ିପାରେ ଆପଣଙ୍କ ମାସିକ ଆୟ: ପ୍ରତି ମାସରେ ପାଆନ୍ତୁ ୯ ହଜାର ଟଙ୍କା, ନିବେଶ ପାଇଁ କରିବାକୁ ହେବ ଏହି କାମ

ମହଙ୍ଗା ମାଡ଼ ମଧ୍ୟରେ ଘର ଚଳାଇବା କଷ୍ଟକର ହୋଇପଡୁଛି । ଏପରି ପରିସ୍ଥିତିରେ ଦରମା ବ୍ୟତୀତ ଅତିରିକ୍ତ ଆୟ ଆବଶ୍ୟକ ହେଉଛି । ଯଦି ଆପଣ ମଧ୍ୟ ସାମ୍ପ୍ରତିକ ବଜେଟରେ ଚଳିବାକୁ ସକ୍ଷମ ନୁହଁନ୍ତି, ତେବେ ଟେନସନ ନିଅନ୍ତୁ ନାହିଁ । LIC ର ଜୀବନ ଶାନ୍ତି ପଲିସି (LIC Jeevan Shanti)  ସହିତ ଆପଣ ଆପଣଙ୍କର ମାସିକ ଆୟ ବୃଦ୍ଧି କରିପାରିବେ । ଆପଣ ପ୍ରତି

LIC ର ଏହି ପଲିସିରୁ ବଢ଼ିପାରେ ଆପଣଙ୍କ ମାସିକ ଆୟ: ପ୍ରତି ମାସରେ ପାଆନ୍ତୁ ୯ ହଜାର ଟଙ୍କା, ନିବେଶ ପାଇଁ କରିବାକୁ ହେବ ଏହି କାମ

ନୂଆଦିଲ୍ଲୀ: ମହଙ୍ଗା ମାଡ଼ ମଧ୍ୟରେ ଘର ଚଳାଇବା କଷ୍ଟକର ହୋଇପଡୁଛି । ଏପରି ପରିସ୍ଥିତିରେ ଦରମା ବ୍ୟତୀତ ଅତିରିକ୍ତ ଆୟ ଆବଶ୍ୟକ ହେଉଛି । ଯଦି ଆପଣ ମଧ୍ୟ ସାମ୍ପ୍ରତିକ ବଜେଟରେ ଚଳିବାକୁ ସକ୍ଷମ ନୁହଁନ୍ତି, ତେବେ ଟେନସନ ନିଅନ୍ତୁ ନାହିଁ । LIC ର ଜୀବନ ଶାନ୍ତି ପଲିସି (LIC Jeevan Shanti)  ସହିତ ଆପଣ ଆପଣଙ୍କର ମାସିକ ଆୟ ବୃଦ୍ଧି କରିପାରିବେ । ଆପଣ ପ୍ରତି ମାସରେ ୯ ହଜାର ଟଙ୍କା ପର୍ଯ୍ୟନ୍ତ ପାଇପାରିବେ । ଏଥିପାଇଁ ଆପଣଙ୍କୁ ଏହି ପଲିସିରେ ୧ ଲକ୍ଷ ଟଙ୍କା ଜମା କରିବାକୁ ପଡିବ ।

ଅଧିକ ପଢ଼ନ୍ତୁ:-ଜୀ-୨୪ ଘଣ୍ଟାର ସମ୍ପାଦକଙ୍କ ପରଲୋକ, କୋରୋନାରେ ଥିଲେ ସଂକ୍ରମିତ

LIC ର ଜୀବନ ଶାନ୍ତି ପଲିସି ଏକ ଅଣ-ଲିଙ୍କଡ ପ୍ଲାନ । ଏଥିରେ ଆପଣଙ୍କୁ ବାର୍ଷିକ ପ୍ରିମିୟମ ଦେବାକୁ ପଡିବ । ତାହା ହେଉଛି ମାତ୍ର ଥରେ ନିବେଶ କରି ଆପଣ ପ୍ରତି ମାସରେ ପେନସନ୍ ପାଇପାରିବେ । ଏଥିରେ ଆପଣଙ୍କୁ ଦୁଇଟି ବିକଳ୍ପ ମିଳିବ । ଯଦି ଆପଣ ଚାହାଁନ୍ତି ତ ଇମିଡିଏଟ୍ ଇନ୍ୟୁଟି ଚୟନ କରି ତୁରନ୍ତ ଦେୟର ଲାଭ ଉଠାଇପାରିବେ । ଏଥିରେ ଆପଣଙ୍କୁ ତୁରନ୍ତ ପେନସନ୍ ମିଳିବା ଆରମ୍ଭ ହୋଇଯିବ ।

ଅଧିକ ପଢ଼ନ୍ତୁ:-ଦେଶରେ ଦିନକରେ ସାମ୍ନାକୁ ଆସିଲା ଏତିକି ମାମଲା, ୪,୧୦୬ ମୃତ୍ୟୁ

LIC ର ଏହି ପଲିସିରେ ଯଦି ଜଣେ ବ୍ୟକ୍ତି ୩୦ କିମ୍ବା ୩୫ ବର୍ଷରେ ଥରେ ୫ ଲକ୍ଷ ଟଙ୍କା ନିବେଶ କରନ୍ତି ଏବଂ ୨୦ ବର୍ଷ ପରେ ପେନସନ୍ ପାଇବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ବାର୍ଷିକ ପ୍ରାୟ ୨୧.୬ ପ୍ରତିଶତ ସୁଧରେ ପେନସନ୍ ମିଳିବ । ଏହି କ୍ଷେତ୍ରରେ ଆପଣ ପ୍ରତିବର୍ଷ ୧.୦୫ ଲକ୍ଷ ଟଙ୍କା ପାଇବେ । ଯଦି ଆପଣ ଏହି ରାଶି ମାସିକ ନେବାକୁ ଚାହୁଁଛନ୍ତି, ତେବେ ଏହା ପ୍ରାୟ ୯ ହଜାର ଟଙ୍କା ହେବ । ଆପଣ ଏହି ପେନସନ୍ ରାଶି ସାରା ଜୀବନ ପାଇଁ ପାଇବେ ।

ଅଧିକ ପଢ଼ନ୍ତୁ:-କୋରୋନା ଭୂତାଣୁକୁ ନେଇ ଆଉ ଏକ କଡ଼ା ଚେତାବନୀ ଜାରି କଲା WHO

LIC ର ନ୍ୟୁ ଜୀବନ ଶାନ୍ତି ସ୍କିମରେ ଆପଣଙ୍କୁ ତୁରନ୍ତ କିମ୍ବା ୫, ୧୦, ୧୫ ଏବଂ ୨୦ ବର୍ଷ ପରେ ପେନସନ୍ ଆରମ୍ଭ କରିବାର ବିକଳ୍ପ ମିଳିଥାଏ । ୩୦ରୁ ୮୫ ବର୍ଷ ମଧ୍ୟରେ ଥିବା ଲୋକମାନେ ଏହି ଯୋଜନାରେ ନିବେଶ କରିପାରିବେ । ଏହି ପଲିସି ଉପରେ ଋଣ ମଧ୍ୟ ନିଆଯାଇପାରେ । ଯଦି ଆପଣ ଏହି ପଲିସିରେ କୌଣସି ଅସୁବିଧା ଦେଖନ୍ତି, ତେବେ ଆପଣ ଏହାକୁ ୩ ମାସ ପରେ ସରେଣ୍ଡର ମଧ୍ୟ କରିପାରିବେ ।