ଏହି ଯୋଜନାରେ ମାଗଣାରେ ମିଳିବ LPG କନେକ୍ସନ ଓ ୧୬୦୦ ଟଙ୍କା, ଜାଣନ୍ତୁ କିପରି ଉଠାଇବେ ଫାଇଦା
Advertisement
Article Detail0/zeeodisha/odisha843377

ଏହି ଯୋଜନାରେ ମାଗଣାରେ ମିଳିବ LPG କନେକ୍ସନ ଓ ୧୬୦୦ ଟଙ୍କା, ଜାଣନ୍ତୁ କିପରି ଉଠାଇବେ ଫାଇଦା

ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (Pradhan Mantri Ujjwala Yojana) ଅନୁଯାୟୀ ସରକାର ଦାରିଦ୍ର ସୀମାରେଖା ତଳେ ରହୁଥିବା ପରିବାରକୁ ଘରୋଇ ଏଲପିଜି ଗ୍ୟାସ ସଂଯୋଗ ଯୋଗାଉଛନ୍ତି । ଏହି ଯୋଜନା ଅନ୍ତର୍ଗତ ୮ କୋଟି ପରିବାରକୁ ମାଗଣା ରନ୍ଧନ ଗ୍ୟାସ ସଂଯୋଗ ଯୋଗାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।

ଏହି ଯୋଜନାରେ ମାଗଣାରେ ମିଳିବ LPG କନେକ୍ସନ ଓ ୧୬୦୦ ଟଙ୍କା, ଜାଣନ୍ତୁ କିପରି ଉଠାଇବେ ଫାଇଦା

ନୂଆଦିଲ୍ଲୀ: ଏଲପିଜି (LPG) ଉପଭୋକ୍ତା ଓ ସାଧାରଣ ଜନତାଙ୍କ ପାଇଁ ଏହା ଏକ ଖୁସି ଖବର । ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ବଜେଟ୍ ଉପସ୍ଥାପନ କରିଥିଲେ । ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (Pradhan Mantri Ujjwala Yojana) ଅନ୍ତର୍ଗତ ଏକ କୋଟି ନୂତନ ଏଲପିଜି ସଂଯୋଗ ଦେବା ବିଷୟରେ ଉଲ୍ଲେଖ କରିଥିଲେ । ଏହି ଯୋଜନା ବିସ୍ତାର କରାଯିବ ବୋଲି ଅର୍ଥମନ୍ତ୍ରୀ ସୀତାରମଣ (Nirmala Sitharaman) କହିଛନ୍ତି । ଆହୁରି ୧ କୋଟି ସାଧାରଣ ଜନତାଙ୍କୁ ଏହାର ଲାଭ ପହଞ୍ଚାଯିବ । ସରକାରଙ୍କ ୨୦୧୧ ଜନଗଣନା ଅନୁଯାୟୀ, କେବଳ ବିପିଏଲ୍ ବର୍ଗରେ ଥିବା ପରିବାରମାନେ ଏହି ସୁବିଧା ପାଇପାରିବେ । ଉଜ୍ଜ୍ୱଳା ଯୋଜନା ଅନୁଯାୟୀ, ହିତାଧିକାରୀ ମାଗଣା LPG ସଂଯୋଗ ପାଆନ୍ତି ।

ଅଧିକ ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର

ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (Pradhan Mantri Ujjwala Yojana) ଅନୁଯାୟୀ ସରକାର ଦାରିଦ୍ର ସୀମାରେଖା ତଳେ ରହୁଥିବା ପରିବାରକୁ ଘରୋଇ ଏଲପିଜି ଗ୍ୟାସ ସଂଯୋଗ ଯୋଗାଉଛନ୍ତି । ଏହି ଯୋଜନା ଅନ୍ତର୍ଗତ ୮ କୋଟି ପରିବାରକୁ ମାଗଣା ରନ୍ଧନ ଗ୍ୟାସ ସଂଯୋଗ ଯୋଗାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଏହା ବ୍ୟତୀତ କେନ୍ଦ୍ର ସରକାର ମଧ୍ୟ ଉଜ୍ଜ୍ୱଳା ଯୋଜନା ଅନ୍ତର୍ଗତ ଆର୍ଥିକ ସହାୟତା ଯୋଜନା ଅଧୀନରେ ୧୬୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ଏହି ଟଙ୍କା ଗ୍ୟାସ ସଂଯୋଗ କିଣିବା ପାଇଁ ଦିଆଯାଏ । ଏହା ବ୍ୟତୀତ ଗ୍ୟାସ୍ ଚୁଲା କିଣିବା ଓ ପ୍ରଥମ ଥର ପାଇଁ ସିଲିଣ୍ଡର ଭରିବା ପାଇଁ ସରକାର EMI ସୁବିଧା ମଧ୍ୟ ପ୍ରଦାନ କରିପାରିବେ ।

ଅଧିକ ପଢ଼ନ୍ତୁ:-ରାଜସ୍ଥାନରେ ଆଜି ଶକ୍ତି ପ୍ରଦର୍ଶନ କରିବେ ସଚିନ

ଉଜ୍ଜ୍ୱଳା ଯୋଜନା ଅନୁଯାୟୀ, ବିପିଏଲ ପରିବାରରୁ ଯେକୌଣସି ମହିଳା ଗ୍ୟାସ ସଂଯୋଗ ପାଇବାକୁ ଆବେଦନ କରିପାରିବେ । ଏଥିପାଇଁ KYC ଫର୍ମ ପୂରଣ କରିବା ଏବଂ ଏହାକୁ ନିକଟତମ LPG କେନ୍ଦ୍ରରେ ଦାଖଲ କରିବାକୁ ହେବ । ଆବେଦନରେ ଏହା ଉଲ୍ଲେଖ କରିବା ଆବଶ୍ୟକ ଯେ ସିଲିଣ୍ଡର ୧୪.୨ କିମ୍ବା ୫ କିଲୋଗ୍ରାମ ହେବା ଉଚିତ । ଏହି ଯୋଜନାର ଆବେଦନ ଫର୍ମ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ସ୍କିମର ୱେବସାଇଟରୁ ଡାଉନଲୋଡ୍ ହୋଇପାରିବ । ଏହି ଯୋଜନାର ଲାଭ ଉଠାଇବା ପାଇଁ ବିପିଏଲ୍ କାର୍ଡ, ରାସନ କାର୍ଡ, ଆଧାର କାର୍ଡ, ଭୋଟର ID, ପାସପୋର୍ଟ ସାଇଜ୍ ଫଟୋ, ରେସନ କାର୍ଡ, ବ୍ୟାଙ୍କ ଷ୍ଟେଟମେଣ୍ଟ କିମ୍ବା LIC ପଲିସି ଇତ୍ୟାଦିର ଗୁରୁତ୍ୱପୂର୍ଣ୍ଣ ଦଲିଲଗୁଡ଼ିକ ଆବଶ୍ୟକ ।

ଅଧିକ ପଢ଼ନ୍ତୁ:-'ଟିଏମସିର 'ଗଦ୍ଦାର'ଙ୍କ ସହାୟତାରେ ନିର୍ବାଚନ ଜିତିବାକୁ ଚାହୁଁଛି ବିଜେପି'

ଆପଣ ଆପଣଙ୍କର ହ୍ୱାଟସଆପରୁ ମଧ୍ୟ LPG ସିଲିଣ୍ଡର ବୁକ୍ କରିପାରିବେ । ପେଟ୍ରୋଲିୟମ କମ୍ପାନୀ ଭରତ ପେଟ୍ରୋଲିୟମ, ଇଣ୍ଡିଆନ ଅଏଲ, ହିନ୍ଦୁସ୍ତାନ ପେଟ୍ରୋଲିୟମ ଉପଭୋକ୍ତାଙ୍କ ପାଇଁ ଏହି ସୁବିଧା ଆରମ୍ଭ କରିଛନ୍ତି । ଅଧିକାଂଶ ଗ୍ରାହକ ସୂଚନା ଅଭାବରୁ ଏହି ସୁବିଧା ପାଇବାକୁ ସକ୍ଷମ ନୁହଁନ୍ତି, ଏଭଳି ପରିସ୍ଥିତିରେ ପେଟ୍ରୋଲିୟମ କମ୍ପାନୀଗୁଡିକ ବିଭିନ୍ନ ଉପାୟରେ ଏହି ବିଷୟରେ ସୂଚନା ଦେବା ଆରମ୍ଭ କରି ଦେଇଛନ୍ତି ।